September 17, 2024
Home » ସରକାରୀ ଆୟୁର୍ବେଦୀକ ଚିକିତ୍ସାଳୟକୁ ପ୍ରାଥମିକ ସାସ୍ଥ୍ୟକେନ୍ଦ୍ର କୁ ଉନ୍ନୀତ କରିବା ପାଇଁ ସ୍ବାସ୍ଥ୍ୟମନ୍ତ୍ରୀ ଙ୍କୁ ଦାବିପତ୍ର ପ୍ରଦାନ

ସରକାରୀ ଆୟୁର୍ବେଦୀକ ଚିକିତ୍ସାଳୟକୁ ପ୍ରାଥମିକ ସାସ୍ଥ୍ୟକେନ୍ଦ୍ର କୁ ଉନ୍ନୀତ କରିବା ପାଇଁ ସ୍ବାସ୍ଥ୍ୟମନ୍ତ୍ରୀ ଙ୍କୁ ଦାବିପତ୍ର ପ୍ରଦାନ

0

ସୁବର୍ଣ୍ଣପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଖଣ୍ଡହତା ଗ୍ରାମପଂଚାୟତ ରେ ଥିବା ଆୟୁର୍ବେଦୀୟ ଚିକିତ୍ସାଳୟ ଆଜକୁ ଦୀର୍ଘ ୪୦ ବର୍ଷ ହେବ ଖଣ୍ଡହତା ଗ୍ରାମପଂଚାୟତର ମୂଖ୍ୟାଳୟଠାରେ ଓଡିଶା ସରକାରଙ୍କ ତରଫରୁ ସ୍ଥାପନା କରାଯାଇଛି l କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ଏହା ଜନସାଧାରଣଙ୍କୁ ମୌଳିକ ସାସ୍ଥ୍ୟ ସେବା ପହଂଚାଇବାରେ ସମର୍ଥ ହୋଇପାରୁ ନାହିଁ । ପ୍ରକାଶ ଥାଉ କି ସୁଚର୍ଣ୍ଣପୁର ଜିଲ୍ଲାର ଏହି ଉପାନ୍ତ ଅଂଚଳରେ ସୁବର୍ଣ୍ଣପୁର ଜିଲ୍ଲାର ଖଣ୍ଡହତା, ସଂଗ୍ରାମପୁର, କମିରା, ବହଲପଦର, ଲୁତୁରପଙ୍କ ଏବଂ ସମ୍ବଲପୁର ଜିଲ୍ଲାର ତ୍ରିବଣପୁର,ଭରତାପୁର ପ୍ରଭୃତି ୭ଟି ଗ୍ରାମପଂଚାୟତର ପ୍ରାୟ ୪୦ ହଜାର ଜନସାଧାରଣ ମୌଳିକ ସ୍ବାସ୍ଥ୍ୟସେବାରୁ ବଂଚିତ ହେଉଛନ୍ତି । ଖଣ୍ଡହତା ଗ୍ରାମପଂଚାୟତ ମୂଖ୍ୟାଳୟ ଉପରେ ନିର୍ଭର କରୁଥିବା ଏହି ଗ୍ରାମପଂଚାୟତ ମାନଙ୍କର ଅନୁନ୍ନତ ଗ୍ରାମଗୁଡିକରେ ରାସ୍ତାଘାଟ ତଥା ଯୋର,ନାଳ,ଜଙ୍ଗଲ ଘେରି ରହିଥ‌ିବାରୁ ଲୋକମାନେ ପ୍ରାଥମିକ ସ୍ବାସ୍ଥ୍ୟସେବା ପାଇପାରୁ ନଥୁବାରୁ ବହୁତ ହଇରାଣ ହରକତ ହେଉଥିବା ବେଳେ ଡାକ୍ତରଖାନାକୁ ଯିବା ପାଇଁ ଅଧୁକ ଖର୍ଚ୍ଚାନ୍ତ ମଧ୍ୟ ହେଉଛନ୍ତ l ତେଣୁ ଏଠାରେ ଅବସ୍ଥାପିତ ଆୟୁର୍ବେଦୀକ ଚିକିତ୍ସାଳୟର ଉନ୍ନୀତ କରି ଏକ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର (PHC) କୁ ପରିବର୍ତ୍ତିତ ହୋଇପାରିଲେ ଏହି ଅଂଚଳର ଜନସାଧାରଣ ସଠିକ ସ୍ବାସ୍ଥ୍ୟ ସେବା ପାଇପାରିବେ ବୋଲି ଜୟଶ୍ରୀ ଦେହୁରୀ ସରପଞ୍ଚ ଖଣ୍ଡହତା ଗ୍ରାମ ପଂଚାୟତ, ଶରତ ଭୋଇ, ବିଜୟ କୁମାର ପଧାନ, ସଂଜୀବ ଲୌରିଆ, ଅକ୍ଷୟ କୁମାର ଶଙ୍ଖୁଆ, ସୁଦାମ ଗାଈଗରିଆ ,ଜଗବନ୍ଧୁ ବେରିହା ପ୍ରମୁଖ ଦାବି କରିଛନ୍ତି l

 

ସୁବର୍ଣ୍ଣପୁର ଈପିଏରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ…..
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )

Leave a Reply

Your email address will not be published. Required fields are marked *