August 23, 2026
Home » ଛାତ୍ରାବାସ ଖୋଲିବାରେ ଅସହଯୋଗ ଯୋଗୁଁ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପୋଡାଘାଟ ଅଧକ୍ଷ ନିଲମ୍ବନ

ଛାତ୍ରାବାସ ଖୋଲିବାରେ ଅସହଯୋଗ ଯୋଗୁଁ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପୋଡାଘାଟ ଅଧକ୍ଷ ନିଲମ୍ବନ

0
WhatsApp Image 2026-08-01 at 5.12.13 PM

 

ବାଳିକା ଶିକ୍ଷାକୁ ବୃଦ୍ଧି କରିବା ଏବଂ ଡ୍ରପ ଆଉଟ୍ କମ୍ କରିବା ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କ ଦ୍ଵାରା ମାସିକ ଶିକ୍ଷା ବିଭାଗ ସମୀକ୍ଷା ବୈଠକରେ ଖଇରପୁଟ ବ୍ଲକର ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଅଧ୍ୟକ୍ଷଙ୍କୁ ତୁରନ୍ତ ଛାତ୍ରାବାସ କାର୍ଯ୍ୟକ୍ଷମ କରିବାକୁ ନିର୍ଦ୍ଦେଶ ଦେଇଥିଲେ।କିନ୍ତୁ ନିର୍ଦ୍ଦେଶ ଦେବାର ଦୁଇମାସ ବିତିଯାଇଥିଲେ ବି ଅଧକ୍ଷ ରାଜୀବ କୁମାର ଦତ୍ତଙ୍କ ଖାମଖିଆଲି ନୀତି ଯୋଗୁଁ ତାହା ସମ୍ଭବ ହୋଇପାରିଲା ନାହିଁ।

ଚିଠି ନଂ ୩୨୦୪ ତାରିଖ ୧୮-୭-୨୦୨୭ ମାଧ୍ୟମରେ ରାଜ୍ୟ ପ୍ରକଳ୍ପ ଅଧିକାରୀ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗଙ୍କୁ ଜିଲ୍ଲାପାଳଙ୍କ ହସ୍ତକ୍ଷେପ ପରେ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଂଗଠନ ଚିଠି ନଂ ୩୨୫୨ ତାରିଖ ୩୧-୭-୨୦୨୬ ଆଦେଶରେ ଅଧକ୍ଷ ଙ୍କୁ ତୁରନ୍ତ କାର୍ଯ୍ୟର ଅବହେଳା ଓ ଅସହଯୋଗ କାରଣ ଦର୍ଶାଇ ନିଲମ୍ବନ କରିଛନ୍ତି ଏବଂ ଜିଲ୍ଲା ଶିକ୍ଷା ଅଧିକାରୀ କାର୍ଯ୍ୟାଳୟ ମାଲକାନଗିରିକୁ ରିପୋର୍ଟ କରିବାକୁ କହିଛନ୍ତି।

ରିପୋର୍ଟ: ମାଲକାନଗିରି ଜିଲ୍ଲା ଈପିଏରୁ ତିରୁମାଲା ପ୍ରସାଦ ପଟ୍ଟନାୟକ

Leave a Reply

Your email address will not be published. Required fields are marked *