June 12, 2026
Home » ଚଳିତ ବର୍ଷ ପ୍ରଥମ କରି ସ୍ୱତନ୍ତ୍ର ବର୍ଗଙ୍କୁ ମିଳିଲା ସାମାଜିକ ସୁରକ୍ଷା ଭତ୍ତା

ଚଳିତ ବର୍ଷ ପ୍ରଥମ କରି ସ୍ୱତନ୍ତ୍ର ବର୍ଗଙ୍କୁ ମିଳିଲା ସାମାଜିକ ସୁରକ୍ଷା ଭତ୍ତା

0
WhatsApp Image 2026-06-11 at 9.09.59 PM (2)

ଭୁବନେଶ୍ୱର; : ଚଳିତ ବର୍ଷ ପ୍ରଥମକରି 6 ଜଣ କିନ୍ନରଙ୍କୁ ମଧୁବାବୁ ପେନସନ ଯୋଜନା (MBPY)ରେ ସାମିଲ କରାଯାଇଛି । ଏହି କିନ୍ନରମାନଙ୍କୁ ମଧୂବାବୁ ପେନସନ ଯୋଜନାରେ ସାମିଲ କରାଯିବା ସହ ଜଣେ ସୁସ୍ଥ କୁଷ୍ଠ ହିତାଧିକାରୀଙ୍କୁ ଭତ୍ତା ପ୍ରଦାନ କରାଯାଇଅଛି । ୱାର୍ଡ ନମ୍ବର 23, 44, 49, 54 ଏବଂ 62 ରୁ 6 ଜଣ ଟ୍ରାନ୍ସଜେଣ୍ଡର ହିତାଧିକାରୀ ଏବଂ ୱାର୍ଡ ନମ୍ବର 65 ରୁ ଜଣେ ସୁସ୍ଥ କୁଷ୍ଠ ହିତାଧିକାରୀଙ୍କୁ ଭତ୍ତା ପ୍ରଦାନ କରାଯାଇଛି ।ଏହି ପଦକ୍ଷେପ ସାମାଜିକ ଅନ୍ତର୍ଭୂକ୍ତିକରଣ, ସାମାଜିକ ମର୍ଯ୍ୟାଦା ଏବଂ ଆର୍ଥିକ ସୁରକ୍ଷା ପ୍ରତି ବିଏମ୍ ସିର ଥିବା ନିରନ୍ତର ପ୍ରତିବଦ୍ଧତାକୁ ପ୍ରତିଫଳିତ କରୁଅଛି ।

ସରକାରଙ୍କ ଦ୍ୱାରା ଦିଆଯାଉଥିବା ବିଭିନ୍ନ ସୁବିଧା ପ୍ରତ୍ୟେକ ଯୋଗ୍ୟ ହିତାଧିକାରୀଙ୍କ ନିକଟରେ ପହଞ୍ଚିବ ଏବଂ ଏକ ସୁନିଶ୍ଚିତ, ନ୍ୟାୟ ସଂଗତ ଏବଂ ସହାନୁଭୂତିଶୀଳ ସମାଜର ଦୃଷ୍ଟିକୋଣକୁ ମଜବୁତ୍ କରିବ ବୋଲି କହିଛନ୍ତି କମିଶନର ଶ୍ରୀ ଚଞ୍ଚଳ ରାଣା । ଚଳିତ ବର୍ଷ ଉକ୍ତ ହିତାଧିକାରୀମାନେ ପ୍ରଥମ କରି ଭତ୍ତା ପାଇଥିବାରୁ ଖୁସି ବ୍ୟକ୍ତ କରିବା ସହ ଆମକୁ ସାମାଜିକ ନ୍ୟାୟ ମିଳିଛି ବୋଲି କହିଛନ୍ତି । ଏହି ଅବସରରେ ସଂପୃକ୍ତ ଓ୍ୱାର୍ଡର କର୍ପୋରେଟରମାନେ ମଧ୍ୟ ଉପସ୍ଥିତ ଥିଲେ । ବିଏମ୍ ସିର ସାମାଜିକ ନିରାପତ୍ତା ଡେପୁଟି କମିଶନର ଶ୍ରୀମତୀ ସୁଶ୍ରୀତା ଟୁଡୁଙ୍କ ତତ୍ତ୍ୱାବଧାନରେ ଏହି ହିତାଧିକାରୀଙ୍କୁ ଭତ୍ତା ପ୍ରଦାନ କରାଯାଇଅଛି ।

Leave a Reply

Your email address will not be published. Required fields are marked *