October 25, 2026
Home » ଚଳିତ ମାସ ୨୬ ରୁ କାର୍ତ୍ତିକ ବ୍ରତ

ଚଳିତ ମାସ ୨୬ ରୁ କାର୍ତ୍ତିକ ବ୍ରତ

0
WhatsApp Image 2026-10-24 at 8.47.21 PM

 

ନଭେମ୍ବର ୨୪ ଯାଏ ହବିଷ୍ୟାଳୀ ମା ରହିବେ ୩ କେନ୍ଦ୍ର ରେ।

ଜିଲ୍ଲାପାଳ ପରିଦର୍ଶନ କରି ତଦାରଖ କଲେ ୩ କେନ୍ଦ୍ର

ପୁରୀ : ଚଳିତ ବର୍ଷ ର କାର୍ତ୍ତିକ ବ୍ରତ ବା ରାଈଦାମୋଦର ବ୍ରତ ଅକ୍ଟୋବର ୨୬ ତାରିଖ ଠାରୁ ଆରମ୍ଭ ହେବ।ଏହି ବ୍ରତ ନଭେମ୍ବର ୨୪ ତାରିଖ ପର୍ଯ୍ୟନ୍ତ ଜାରି ରହିବ।ଅନଲାଇନ ମାଧ୍ୟମରେ ଆବେଦନ କରି ଯୋଗ୍ଯ ବିବେଚିତ ହୋଇଥିବା ହବିଷ୍ୟାଳୀ ମା ମାନ ଙ୍କୁ ପୂର୍ବରୁ ସେମାନଙ୍କ ହବିଷ୍ୟାଳୀ କେନ୍ଦ୍ର ସମ୍ପର୍କରେ ଅବଗତ କରାଯାଇଛି।ସେହି ଅନୁସାରେ ସେମାନେ ନିର୍ଦ୍ଧାରିତ ହବିଷ୍ୟାଳୀ କେନ୍ଦ୍ର ମାନଙ୍କ ରେ ପଞ୍ଜିକରଣ କରାଇ ନିଜ ନିଜ ରୁମକୁ ଯିବେ।ସେଥିପାଇଁ ପ୍ରଶିକ୍ଷିତ ଅଧିକାରୀ ଓ କର୍ମଚାରୀ ମାନ ଙ୍କୁ ଦାୟିତ୍ୱ ଦିଆଯାଇଛି।ସେମାନ ଙ୍କୁ ସାହାଯ୍ୟ ପାଇଁ ସ୍ବେଚ୍ଛାସେବୀ ମାନେ ନିୟୋଜିତ ହୋଇଛନ୍ତି। ଜିଲ୍ଲାପାଳ ଦିବ୍ଯ ଜ୍ୟୋତି ପରିଡା ଆଜି ଅପରାହ୍ନ ରେ ସମସ୍ତ ତିନୋଟି କେନ୍ଦ୍ର ଯଥା ରେଲୱେ ଟୁରିଷ୍ଟ କମ୍ପ୍ଲେକ୍ସ, ବୃନ୍ଦାବତୀ ନିବାସ ଓ ମୋଚି ସାହି କଲ୍ୟାଣ ମଣ୍ଡପ କେନ୍ଦ୍ର ପରିଦର୍ଶନ କରିଥିଲେ।

ପଞ୍ଜିକରଣ ପ୍ରକ୍ରିୟା ସହ ଅନ୍ୟାନ୍ୟ ସମସ୍ତ ବ୍ୟବସ୍ଥା କୁ ଜିଲ୍ଲାପାଳ ଅନୁଧ୍ୟାନ କରି ଦାୟିତ୍ୱ ରେ ଥିବା ଅଧିକାରୀ ମାନଙ୍କୁ ବିବିଧ ପରାମର୍ଶ ଦେଇଥିଲେ।ଯେପରି କୌଣସି କ୍ଷେତ୍ରରେ ହବିଷ୍ୟାଳୀ ମା ମାନଙ୍କ ର ଅସୁବିଧା ନ ହୁଏ ସେଥି ପ୍ରତି ଯତ୍ନବାନ ହେବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ।ଏହି ତଦାରଖ ସମୟରେ ଜିଲ୍ଲାପାଳ ଙ୍କ ସହ ପିଏମଶ୍ରୀ କମିଶନର ପ୍ରହଲ୍ଲାଦ ନାରାୟଣ ଶର୍ମା,ଅତିରିକ୍ତ ଜିଲ୍ଲାପାଳ ପ୍ରୋଟୋକଲ ନିଳମାଧବ ଭୋଇ,ପିଏମଶ୍ରୀ ଯୁଗ୍ମ କମିଶନର ଅଭିମନ୍ୟୁ ବେହେରା, ପିକେଡିଏ ସେକ୍ରେଟାରୀ ଦିଲ୍ଲୀପ କୁମାର ମହାରଣା, ଅତିରିକ୍ତ ଜିଲ୍ଲାପାଳ ରାଜସ୍ବ ସୁଶାନ୍ତ କୁମାର ପତି,ଉପ ଜିଲ୍ଲାପାଳ ରାଜ କିଶୋର ଜେନା,ପୂର୍ତ୍ତ ବିଭାଗ ଅଧିକ୍ଷଣ ଯନ୍ତ୍ରୀ ସୌମ୍ୟ ରଞ୍ଜନ ଦ୍ବିବେଦୀ, ସଦର ବିଡ଼ିଓ ସମ୍ବିତ ଶତପଥୀ, ଡେପୁଟି କଲେକ୍ଟର ପ୍ରିୟଦର୍ଶିନୀ ମଲ୍ଲିକ,ଅନୁଶ୍ରବ ଗନ୍ତାୟତ ଓ ଅନ୍ୟାନ୍ୟ ଜିଲ୍ଲା ସ୍ତରୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *