July 6, 2026
Home » ଚୋରି ଗ୍ୟାଙ୍ଗର ପର୍ଦ୍ଦାଫାସ: ୪ ଅଭିଯୁକ୍ତ ଗିରଫ, ପ୍ରାୟ ୭୮ ଗ୍ରାମ ସୁନା ସହ ୪.୪୨ ଲକ୍ଷ ଟଙ୍କା ଜବତ

ଚୋରି ଗ୍ୟାଙ୍ଗର ପର୍ଦ୍ଦାଫାସ: ୪ ଅଭିଯୁକ୍ତ ଗିରଫ, ପ୍ରାୟ ୭୮ ଗ୍ରାମ ସୁନା ସହ ୪.୪୨ ଲକ୍ଷ ଟଙ୍କା ଜବତ

0
WhatsApp Image 2026-07-06 at 10.48.26 AM

ଧର୍ମଗଡ଼: ଧର୍ମଗଡ଼ ଉପଖଣ୍ଡ ଅଞ୍ଚଳରେ ଘଟିଥିବା ଏକାଧିକ ଚୋରି ଘଟଣାର ପର୍ଦ୍ଦାଫାସ କରି ଏକ ସକ୍ରିୟ ଚୋରି ଗ୍ୟାଙ୍ଗର ୪ ଜଣ ସଦସ୍ୟଙ୍କୁ ଗିରଫ କରି କଳାହାଣ୍ଡି ପୁଲିସ ଏକ ବଡ଼ ସଫଳତା ପାଇଛି । ଅଭିଯୁକ୍ତମାନଙ୍କ ସ୍ବୀକାରୋକ୍ତି ଆଧାରରେ ପୁଲିସ ପ୍ରାୟ ୭୮ଗ୍ରାମ ତରଳା ସୁନା, ୪ ଲକ୍ଷ ୪୨ ହଜାର ଟଙ୍କା ନଗଦ, ଗୋଟିଏ ଲୁହା ରଡ୍ ଓ ଲୁହା ହୁକ୍ ଜବତ କରିଛି। ଗୋଲାମୁଣ୍ଡା, କୋକସରା ଓ କେଗାଁ ଥାନା ଅଞ୍ଚଳରେ ଘଟିଥିବା ଏକାଧିକ ଚୋରି ଘଟଣାରେ ଏହି ଗ୍ୟାଙ୍ଗ ସମ୍ପୁର୍କ୍ତ ଥ‌ିବା ପୁଲିସ କହିଛି। ତଦନ୍ତ ସମୟରେ ଅଭିଯୁକ୍ତମାନେ ସୁନା ଅଳଙ୍କାର, ନଗଦ ଟଙ୍କା ଓ ଅନ୍ୟାନ୍ୟ ମୂଲ୍ୟବାନ ସାମଗ୍ରୀ ଚୋରି କରିଥ‌ିବା ସ୍ବୀକାର କରିବା ସହ ଚୋରି ସୁନାକୁ ସ୍ଥାନୀୟ ରିସିଭରଙ୍କ ନିକଟରେ ବିକ୍ରି କରି ପରିଚୟ ଲୁଚାଇବା ପାଇଁ ତରଳାଇ ଦେଇଥିବା ମଧ୍ୟ ପ୍ରକାଶ କରିଛନ୍ତି।

ଏହି ସୂଚନା ଆଧାରରେ ପୁଲିସ ଜବତ କାର୍ଯ୍ୟାନୁଷ୍ଠାନ କରିଥିଲା। ଏହି ମାମଲା ଗୋଲାମୁଣ୍ଡା ଥାନାର ୫୨, ୬୧ ଓ ୭୬, କୋକସରା ଥାନାର ୨୪୭, ୧୨୫ ଓ ୨୯ ଏବଂ କେଗାଁ ଥାନାର ୧୦୧ ନମ୍ବର ମାମଲା ସହ ସମ୍ପୃକ୍ତ ବୋଲି ପୁଲିସ ସୂଚନା ଦେଇଛି। ଗିରଫ ଅଭିଯୁକ୍ତମାନେ ହେଲେ କେଦାରନାଥ ଦାସ (୪୬), ରାକେଶ ବାଗ (୨୪), ଦୁର୍ଯ୍ୟୋଧନ ହରିଜନ (୫୨) ଏବଂ ରାମା ସଗରିଆ ଓରଫ ରାମ ହରିଜନ ଓରଫ ରାଜୁ ଏହାସହ ଗୋଲାମୁଣ୍ଡା ଥାନା ଅନ୍ତର୍ଗତ ଲିମସେର ଗ୍ରାମର ଝସକେତନ ମେହେର ଙ୍କୁ ଚୋରି ସାମଗ୍ରୀର ରିସିଭର ର ଭାବେ ଚିହ୍ନଟ କରାଯାଇଛି। ପୁଲିସ ଅଭିଯୁକ୍ତମାନଙ୍କ ବିରୋଧରେ ଭାରତୀୟ ନ୍ୟ ନ୍ୟାୟ ସଂହିତା (ବିଏନଏସ୍)ର ପ୍ରଯୁଜ୍ୟ ଧାରାରେ ମାମଲା ରୁଜୁ କରି ଶନିବାର ସେମାନଙ୍କୁ ଧର୍ମଗଡ଼ ଏସଡିଜେଏମ୍ କୋର୍ଟକୁ ଚାଲାଣ କରିଥିବା ପୁଲିସ ପକ୍ଷରୁ ସୂଚନା ମିଳିଛି।

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Leave a Reply

Your email address will not be published. Required fields are marked *