ଜଂଘିରା ରାଧାକୃଷ୍ଣ ଭାଗବତ ଟୁଙ୍ଗିରେ ରାଧାଷ୍ଟମୀ ଓ ଜଗନ୍ନାଥ ଦାସ ଜନ୍ମୋତ୍ସବ ପାଳିତ
କେନ୍ଦୁଝର,ତା ୨୦/୯- କେନ୍ଦୁଝର ଜିଲ୍ଲା ଭାଗବତ ପ୍ରଚାର ପ୍ରସାର ସମିତି ସଭାପତିଙ୍କ ଆହ୍ୱାନ କ୍ରମେ ଭାଗବତ ସଂସ୍କୃତି ପରମ୍ପରା ଓ ଐତିହ୍ୟକୁ ଉଜ୍ଜୀବିତ କରିବା ପାଇଁ ହରିଚନ୍ଦନପୁର (୧)ବ୍ଲକ ଭାଗବତ ପ୍ରଚାର ପ୍ରସାର ସମିତି ସଭାପତି ମାର୍କଣ୍ଡ ବେହେରା ଓ ଜଂଘିରା ଭାଗବତ ଟୁଙ୍ଗି ସମ୍ପାଦକ ପ୍ରଦ୍ୟୁମ୍ନ ଭିତିରିଆଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନ ତଥା ମୁଖ୍ୟକର୍ତ୍ତ୍ରୀ ମଲ୍ଲୀ ନାୟକଙ୍କ ସହଯୋଗରେ ଜଂଘିରା ରାଧାକୃଷ୍ଣ ଭାଗବତ ଟୁଙ୍ଗିରେ ରାଧାଷ୍ଟମୀ ତଥା ଜଗନ୍ନାଥ ଦାସ ଜନ୍ମୋତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି। ଏଥିରେ ବୁଢ଼ାଖମଣ ରାମ କୃଷ୍ଣ ଭାଗବତ ଟୁଙ୍ଗି ସଭାପତି ନୁଠୁ ବାରିକ, ହରିଚନ୍ଦନପୁର ବ୍ଲକ ଭାଗବତ ପ୍ରଚାର ପ୍ରସାର ସମିତି ଉପସଭାପତି ତଥା ନୁଆବିଲ ଭାଗବତ ଟୁଙ୍ଗି ସଭାପତି ଶୁକଦେବ ମହାକୁଡ, ପିଛୁଳାବେଡା ମହାବୀର ହନୁମାନ ଭାଗବତ ଟୁଙ୍ଗି ସଭାପତି ପୂର୍ଣ୍ଣଚନ୍ଦ୍ର ପଲେଇ ଓ ପୁରାଣ ପଣ୍ଡା ତୀର୍ଥବାସୀ ମହାକୁଡ,ଜଂଘିରା ଭାଗବତ ଟୁଙ୍ଗି ଭକ୍ତ ମଙ୍ଗୁଳୁ ନାୟକ,ଚତୁର୍ଭୁଜ ବାରିକ,ଶୈଳ ବାରିକ, କୈବଲ୍ୟ ବାରିକ,ଅନିତା ବେହେରା,ମିନତି ବେହେରା,ଭାରତୀ ଭିତିରିଆ, ରାଧା ବାରିକ,ଦୀପ୍ତି ମହାନ୍ତି ଏବଂ ବାଂଶପାଳ ମହାପାଟ ଭାଗବତ ଟୁଙ୍ଗି ଭକ୍ତ ଗୟାରାଣୀ ବେହେରା ପ୍ରମୁଖ ଯୋଗଦାନ କରିଥିଲେ ।
କେନ୍ଦୁଝର ରୁ ରୁପା ପିଲ୍ଲାଇଙ୍କ ରିପୋର୍ଟ (ଇପିଏ)ଇଷ୍ଟର୍ନ ପ୍ରେସ
