June 6, 2026
Home » ଗୋ ଗ୍ରୀନ୍ ଗୋ କ୍ଲିନ୍ ଆହ୍ୱାନ ନେଇ ପାରାଦୀପ ବନ୍ଦର ପକ୍ଷରୁ ବିଶ୍ୱ ପରିବେଶ ଦିବସ ପାଳନ

ଗୋ ଗ୍ରୀନ୍ ଗୋ କ୍ଲିନ୍ ଆହ୍ୱାନ ନେଇ ପାରାଦୀପ ବନ୍ଦର ପକ୍ଷରୁ ବିଶ୍ୱ ପରିବେଶ ଦିବସ ପାଳନ

0
WhatsApp Image 2026-06-06 at 11.40.10 AM

ପାରାଦୀପ,  : ପାରାଦୀପ ବନ୍ଦର ପକ୍ଷରୁ ମିଳିତ ଜାତିସଂଘ ପରିବେଶ କାର୍ଯ୍ୟକ୍ରମର ଆହ୍ୱାନକୁ ଗ୍ରହଣ ବିଶ୍ୱ ପରିବେଶ ଦିବସ ଫାଳନ କରାଯାଇଥିଲା । ଏସଟିପି-୩ ପରିସରରେ ଏହି ଅବସରରେ ଏକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ପାରାଦୀପ ବନ୍ଦର ଅଧ୍ୟକ୍ଷ ପି.ଏଲ.ହରନାଦ ମୁଖ୍ୟଅତିଥି ଭାବେ ଯୋଗ ଦେଇ ପାରାଦୀପ ବନ୍ଦର ପରିବେଶ ସୁରକ୍ଷା ଦିଗରେ ନାନାବିଧ କାର୍ଯ୍ୟକ୍ରମମାନ ଗ୍ରହଣ କରିଥିବା ସୂଚନା ଦେଇଥିଲେ । ନୂତନ ଜ୍ଞାନକୌଶଳ ମାଧ୍ୟମରେ ପରିବେଶର ସୁରକ୍ଷା ହେଲେ ସମସ୍ତେ ସୁରକ୍ଷିତ ଭାବେ ରହି ପାରିବା ବୋଲି ମତବ୍ୟକ୍ତ କରିଥିଲେ ।

ଆମ ପ୍ରକୃତି ସ୍ୱତନ୍ତ୍ର ଭାବେ ପରିବେଶ ସୁରକ୍ଷା ଦିଗରେ ଆମକୁ ବହୁତ କିଛି ଶିକ୍ଷା ଦିଏ, ପାରାଦୀପ ବନ୍ଦର ଏସଟିପି-୩ ରେ ପ୍ରଦୂଷିତ ଜଳକୁ ନୂତନ ଜ୍ଞାନକୌଶଳ ମାଧ୍ୟମରେ ଶୋଧନ କରି ବ୍ୟବହାର ଉପଯୋଗୀ କରିପାରିଛି । ପାରାଦୀପ ବନ୍ଦର ଗ୍ରୀନ ପୋର୍ଟ ଇକୋ ସିଷ୍ଟମର ଉପଯୋଗ କରି ପରିବେଶ ପରିଚାଳନାର ଦକ୍ଷତା ପ୍ରତିପାଦିତ କରୁଛି । ପରିବେଶ ସୁରକ୍ଷା, ଜଳବାୟୁ ପରିବର୍ତନ ସମ୍ପର୍କରେ ବ୍ୟପକ ଭାବେ ଜନ ସଚେତନତା ସୃଷଟି କରୁଛି ବୋଲି ଅଧ୍ୟକ୍ଷ ଶ୍ରୀ ହରନାଦ ବକ୍ତବ୍ୟରେ କହିଥିଲେ । ଏହି କାର୍ଯ୍ୟକ୍ରମରେ ଉପାଧ୍ୟକ୍ଷ ଟି. ଭେନୁ ରୋପାଳଙ୍କ ସମେତ ବିଭାଗୀୟ ମୁଖ୍ୟ, ଅଧିକାରୀ, ସାକ୍ଷରତା ସମିତିର ସ୍ୱେଛାସେବୀମାନେ ଯୋଗ ଦେଇଥିଲେ ।

 

paradeep ru prasanta dash nka report

Leave a Reply

Your email address will not be published. Required fields are marked *