ଜାତୀୟ କ୍ରୀଡା ଦିବସ ୨୦୨୪ ଅବସରରେ ବିଶାଳ ୱକାଥନ ଆୟୋଜିତ
ଭାରତୀୟ କ୍ରୀଡ଼ା ଇତିହାସର ମହାନ ହକି ଖେଳାଳି ମେଜର ଧ୍ୟାନ ଚାନ୍ଦଙ୍କ ଜନ୍ମବାର୍ଷିକୀ ତଥା ଜାତୀୟ କ୍ରୀଡା ଦିବସ ୨୦୨୪ ଅବସରରେ ଜିଲ୍ଲା ପ୍ରଶାସନ, ରାୟାଗଡା ଦ୍ୱାରା ୨୯/୦୮/୨୪ ତାରିଖ ଦିନ ସକାଳ ୭.୩୦ ଟା ସମୟରେ ସଦଭାବନା ସ୍ପୋର୍ଟସ କମ୍ପ୍ଲେକ୍ସରୁ ବାହାରି ମଙ୍ଗଳା ମନ୍ଦିର (ରିଙ୍ଗ ରୋଡ୍) ରାୟାଗଡା ପର୍ଯ୍ୟନ୍ତ ଏକ ବିଶାଳ ୱକାଥନ ଆୟୋଜିତ ହୋଇଯାଇଛି। ମଙ୍ଗଳା ମନ୍ଦିର ୮.୪୫ ରେ ପହଞ୍ଚି ସେଠାରୁ ଫେରି ଆସିଥିଲେ । ଜାତୀୟ କ୍ରୀଡା ଦିବସ ୨୦୨୪ ଅବସରରେ ସମ୍ମାନିତ ଅତିରିକ୍ତ ଜିଲ୍ଲାପାଳ ଭାସ୍କର ରଇତ,ଉପଜିଲ୍ଲାପାଳ କଲ୍ୟାଣି ସଙ୍ଘମିତ୍ରା ଦେବୀ,ଜିଲ୍ଲା କ୍ରିଡ଼ା ଅଧିକାରୀ ରାଲିର ଶୁଭାରମ୍ଭ କରିଥିଲେ। ଉକ୍ତ ର୍ୟ୍ୟଲିରେ ସ୍କୁଲ କଲେଜ ଛାତ୍ରଛାତ୍ରୀ ,ଜିଲ୍ଲାସ୍ତରୀୟ ଅଧିକାରୀ,ଆଥଲେଟ୍,ଯୁବ ଖେଳାଳୀ ସମେତ ୩୦୦ ଜଣ ଅ°ଶଗ୍ରହଣ କରିଥିଲେ । ଭାରତୀୟ ହକି ଦଳର ତାରକା ଧ୍ୟାନ ଚାନ୍ଦ ୧୯୨୮,୧୯୩୨,୧୯୩୬ ମସିହାରେ ଗ୍ରୀଷ୍ମ ଅଲିମ୍ପିକ୍ସରେ ବିଜୟ ସହ ଭାରତକୁ ପ୍ରଥମ ଅଲିମ୍ପିକ୍ ସ୍ୱର୍ଣ୍ଣ ପଦକ ଜିତି ହ୍ୟାଟ୍ରିକ୍ କରିଥିଲେ ।
ତାଙ୍କର ପ୍ରତିବଦ୍ଧତା, ଆତ୍ମ ନିୟନ୍ତ୍ରଣ ଏବଂ କ୍ରୀଡା ପ୍ରତି ଉତ୍ସାହ ପାଳନ କରିଥାଏ, ଯାହା ସମଗ୍ର ଦେଶରେ ଆଥଲେଟ୍ମାନଙ୍କୁ ପ୍ରେରଣା ଯୋଗାଇଥିବା ହେତୁ ୨୦୧୨ ମସିହାରେ, ଭାରତୀୟ କ୍ରୀଡ଼ାରେ ତାଙ୍କର ଅବଦାନକୁ ସମ୍ମାନ ଜଣାଇ ଭାରତ ସରକାର ତାଙ୍କ ଜନ୍ମଦିନକୁ ଜାତୀୟ କ୍ରୀଡ଼ା ଦିବସ ଭାବରେ ଘୋଷଣା କରିଥିଲେ।
୨୯ ଅଗଷ୍ଟ ୧୯୦୫ ମସିହାରେ ଭାରତୀୟ କ୍ରୀଡ଼ା ଇତିହାସର ମହାନ ହକି ଖେଳାଳି ତଥା “ମ୍ୟାଜିକ୍ ଅଫ୍ ହକି” ଭାବରେ ଜଣାଶୁଣା ମେଜର ଧ୍ୟାନ ଚାନ୍ଦଙ୍କ ଜନ୍ମଗ୍ରହଣ କରିଥିଲେ। ସମଗ୍ର ଦେଶରେ ଆଥଲେଟ୍ମାନଙ୍କୁ ତାଙ୍କ ପ୍ରତିବଦ୍ଧତା, ଆତ୍ମ ନିୟନ୍ତ୍ରଣ ଏବଂ କ୍ରୀଡା ପ୍ରତି ଉତ୍ସାହ ପାଳନ ପ୍ରେରଣା ଯୋଗାଇଥିବା ତଥା ଭାରତୀୟ କ୍ରୀଡ଼ାରେ ତାଙ୍କର ଅବଦାନକୁ ସମ୍ମାନ ଜଣାଇ ଭାରତ ସରକାର ୨୦୧୨ ମସିହାରେ ତାଙ୍କ ଜନ୍ମଦିନକୁ ଜାତୀୟ କ୍ରୀଡ଼ା ଦିବସ ଭାବରେ ଘୋଷଣା କରିଥିଲେ। ୨୦୧୯ ମସିହାରେ ରେ ଜାତୀୟ କ୍ରୀଡ଼ା ଦିବସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା “ଫିଟ୍ ଇଣ୍ଡିଆ ଆନ୍ଦୋଳନ” ଆରମ୍ଭ କରାଯାଇଥିଲା ଯାହା କି ଫିଟନେସକୁ ପ୍ରାଥମିକତା ଦେବା ଏବଂ ଏହାକୁ ସେମାନଙ୍କର ଦୈନନ୍ଦିନ ଜୀବନର ଏକ ଅବିଚ୍ଛେଦ୍ୟ ଅଙ୍ଗ କରିବା ପାଇଁ ଭାରତୀୟମାନଙ୍କୁ ଉତ୍ସାହିତ କରିବା । ଏଥି ଯୋଗୁଁ ଜାତୀୟ କ୍ରୀଡା ଦିବସ ବ୍ୟବହାରରେ କ୍ରୀଡା ଏବଂ ଫିଟନେସକୁ ପ୍ରୋତ୍ସାହିତ କରିବା, ଜାତୀୟ ଏକତା ବୃଦ୍ଧି, ସୁସ୍ଥ ଜୀବନଶୈଳୀକୁ ପ୍ରୋତ୍ସାହିତ କରିବା ଏବଂ ଯୁବ ପିଢ଼ିକୁ ଶାରୀରିକ କାର୍ଯ୍ୟକଳାପରେ ଉତ୍ସାହିତ କରିବା ପାଇଁ କ୍ରୀଡ଼ାର ଗୁରୁତ୍ୱ ଉପରେ ପ୍ରତିଫଳିତ କରିବା ଏକ ସୁବିଧାଜନକ ମୁହୂର୍ତ୍ତ ଯାହା କି ଆମର ଦୈନନ୍ଦିନ ଜୀବନରେ କ୍ରୀଡା ଏବଂ ଶାରୀରିକ କାର୍ଯ୍ୟକଳାପର ଗୁରୁତ୍ୱକୁ ଗୁରୁତ୍ୱ ଦେବା ହିଁ ଉକ୍ତ ବିଶାଳ ୱକାଥନର ଏକ ମହତତ୍ୱପୂର୍ଣ୍ଣ ଉଦ୍ଦେଶ୍ୟ ।
ଜିଲ୍ଲା ପ୍ରଶାସନ ପକ୍ଷରୁ ଉକ୍ତ ଜାତୀୟ କ୍ରୀଡା ଦିବସ ୨୦୨୪ ଅବସରରେ ଜିସିଡି ହାଇସ୍କୁଲ ପଡିଆ ଓ ଏକଲବ୍ୟ ମଡେ଼ଲ ରେସିଡାନ୍ସିଆଲ ସ୍କୁଲ ପଡିଆରେ ଆଜି ହକି,ଫୁଟବଲ,ବେଡମିଣ୍ଟନ, ଭାର ଉତ୍ତୋଳନ ପ୍ରତିଯୋଗିତା ଆୟୋଜନ କରାଯାଇଛି ।