ଚିପ୍ସ ବୋଝେଇ ୮ ହାଇବା ଜବତ ଓ ୧ ଲକ୍ଷ ୭୫ ହଜାର ଟଙ୍କା ଜୋରିମାନା ଆଦାୟ
ଆଠଗଡ : ତିଗିରିଆ ମହାବୀର ବଜାର ନିକଟରେ ଗତ ଗୁରୁବାର ରାତିରେ ବେଆଇନ ଚାଲାଣ ହେଉଥିବା ଚିପ୍ସ ବୋଝେଇ ହାଇବା ଉପରେ ରାଜସ୍ବ ପ୍ରଶାସନ ଓ ତିଗିରିଆ ଥାନା ପକ୍ଷରୁ ଚଢାଉ କରାଯାଇଥିଲା। ଅନୁମୋଦିତ ଓଜନ ଠାରୁ ବେଆଇନ ଭାବେ ଅଧିକ ବୋଝେଇକରି ପରିବହନ କରୁଥିବା ୮ ଗୋଟି ହାଇବା ଜବତ କରାଯାଇ ଓଭର ଲୋଡ ଯୋଗୁ କଟକ ଆଞ୍ଚଳିକ ପରିବହନ ଅଧିକାରୀଙ୍କୁ ଗାଡ଼ି ଗୁଡ଼ିକ ଜୀମା ଦିଆଯାଇଥିଲା ଅନୁମୋଦିତ ବୋଝେଇ ଠାରୁ ଅଧିକ ଚିପ୍ସ ପରିବହନ କରିବା ଅଭିଯୋଗରେ ଜବତ ଗାଡ଼ି ମାଲିକ ମାନଙ୍କ ଉପରେ ମୋଟ ୧ ଲକ୍ଷ ୭୫ ହଜାର ଟଙ୍କା ଜରିମାନା ପରିବହନ ଅଧିକାରୀ ଧାର୍ଯ୍ୟ କରିଥିଲେ।ତେବେ ଏହି ଚଢାଉ ଧର୍ମକୁ ଆଖିଠାର ଭଳି ବୋଲି ସାଧାରଣ ରେ ଆଲୋଚନା ହେଉଛି।ସରକାର ଲଘୁ ଖଣିଜ ଦ୍ରବ୍ୟ ତନଖି ରାଜସ୍ବ ବିଭାଗ ହାତରୁ ନେଇ ଖଣି ବିଭାଗ କୁ ଦାୟିତ୍ଵ ଦେବା ପରେ ଲଘୁ ଖଣିଜ ଦ୍ରବ୍ୟ ର ଚୋରାଚାଲାଣ ଦିନକୁ ଦିନକୁ ବୃଦ୍ଧିପାଉଛି।ଖଣିଜ ଦ୍ରବ୍ୟ ଚାଲାଣ କୁ ତନଖି କରିବାକୁ ଖଣି ବିଭାଗ ରେ ଆବଶ୍ୟକୀୟ ଅଧିକାରୀ ଓ କର୍ମଚାରୀ ନାହାନ୍ତି ତେଣୁ ପ୍ରତି ଜିଲ୍ଲାରେ ଖଣିଜ ଦ୍ରବ୍ୟର ଅବାଧ ଚୋରାଚାଲାଣ ବୃଦ୍ଧି ପାଉଛି।ତେଣୁ ପୂର୍ବ ଭଳି ଖଣି ବିଭାଗ ସହ ରାଜସ୍ବ ବିଭାଗ କୁ ଲଘୁ ଖଣିଜ ଦ୍ରବ୍ୟର ତନଖି ଦାୟିତ୍ଵ ଦେବା ପାଇଁ ସାଧାରଣରେ ଦାବି ହେଉଛି।ତିଗିରିଆ ତହସିଲଦାର ଅକ୍ଷୟ କୁମାର ପରିଡ଼ା ଓ ତିଗିରିଆ ଥାନା ଅଧିକାରୀ ଇପ୍ସିତା ପ୍ରିୟଦର୍ଶିନୀ ଙ୍କ ନେତୃତ୍ୱରେ ଚଢାଉ କରାଯାଇଥିଲା।
