ଗୋପାଳପୁର ସମ୍ବଲପୁର ଭାୟା ଫୁଲବାଣୀ ରେଳପଥ ବିଳମ୍ବ ନେଇ ଆନ୍ଦୋଳନ ପାଇଁ ସଜବାଜ।
ଗୋପାଳପୁର ସମ୍ବଲପୁର ଭାୟା ଫୁଲବାଣୀ ରେଳପଥ ନିର୍ମାଣ ବିଳମ୍ବ ହେଉଥିବାରୁ ଜିଲା ମିଳିତ ନିଗରିକ କମିଟି କନ୍ଧମାଳ ପକ୍ଷରୁ ଉପ ସଭାପତି ନବ କିଶୋର ରଥ ଙ୍କ ଅଧ୍ୟକ୍ଷତାରେ ବନାନୀ କଳା ସଂଗମ ଠାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି।ଗୋପାଳପୁର ସମ୍ବଲପୁର ଭାୟା ଫୁଲବାଣୀ ରେଳପଥ ନିର୍ମାଣ ହେବ ବୋଲି ଗତ 3 ବର୍ଷ ତଳେ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଦଶପଲା ରେଳଷ୍ଟେସନ ଉଦଘାଟନ ଅବସରରେ ଘେଷଣା କରିଥିଲେ। ଫୁଲବାଣୀ ସଦର ମହକୁମାକୁ ରେଳପଥ ସଂଯୋଗ ନେଇ ପ୍ରଧାନମନ୍ତ୍ରୀ ନିର୍ଦେଶ ଦେଇଥିବା କହିଥିଲେ। ଏବଂ ପ୍ରଧାନମନ୍ତ୍ରୀ ଗତିଶକ୍ତି ଯେଜନାରେ ସାମିଲ ହେବା ନେଇ ବିଭିନ୍ନ ଗଣ ମାଧ୍ୟମରେ ପ୍ରକାଶ ପାଇଥିଲା। ପୂନର୍ବାର ତାର ଗତିପଥ ବଦଳିବାରୁ କନ୍ଧମାଳ ଜିଲ୍ଲାବାସୀଙ୍କ ପକ୍ଷରୁ ଆନ୍ଦୋଳନ ଓ ସରକାରଙ୍କ ସହ ଆଲୋଚନା ଫଳରେ ଫୁଲବାଣୀ ସଦର ମହକୁମାକୁ ସାମିଲ କରି
ନୂତନ ଭାବେ ସର୍ଭେ 2025ମସିହାରେ ଆରମ୍ଭ ହେଲା। ଗତ 2026 ମାର୍ଚ୍ଚ ମାସରେ ସର୍ଭେ କାର୍ଯ୍ୟ ଶେଷ ହୋଇଥିଲା ବେଳେ ବର୍ତମାନ ସୁଦ୍ଧା ଉକ୍ତ ଡିପିଆର ବା ସଂମ୍ପର୍ଣ୍ଣ ସର୍ଭେ ରିପୋର୍ଟ କେନ୍ଦ୍ର ରେଳ ବିଭାଗକୁ ପଠାଯାଇ ନଥିବା ଜଣା ପଡିଛି।ଓଡିଶା ସରକାରଙ୍କ ରେଳ ବିଭାଗ ପକ୍ଷରୁ ତ୍ବରିତ କାର୍ଯ୍ୟାନୁଷ୍ଠାନ ନେବାକୁ ଅନୁରୋଧ କରିବାକୁ ବୈଠକରେ ଆଲୋଚନା ହୋଇଯାଇଛି। ଏଥି ସହ କନ୍ଧମାଳ ସାଂସଦ ଓ ବିଧାୟକ ଏ ସଂକ୍ରାନ୍ତରେ ହସ୍ତକ୍ଷେପ କରି ଆଗାମୀ ବଜେଟରେ ଅର୍ଥ ବ୍ୟବସ୍ଥା କରିବାକୁ ଅନୁରୋଧ କରାଯାଇଛି। ରାଜ୍ୟ ମୁଖ୍ୟମନ୍ତ୍ରୀ ଓ ପରିବହନ ବିଭାଗ ଏଥିରେ ହସ୍ତକ୍ଷେପ ନିମନ୍ତେ ଅବଗତ କରାଇବାକୁ ନିଷ୍ପତ୍ତି ନିଆଯାଇଛି। ସରକାରଙ୍କ କାର୍ଯ୍ୟାନୁଷ୍ଠାନକୁ ଦୣଷ୍ଟିରେ ରଖି ଆଗାମୀ ବୈଠକରେ ଜିଲା ପକ୍ଷରୁ କାର୍ଯ୍ୟପନ୍ଥା ସ୍ଥିର କରାଯିବ ବୋଲି ବୈଠକରେ ଉପସ୍ଥିତ ସଦସ୍ୟମାନେ ମତ ଦେଇଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଅରୁପ କୁମାର ଜେନା, ସୁନିଲ ପଟନାୟକ, ବଂଶୀଧର ପଣ୍ଡା ବି ରାଜ ଗୋପାଳ ପାତ୍ର, ପ୍ରମୋଦ ସାହୁ, ପ୍ରଣବ ମଣ୍ଡଳ,ମଧୁସୂଦନ ସାହୁ, ସତ୍ୟପ୍ରିୟ ମହାନ୍ତି, ବିରଜା ନାହାକ,ପ୍ରମୁଖ ବହୁ ବୁଦ୍ଧିଜୀବୀ ଆଲୋଚନାରେ ଭାଗ ନେଇଥିଲେ।
