ଘୁ.ଉଦୟଗିରି ବନାଞ୍ଚଳ ରେ ହାତୀ ଆକ୍ରମଣରେ ମୃତ୍ୟୃ ସଂଖ୍ୟା ବଢୁଛି : ବନ ବିଭାଗ ନିରବ ସଚେତନତା ଶୁନ??
କନ୍ଧମାଳ ଜିଲ୍ଲା ଘୁଉଦୟଗିରି ବିଧାନସଭା ନିର୍ବାଚନ ମଣ୍ଡଳୀ, ଫୁଲବାଣୀ ବନଖଣ୍ଡ ଅଧିକାରୀ ଙ୍କ ଅଧିନସ୍ଥ ଘୁଉଦୟଗିରି ବନାଅଞ୍ଚ ଅଧିକାରୀ ଙ୍କ ପାବୁରିଆ ବନପାଳ ଅଞ୍ଚଳ ଟିକାବାଲି ବ୍ଲକ,ବଡ଼ି ମୁଣ୍ଡା ଗ୍ରାମ ପଞ୍ଚାୟତ ଅଧୀନ ଡଙ୍ଗାଏଜୁ ଗ୍ରାମ ର ପ୍ରଦୀପ ପ୍ରଧାନ ହାତୀ ଆକ୍ରମଣ ର ଶିକାର ହେଇ ଶରିର ଖଣ୍ଡବିଖଣ୍ଡିତ ଚିହ୍ନଭିହ୍ନ ହୋଇ ଶରିରର ଅଂଶ ଦୋନୀୟ ଅତି ଦୁଃଖ ଦାୟକ ଆତଙ୍କିତ ମୃତ୍ୟୁ ତା ୨୯.୭.୨୦୨୬ ରିଖ ସକାଳର ଶୋକାକୁଳ ପରିବେଶ ରେ ପରିବାର ଲୋକଙ୍କ ଫୋନ ପାଇଁ ତୁରନ୍ତ ଘୁଉଦୟଗିରି ବନାଅଞ୍ଚ ଅଧିକାରୀ ମାଣିକେଶ୍ଵରୀ ପଟ୍ଟନାୟକ ଓ ଫରେଷ୍ଟର ମାନଙ୍କ ସହ ସକାଳେ ସକାଳେ ପହଞ୍ଚି ଅଧିକା ଖବର ନେଉଥିବା ବେଳେ ଟିକାବାଲି ଥାନା ଅଧିକାରୀଙ୍କ ନିର୍ଦ୍ଦେଶ ପ୍ରକାରେ ଥାନା ଏ.ଏସ.ଆଇ ଅବନୀ କୁମାର ପ୍ରଧାନ ସଦଳବଳେ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିବା ସହ ଏକ ଅପମୃତ୍ୟୁ ମାମଲା ୧୧/୨୬ ରୁଜୁ କରି ଶବ ବ୍ୟବଚ୍ଛେଦ ପାଇଁ ଫୁଲବାଣୀ ମୂଖ୍ୟ ଚିକିତ୍ସାଳୟ କୁ ପଠାଇ ଦେଇଥିଲେ, ଶବ ବ୍ୟବଚ୍ଛେଦ ପରେ ଶବ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥବା ସୂଚନା ମିଳିଥିଲା, ସରକାର ଙ୍କ ହାତୀ ଆକ୍ରମଣରେ ମୃତ୍ୟୃ ବ୍ରଣ କଲେ ସହାୟତା ରାଶି ୧୦ ଲକ୍ଷ ଟଙ୍କାରୁ ୧ ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି ବୋଲି ବନାଅଞ୍ଚ ଅଧିକାରୀ ମାଣିକେଶ୍ଵରୀ ପଟ୍ଟନାୟକ ଙ୍କୁ ପଚାରିବାରେ ଫୋନରେ ଉତ୍ତର ମିଳିଥିଲା,



କିନ୍ତୁ ଦୁଃଖର ବିଷୟ ଘୁଉଦୟଗିରି ବନାଅଞ୍ଚ ଅଧିକାରୀ ଙ୍କ ଅଞ୍ଚଳ ରେ କେଉଁ କେଉଁ ସ୍ଥାନରେ ହାତୀ ଆକ୍ରମଣରେ ମୃତ୍ୟୃ ଘଟିଥିଲା ସେହି ସ୍ଥାନ ଗୁଡିକର ନାମ କହିବା ପାଇଁ କାହାକୁ ପଚାରିବେ ଆଉ କହିବେ ସେକଥା ଯିଏ ଶୁଣିଲେ ସିଏ କହିବ ଆଶ୍ଚର୍ଯ୍ୟ କଥା, ଘଟଣାସ୍ଥଳରେ ଲୋକ ଙ୍କ ଆତଙ୍କିତ ଶୋକାକୁଳ ପରିବେଶ ଲୋକେ ଦୁଃଖ ରେ ଭାଙ୍ଗିପଡିଲା ସମୟରେ କଣଯେ ଘଟିପାରେ ସେ କଥାକୁ ଛଡେଇ ଦେଇ ହେବ ନାହିଁ।ଲୋକେ ଆତଙ୍କିତ ଅବସ୍ଥାରେ ସକାଳେ ଲୋକଙ୍କ ଟିକାବାଲି ବ୍ଲକ ଅଧିନସ୍ଥ ଗାରଡିଙ୍ଗିଆ ପଞ୍ଚାୟତ ରେ ହାତୀ ଉପଦ୍ରବ ଲୋକେ ଆତଙ୍କିତ ଅବସ୍ଥାରେ ଶୁଣିବାକୁ ମିଳେ। ଘୁଉଦୟଗିରି ବନାଅଞ୍ଚ ଅଧିକାରୀ ଙ୍କ ଅଞ୍ଚଳ ରେ ହାତୀ ଘଉଡ଼ାଇବାକୁ ସ୍ୱତନ୍ତ୍ର କୋଶଳ ଓ ଗାଁ ଗାଁ ରେ ବନ ସଂରକ୍ଷଣ ସମିତି ଗୃହ ଏବେ ନାମ ପରିବର୍ତ୍ତନ ହୋଇ ବନ ସୁରକ୍ଷା ସମିତି ଗୃହ ନିର୍ମାଣର ୮.୫୦.୦୦୦ ଟଙ୍କା ବ୍ୟୟ ବରାଦ ରେ ନିର୍ମାଣ ଗୃହରେ ଜନ ସଚେତନା କାର୍ଯ୍ୟକ୍ରମ କରାଯାଇନଥିବା ଅଭିଯୋଗ ହେଉଛି, ଅନ୍ୟପକ୍ଷରେ ବନବିଭାଗ କର୍ମଚାରୀ ଖରା ଦିନେ ନିଆଁ ଲିଭାଇବା ପାଇଁ ଜଙ୍ଗଲ ରେ ଘୁରି ବୁଲନ୍ତି , ହେଲେ ନିଆଁ ଲଗାଇ ପୋଡି ଦେଉଛି କିଏ କହିଲେ ବନ ବିଭାଗ ପାଖରେ ଉତ୍ତର ମିଳେ ଏପଟେ ଲିଭାଇ ଆସିଲା ବେଳେ ଆଉ ଗୋଟାଏ ଜଙ୍ଗଲ ରେ ନିଆଁ ଲାଗିଛି କହି ଫୋନ୍ ଆସୁଛି।ଏ ବେ ସେମିତି ଆଜି ଏ ଗାଁ ରେ କାଲି ଆଉ ଗୋଟେ ଗାଁ ରେ ହାଣି ଆକ୍ରମଣରେ ମୃତ୍ୟୁବରଣ ଖବର ନଚେତ ଗାଁ ରେ ହାତୀ ଉପଦ୍ରବ ଲୋକେ ଆତଙ୍କିତ ଅବସ୍ଥାରେ,ଏପରି ସ୍ଥଳେ ଟିକାବାଲି ବ୍ଲକ ରେ ୮ମ ସାଧାରଣ ବୈଠକରେ ଟିକାବାଲି ବନ ବିଭାଗର ଅଧିକାରୀମାନେ ଯୋଗ ଦେଲେ ନାହିଁ ବୋଲି ଟିକାବାଲି ବ୍ଲକ ବି ଡି ଓ ଙ୍କ ସୂତ୍ରରୁ ଜାଣିବାକୁ ମିଳିଛି, ଏଥିସହ ସାଗୁଆନ ଗଛ କଥା ଏପରି ଅନେକ ପ୍ରଶ୍ନ ସରପଞ୍ଚ ମାନଙ୍କ ପ୍ରଶ୍ନର ହେଲେ ରାତିରେ ଅଧରେ ବନବିଭାଗ ଦ୍ୱାରା କଣ କଣ ସଚେତନତା ଆବଶ୍ୟକ କର୍ମଶାଳାର ବିବରଣୀ ପ୍ରଶ୍ନ ଉଠିଥାନ୍ତା ତେଣୁ ଯୋଗ ଦେଲେ ନାହିଁ ଆଉ ମଧ୍ୟ ଭୟରେ ଜଟିଳତା ମଧ୍ୟରେ କେଉଁ ବିଭାଗ ପହଞ୍ଚି ନ ଥିଲା ଲୋକଙ୍କ ସରକାର ଙ୍କୁ ଆଖି ଠାର ମାରୁଛି,ଦୃନୀତ
ଦୁର୍ନୀତି ରୋକିବା ବଦଳରେ ଘଣଘୁଡାଇ ଲୁଚି ଲୁଚି– ଲୋକଙ୍କ ଅତି ପ୍ରିୟ , ଲୋକଙ୍କ ସରକାର ପ୍ରିୟ ବି. ଜେ.ପି ମୂଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସରକାର ଙ୍କୁ ଉଦୟଗିରି ଗନାଞ୍ଚଳ ରେ ହାତୀ ଉପଦ୍ରବ ରୁ ରକ୍ଷା ପାଇବାପାଇଁ ସଚେତନତା କାର୍ଯ୍ୟକ୍ରମର ଆୟୋଜନ ସହ ଗାଁ ଗୁଡିକରେ ଡ଼ାକବାଜି ଯନ୍ତ୍ର, ଉନ୍ନତ ମାନର ଲାଇଟ୍ ଇତ୍ୟାଦି ଯୋଗାଇ ଦେବେ ବୋଲି ଆତଙ୍କିତ ଅଞ୍ଚଳ ର ଅଧିବାସୀ ମାନେ ଆଶାଓ ଭରସା ରଖିଛନ୍ତି। ତେବେ କେବେ ଆଖି ଦୃଷ୍ଟିଆ ଜନସଚେତନ କାର୍ଯ୍ୟକ୍ରମ ଦେଖିବାକୁ ମିଳବ ବାକି ରହିଲା।
ଇ ପି ଏ ରୁ କନ୍ଧମାଳ ଜିଲ୍ଲାପ୍ରତିନିଧି ପ୍ରମୋଦ କୁମାର ନାୟକ ଙ୍କ ରିପୋର୍ଟ ଫୁଲବାଣୀ
