July 11, 2026
Home » ଘୃଣା ରାଜନୀତି ବିରୁଦ୍ଧରେ ଏବଂ ଶ୍ରମଜୀବୀ ଜନଗଣଙ୍କ ଅଧିକାର ପାଇଁ ସଂଘର୍ଷ ଜାରି ରହିବ

ଘୃଣା ରାଜନୀତି ବିରୁଦ୍ଧରେ ଏବଂ ଶ୍ରମଜୀବୀ ଜନଗଣଙ୍କ ଅଧିକାର ପାଇଁ ସଂଘର୍ଷ ଜାରି ରହିବ

0
WhatsApp Image 2026-07-09 at 8.36.19 PM

ସି ପି ଆଇ(ଏମ୍ -ଏଲ୍) ରେଡ୍ ଷ୍ଟାର ୮ମ ଖୋର୍ଦ୍ଧା ଜିଲ୍ଲା ସମ୍ମିଳନୀରେ
କମ୍ରେଡ ହେନା ହେଲେ ନବ ନିର୍ବାଚିତ ଜିଲ୍ଲା ସଂପାଦକ

ଭୁବନେଶ୍ୱର:ସି.ପି.ଆଇ(ଏମ୍-ଏଲ୍) ରେଡ୍ ଷ୍ଟାର ୮ମ ଖୋର୍ଦ୍ଧା ଜିଲ୍ଲା ସମ୍ମିଳନୀ ଇନକିଲାବ ଭବନ ଠାରେ ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି। ଏହି ସମ୍ମିଳନୀରେ ୧୩ ଜଣିଆ ଜିଲ୍ଲା କମିଟି ସଦସ୍ୟ ଏବଂ କମ୍ରେଡ ହେନା ଜିଲ୍ଲା ସଂପାଦକ ଭାବେ ନିର୍ବାଚିତ ହୋଇଛନ୍ତି । ବିଦାୟୀ ସଂପାଦକ କମ୍ରେଡ ହେନା ପତକା ଉତ୍ତୋଳନ କରିଥିଲେ. ସିପିଆଇ (ଏମ୍ -ଏଲ୍) ରେଡଷ୍ଟାର ର ରାଜ୍ୟ ସଂପାଦିକା କମ୍ରେଡ ପ୍ରମିଳା ଆନୁଷ୍ଠାନିକ ଭାବରେ ୮ମ ଖୋର୍ଦ୍ଧା ଜିଲ୍ଲା ସମ୍ମିଳନୀକୁ ଉଦଘାଟନ କରି କମ୍ୟୁନିଷ୍ଟ ଆନ୍ଦୋଳନକୁ ତୀବ୍ରତର କରି ଜନସାଧାରଣଙ୍କ ଅଧିକାର ହାସଲ କରିବାକୁ ହେବ ବୋଲି ବକ୍ତବ୍ୟରେ ରଖିଥିଲେ।

 

ରାଜ୍ୟ ପର୍ଯ୍ୟବେକ୍ଷକ ଭାବେ କମ୍ରେଡ ଶଙ୍କର ପାର୍ଟି ର ଆଭିମୁଖ୍ୟ ଓ ସାଥି ମାନଙ୍କର ଦାୟିତ୍ଵ ବିସ୍ତାର ଭାବେ ଆଲୋଚନା କରିଥିଲେ।ପ୍ରତିନିଧି ଅଧିବେଶନରେ ବିଦାୟୀ ଜିଲ୍ଲା ସଂପାଦକ କମ୍ରେଡ ହେନା ଜିଲ୍ଲା ସାଙ୍ଗଠନିକ ରିପୋର୍ଟ ଉପସ୍ଥାପିତ କରିଥିଲେ। ଏହାକୁ ଆଲୋଚନା କରି ଗୃହିତ କରାଯାଇଥିଲା।୨୦ ଜଣ ପ୍ରତିନିଧି ଏବଂ ୮ ଜଣ ପର୍ଯ୍ୟବେକ୍ଷକ ଆସନ୍ତା ୨୮/୨୯ ଜୁଲାଇ ୨୦୨୬ ରେ ଲୋହିଆ ଏକାଡେମୀ ଠାରେ ଆୟୋଜିତ ହେବାକୁ ଥିବା ୮ମ ଓଡ଼ିଶା ରାଜ୍ୟ ସମ୍ମିଳନୀକୁ ନିର୍ବାଚିତ ହୋଇଛନ୍ତି। ଏହି ସମ୍ମିଳନୀ ପରିଚାଳନା କରିବା ପାଇଁ କମ୍ରେଡ ରାଧାରାଣୀ, କମ୍ରେଡ ପଦ୍ମନାଭ ଏବଂ ଯୋଗିନାଥ ଙ୍କୁ ନେଇ ସଭାପତି ମଣ୍ଡଳୀ ଗଠିତ ହୋଇଥିଲା। ସଂଚାଳନ ସମିତି କମ୍ରେଡ ହେନା, କମ୍ରେଡ ବିଚିତ୍ର, କମ୍ରେଡ ନାରାୟଣ, କମ୍ରେଡ ଗୋପିନାଥ ଓ କମ୍ରେଡ ବଟକୃଷ୍ଣ ବିବରଣୀ ଲିଖନ କମିଟି କମ୍ରେଡ ବିଜୟ, କମ୍ରେଡ ମୂରଲୀଧର, କମ୍ରେଡ ନିବାସ, କମ୍ରେଡ ସନାତନ ତାଙ୍କ କାର୍ଯ୍ୟ ସଂପାଦନ କରିଥିଲେ। ସାଥି ମାନେ ବିପ୍ଳବୀ ସଙ୍ଗୀତ ଗାନ କରିଥିଲେ। ସଭାପତି ମଣ୍ଡଳୀ ପକ୍ଷରୁ ଜିଲ୍ଲା ସମ୍ମିଳନୀ କୁ ଆୟୋଜିତ କରିଥିବା ସମସ୍ତ ସାଥି ମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।ଶେଷରେ ନବନିର୍ବାଚିତ ସଂପାଦକ କମ୍ରେଡ ହେନା ପତକା ଅବତରଣ କରି ସମ୍ମିଳନୀକୁ ଉଦଯାପନ କରିଥିଲେ।

Leave a Reply

Your email address will not be published. Required fields are marked *