July 1, 2025
Home » ଚାଷୀ ମାନଙ୍କ କ୍ଷୟ କ୍ଷତିର ଆକଳନ କରିବା ନିମନ୍ତେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଞ୍ଜାମ ଜିଲ୍ଲା ଗସ୍ତ

ଚାଷୀ ମାନଙ୍କ କ୍ଷୟ କ୍ଷତିର ଆକଳନ କରିବା ନିମନ୍ତେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଞ୍ଜାମ ଜିଲ୍ଲା ଗସ୍ତ

0
WhatsApp Image 2024-12-29 at 8.54.28 PM

ଅଦିନିଆ ବର୍ଷା ଯୋଗୁ ଧାନ ଫସଲ ନଷ୍ଟ ହେତୁ ବିଶେଷ ଭାବରେ ଚାଷୀ ମାନଙ୍କ କ୍ଷୟ କ୍ଷତିର ଆକଳନ କରିବା ନିମନ୍ତେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଞ୍ଜାମ ଜିଲ୍ଲା ଗସ୍ତ ହୋଇଥିବା ବେଳେ ରଙ୍ଗେଇଲୁଣ୍ଡା ବ୍ଲକ୍ ଅନ୍ତର୍ଗତ ଡୁରା ନିକଟସ୍ଥ ଆଙ୍କୁଲି ଗ୍ରାମ ଏବଂ ଛତ୍ରପୁର ବ୍ଲକ୍ ଅନ୍ତର୍ଗତ ଗୋବିନ୍ଦପୁର ପଞ୍ଚାୟତର ନାଉଳି ଗ୍ରାମର କୃଷକ ମାନଙ୍କ ସହିତ ଭେଟିଥିଲେ

ଓ ସେମାନଙ୍କ ଚାଷ ଜମିକୁ ଯାଇ ନିଜେ ଦେଖିବା ସହିତ ଚାଷୀଙ୍କ କ୍ଷୟ କ୍ଷତି ସମ୍ପର୍କରେ ଆଲୋଚନା କରିବା ସହିତ ନିଶ୍ଚିନ୍ତ ଭାବରେ ଆପଣମାନଙ୍କର ଧାନ କିଣା ଯିବା ବ୍ୟବସ୍ଥା କରାଯାଉଛି ବୋଲି କହିଥିବା ସାଙ୍ଗକୁ ଆପଣମାନେ ଭଲ ଭାବରେ ଧାନ କୁ ଶୁଖାଇ ନିଅନ୍ତୁ ବୋଲି ଲୋକ ମାନଙ୍କୁ ପ୍ରତିଶ୍ରୁତି ଦେଇ ଫେରିଥିଲେ

ଏବଂ ଛତ୍ରପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ଦୀର୍ଘ ସମୟ ବୈଠକ ଅନୁଷ୍ଠିତ ହୋଇଥିଲା ପରବର୍ତ୍ତୀ ସମୟରେ ଗଣମାଧ୍ୟମକୁ ଚାଷୀ ମାନଙ୍କ କ୍ଷୟ କ୍ଷତି ଉପରେ ସୂଚନା ଦେଇଥିଲେ ।

muna behera nka report

Leave a Reply

Your email address will not be published. Required fields are marked *