February 10, 2026
Home » ଜନଗଣନା ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ଜନଗଣନା ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

0
WhatsApp Image 2026-02-10 at 3.26.45 PM

ପୁରୀ: ଜନଗଣନା ପ୍ରତି ୧୦ ବର୍ଷ ରେ ଅନୁଷ୍ଠିତ ହୋଇଥାଏ।ତେବେ ୨୦୨୧ କରୋନା ପାଇଁ ଏହା ପ୍ରଭାବିତ ହୋଇ ବନ୍ଦ ରହିଥିଲା।ସରକାରଙ୍କ ନିର୍ଦ୍ଦେଶ କ୍ରମେ ୨୦୨୭ ମସିହା କୁ ଯୋଗ୍ୟତା ବର୍ଷ ଭାବେ ଧରାଯାଇ ତାହାର ପ୍ରକ୍ରିୟା ଆରମ୍ଭ ହୋଇଛି ବୋଲି କହିଛନ୍ତି ଅତିରିକ୍ତ ଜିଲ୍ଲାପାଳ ପ୍ରୋଟୋକଲ ନିଳମାଧବ ଭୋଇ ।ଆଜି ପୂର୍ବାହ୍ନରେ ଜନଗଣନା ସମ୍ପର୍କରେ ଏକ ପ୍ରସ୍ତୁତି ବୈଠକ ସର୍କିଟ ହାଉସ ଠାରେ ଅନୁଷ୍ଠିତ ହୋଇଥିଲା।ଏଥିରେ ଅଧ୍ୟକ୍ଷତା କରି ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଭୋଇ ଏହି ଜାତୀୟ କାର୍ଯ୍ୟକ୍ରମ ରେ ସମସ୍ତଙ୍କ ସହଯୋଗ କାମନା କରିଥିଲେ।ପୌର ନିର୍ବାହୀ ଅଧିକାରୀ ଅଭିମନ୍ୟୁ ବେହେରା ଜନଗଣନା ର ଆବଶ୍ୟକତା, ନାଗରିକ ଓ ଗଣନାକାରୀ ଙ୍କ ଦାୟିତ୍ୱ ସମ୍ପର୍କରେ ଆଲୋକପାତ କରିଥିଲେ।ବିସ୍ତୃତ ସୂଚନା ଦେଇ ରାଜ୍ୟ ଜନଗଣନା କାର୍ଯ୍ୟାଳୟ ର ଯୁଗ୍ମ ନିର୍ଦ୍ଦେଶକ ହାରାଧନ କର୍ମୀ ଅଧିକାରୀ ଓ କର୍ମଚାରୀ ମାନଙ୍କ ନିଯୁକ୍ତି, ଜନଗଣନା ସମ୍ପର୍କରେ ସେମାନଙ୍କ ଦାୟିତ୍ୱ ଓ କର୍ତ୍ତବ୍ୟ ସମ୍ପର୍କରେ ସୂଚନା , ମାଷ୍ଟର ଟ୍ରେନର, ଫିଲ୍ଡ ଟ୍ରେନର ଏନୁମେରେଟର,ସୁପରଭାଇଜର ମାନଙ୍କୁ ପ୍ରଶିକ୍ଷଣ,ଗୃହ ସର୍ଭେ, ଜୋନ ଅନୁସାରେ ଗଣନାକାରୀ ଙ୍କୁ ଦାୟିତ୍ୱ ଇତ୍ୟାଦି ସମ୍ପର୍କରେ ଆଲୋଚନା କରିଥିଲେ।
ଦୁଇ ପର୍ଯ୍ୟାୟରେ ଏହି ଗଣନା ହେବ।୨୦୨୬ ଅପ୍ରେଲ ୧୬ ରୁ ୧୫ ମେ ୨୦୨୬ ପର୍ଯ୍ୟନ୍ତ ପ୍ରଥମ ପର୍ଯ୍ୟାୟ ଓ ୨୦୨୭ ଫେବୃଆରୀ ୯ ରୁ ୨୮ ପର୍ଯ୍ୟନ୍ତ ଗଣନା କାର୍ଯ୍ୟ ଚାଲିବ ବୋଲି ସେ କହିଥିଲେ। ଏଥି ସହ ସ୍ବ-ଗଣନା ପୋର୍ଟାଲ ମାଧ୍ୟମ ରେ ନିଜେ ନିଜର ତଥ୍ୟ ପ୍ରଦାନ କରିବା ର ସୁବିଧା ଗୃହ ଗଣନା ପୂର୍ବରୁ ଅର୍ଥାତ ୧ ଏପ୍ରିଲ ରୁ ୧୫ ଏପ୍ରିଲ ୨୦୨୬ ମଧ୍ୟ୍ୟରେ ଦାଖଲ କରିପାରିବେ lସଠିକ ଜନସଂଖ୍ୟା ଗଣନା ବିଭିନ୍ନ ଆକଳନରୁ ଦ୍ୱନ୍ଦ୍ୱ ଦୂର କରି ଜନସଂଖ୍ୟାର ଏକ ନିର୍ଣ୍ଣାୟକ, ସରକାରୀ ଗଣନା ପାଇବା,ବୟସ, ଲିଙ୍ଗ, ଶିକ୍ଷା, ସାକ୍ଷରତା, ଧର୍ମ, ଭାଷା ଏବଂ ବୈବାହିକ ସ୍ଥିତି ସମେତ ଜନସଂଖ୍ୟା ଗଠନ ଉପରେ ତଥ୍ୟ ସଂଗ୍ରହ, ବିଶ୍ଳେଷଣ ଏବଂ ପ୍ରକାଶନ କରିବା ସମ୍ପର୍କରେ ଏହି ଗଣନା ସହାୟତା କରିଥାଏ।ଶ୍ରମଶକ୍ତି, ନିଯୁକ୍ତି ଏବଂ ଗଠନ ଏବଂ ବୈଶିଷ୍ଟ୍ୟ ମାପ କରିବା, ଗୃହ ନିର୍ମାଣ ଅବସ୍ଥା, ସୁବିଧାର ଉପଲବ୍ଧତା ମୂଲ୍ୟାଙ୍କନ କରିବା ଏବଂ ସ୍କୁଲ, ହସ୍ପିଟାଲ ଏବଂ ପରିବହନ ଭଳି ସାମାଜିକ ଭିତ୍ତିଭୂମି ଚିହ୍ନଟ କରିବାରେ ସହାୟତା କରିବା ଏବଂ ନିର୍ବାଚନ ସୀମା ପୁନଃନିର୍ମାଣ କରିବା ପାଇଁ ତଥ୍ୟ ପ୍ରଦାନ କରିବା, ସରକାର, ଏନଜିଓ ଏବଂ ବ୍ୟବସାୟଗୁଡ଼ିକୁ ନୀତି ଏବଂ କାର୍ଯ୍ୟକ୍ରମ ଯୋଜନା, ତଦାରଖ ଏବଂ ମୂଲ୍ୟାଙ୍କନ କରିବାକୁ ସକ୍ଷମ କରିବା,ସମୟ ସହିତ ଜନସଂଖ୍ୟାରେ ପରିବର୍ତ୍ତନ, ଯେପରିକି ସହରୀକରଣ ଏବଂ ପ୍ରବାସ ଢାଞ୍ଚା ବିଶ୍ଳେଷଣ କରିବା ସମ୍ପର୍କରେ ସେ ଆଲୋଚନା କରିଥିଲେ।ଏହି ବୈଠକରେ ଊପ ଜିଲ୍ଲାପାଳ ରାଜକିଶୋର ଜେନା,ସୂଚନା ଓ ଲୋକ ସମ୍ପର୍କ ଉପ ନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ, ଜନଗଣନା ର ସହକାରୀ ନିର୍ଦ୍ଦେଶକ ତଥା ନୋଡାଲ ଅଫିସର ଚନ୍ଦ୍ର ମୋହନ ମହାନ୍ତ, ପରିସଂଖ୍ୟାନ ଅନୁଧ୍ୟାନକାରୀ ବିଜୟ କୁମାର ସାହୁ, ଜିଲ୍ଲାର ସମସ୍ତ ତହସିଲଦାର ତଥା ଚାର୍ଜ ଅଫିସର, ଅତିରିକ୍ତ ତହସିଲଦାର ତଥା ଅତିରିକ୍ତ ଚାର୍ଜ ଅଫିସର, ସହକାରୀ ଜିଲ୍ଲାପାଳ ଦିବ୍ୟାଜ୍ୟୋତି ଜେନା ପ୍ରମୁଖ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *