July 1, 2025
Home » ଛତ୍ରପୁର ମାର୍କେଟରୋଡ଼ରେ ପୂଜା କମିଟୀ ପକ୍ଷରୁ ଶ୍ୟାମାକାଳୀ ପୂଜା ମଣ୍ଡପର ଆୟୋଜନ !

ଛତ୍ରପୁର ମାର୍କେଟରୋଡ଼ରେ ପୂଜା କମିଟୀ ପକ୍ଷରୁ ଶ୍ୟାମାକାଳୀ ପୂଜା ମଣ୍ଡପର ଆୟୋଜନ !

0
WhatsApp Image 2024-11-03 at 12.03.15 AM

ଗଞ୍ଜାମଜିଲ୍ଲା ସଦର ମହକୁମା ଛତ୍ରପୁରସହର ର ମାର୍କେଟ ରୋଡ ରେ ଆୟୋଜିତ ପୂଜା ମଣ୍ଡପରେ ମା’ ଶ୍ୟାମାକାଳୀ ପୂଜା ବର୍ଣ୍ଣାଢ଼୍ୟ ସମାରୋହରେ ପାଳିତ ହୋଇଆସୁଛି ।
ପବିତ୍ର ଦୀପାବଳି ପର୍ବ ର ଆଦ୍ୟ ଦିବସ ସନ୍ଧ୍ୟାରେ ମା’ଙ୍କ ପୂଜା ଆବାହନ କରାଯାଇ ଯଥା ରୀତିରେ ବିଧିବଦ୍ଧ ଭାବେ ପୂଜାର୍ଚ୍ଚନା ଅନୁଷ୍ଠିତ ହୋଇଆସୁଛି । ବଙ୍ଗୀୟ ଢାଞ୍ଚାରେ ନିର୍ମିତ ସୁନ୍ଦର ତୋରଣ ଖୁବ୍ ଉଚ୍ଚକୋଟୀ ରହିଛି । ପୂଜା ମଣ୍ଡପରେ ଚିତ୍ର ଓ କାରୁକଳାରେ ଭରପୁର ଏବଂ ସୁନ୍ଦର ଆଲୋକ ସଜ୍ଜାରେ ଛତ୍ରପୁର ସହରବସୀ ଙ୍କୁ ବିମୋହିତ କରିଛି । ଛତ୍ରପୁର ମାର୍କେଟ ରୋଡ଼ ପୂଜାକମିଟୀ ପକ୍ଷ ରୁ ଆୟୋଜିତ ପୂଜା ଉତ୍ସଵରେ ପଣ୍ଡିତ ଶ୍ରୀ ସରୋଜ କୁମାର ଶତପଥୀ , ଶ୍ରୀ ମୋତିଲାଲ ଦାଶ, ଶଙ୍କର୍ଷଣ ନନ୍ଦ,ସୁଦ୍ଧା ସିନ୍ଧୁ ଦାଶ,ରାହୁଲ ଦାଶ ,ରୋଶନ ଦାଶ , ଦୀପକ୍ ତ୍ରିପାଠୀ ଙ୍କ ଦ୍ଵାରା କର୍ତ୍ତା ଇପିଲି ରାଜ କୁମାର, କର୍ତ୍ତା ଦେବବ୍ରତ ପଣ୍ଡା ଏବଂ କମିଟୀ ବୃନ୍ଦ ଶୁଭମ, ଶେଖର, ଗୋପୀ, ବିଜୁ, ଗିରୀଶ, ରୋହନ,କଲ୍ୟାଣ, ସାଧନ ଦୀପକ, ବାଲାଜୀ, କାଳିଆ, ଲିପୁନ,ଚଟ, ଦୁର୍ଗା, ଦଣ୍ଡ ଆଦି ମାନଙ୍କ ଦ୍ଵାରା ପାଳନ କରା ଯାଇଥିଲା ଚଳିତ ମଙ୍ଗଳବାର ଦିନ ସର୍ବସାଧାରଣରେ ଭକ୍ତଜନ ଙ୍କ ଉଦ୍ଦେଶ୍ୟରେ ମା’ଙ୍କ ଅନ୍ନପ୍ରସାଦ ବିତରଣ ବ୍ୟବସ୍ଥା କରାଯାଉଥିବା ବେଳେ ବୁଧୁବାର ଦିନ ଭସାଣି କାର୍ଯ୍ୟକ୍ରମ ଯାକଯମକରେ ସମାହିତ ହେବ ବୋଲି ପୂଜା କମିଟୀ ପକ୍ଷ ରୁ କୁହାଯାଇଛି ।।

ଛତ୍ରପୁର ଇପିଏ ରୁ ମୁନା ବେହେରା ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )l

Leave a Reply

Your email address will not be published. Required fields are marked *