ଜାତୀୟ ଡ଼ୁମାଳ ଦିବସ ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ
ସୁବର୍ଣ୍ଣପୁର: ମା ମାହେଶ୍ୱରୀ ସଂସ୍କୃତି ପରିଷଦ, ଓଡିଶା ର ଅଧ୍ୟକ୍ଷ ହରିଶଙ୍କର ବେହେରାଙ୍କ ଆହ୍ୱାନକ୍ରମେ ଆସନ୍ତା ଡିସେମ୍ବର 20 ତାରିଖରେ ହେବାକୁଥିବା ନୂଆଦିଲ୍ଲୀରେ ଜାତୀୟ ଡ଼ୁମାଳ ଦିବସ ନିମନ୍ତେ ସୁବର୍ଣ୍ଣପୁର ଜିଲ୍ଲା ହରଡ଼ଖୋଲ ମାହେଶ୍ୱରୀ ମନ୍ଦିର ପ୍ରାଙ୍ଗଣରେ ଡ଼ୁମାଳ ପରିଷଦ ଓଡିଶା ପ୍ରତିଷ୍ଠାତା ସଭାପତି ଦେବାର୍ଚ୍ଚନ ଚାଉଳିଆଙ୍କ ସଭାପତିତ୍ୱ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି l ସଭାର ପ୍ରାରମ୍ଭରେ ଇଷ୍ଟଦେବୀ ମା ମାହେଶ୍ୱରୀଙ୍କ ପୀଠରେ ପୂଜାର୍ଚ୍ଚନା କରାଯାଇଥିଲା l ସଭାର ଆଭିମୁଖ୍ୟ ଉପରେ ପ୍ରତିଷ୍ଠାତା ସମ୍ପାଦକ କୃତ୍ତିବାସ ପଲିଆ ସମ୍ୟକ ଧାରଣା ଦେଲାପରେ ବିଭିନ୍ନ ଆଲୋଚନାରେ ପ୍ରତିଷ୍ଠାତା ଉପସଭାପତି ପାଣ୍ଡଵ କର୍ଣ୍ଣ, ପୂର୍ବତନ ବୌଦ୍ଧ ଜିଲ୍ଲା ସଭାପତି ବିଶିକେଶନ ପ୍ରଧାନ, ପୂର୍ବ ରାଜ୍ୟ ସହସମ୍ପାଦକ ପ୍ରଶାନ୍ତ କମ୍ପ, ପୂର୍ବ ରାଜ୍ୟ ପ୍ରତିନିଧି ବିଜୟ କେତନ ମେଣ୍ଡିଲି,ମାହେଶ୍ୱରୀ ସଂସ୍କୁତି ପରିଷଦ ସମ୍ପାଦକ ହୀରା ମହାକୁର, ବୌଦ୍ଧ ଜିଲ୍ଲା ଯୁବ ଡ଼ୁମାଳ ସକ୍ରିୟ ସଦସ୍ୟ ମୋତିଲାଲ ଡାଙ୍ଗ, ନିତ୍ୟାନନ୍ଦ କର୍ମୀ,ମୃ୍ଷୁଣ୍ଡି କେନ୍ଦ୍ର ସଭାପତି ଦୟା ସାଗର ମେଣ୍ଡିଲି,ବଲାଡି କେନ୍ଦ୍ରର ଉପେନ୍ଦ୍ର ଥାଟି,ହରଡ଼ଖୋଲ କେନ୍ଦ୍ର ସଭାପତି ହୃଷିକେଶ ପ୍ରଧାନ, ସମ୍ପାଦକ ମୋହନ କର୍ମୀ, ବୀରମହାରାଜପୁର ଯୁବ ସଭାପତି ସମ୍ବିତ ମହାକୁର,ଵାଣିଗୋଛା କେନ୍ଦ୍ରର ସୁରେନ୍ଦ୍ର ମହାଖୁଡ଼,ପ୍ରକାଶ ମହାଖୁଡ଼,ବିଜୟ ମହାଖୁଡ଼ ପ୍ରମୁଖ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ l ବିଭିନ୍ନ ଜିଲ୍ଲାରୁ ଜାତୀୟ ଡ଼ୁମାଳ ଦିବସରେ ସକ୍ରିୟ ଅଂଶ ଗ୍ରହଣ ନିମନ୍ତେ ସଂଯୋଜକ ମନୋନୀତ କରାଯାଇ ରାଜ୍ୟ ମୁଖ୍ୟ ସଂଯୋଜକ ଭାବେ କୃତ୍ତିବାସ ପଲିଆ,ସହ ସଂଯୋଜକ ପାଣ୍ଡଵ କର୍ଣ୍ଣ,ବୌଦ୍ଧ ଜିଲ୍ଲା ମୋତିଲାଲ ଡାଙ୍ଗ ଓ ନିତ୍ୟାନନ୍ଦ କର୍ମୀ, ସୁବର୍ଣ୍ଣପୁର ଜିଲ୍ଲା ଦୟା ସାଗର ମେଣ୍ଡିଲି, ସମ୍ବିତ ମହାକୁର, ଠାକୁର ଚାଉଳିଆ ଓ ଉପେନ୍ଦ୍ର ଥାଟି,ସମ୍ବଲପୁର ବିଜୟ କେତନ ମେଣ୍ଡିଲି ଓ ପ୍ରଶାନ୍ତ ବଘାର, ବଲାଙ୍ଗୀର ବିଧୁ ଭୂଷଣ ଡାଙ୍ଗ ଓ ସରୋଜ ମେଶ୍ୱା, ବରଗଡ଼ ହୀରା ମହାକୁର ଓ ଚୈତନ୍ୟ କର୍ଣ୍ଣ, ନୟାଗଡ ପ୍ରକାଶ ମହାଖୁଡ଼ ଓ ମଧୁସୂଦନ ମହାଖୁଡ଼, କନ୍ଧମାଳ ପ୍ରଶାନ୍ତ କମ୍ପ, ପୁରୀ ରାଜେନ୍ଦ୍ର ଖେତୀ,କଟକ ପ୍ରେମ ସୁନ୍ଦର ମହାଖୁଡ଼ ଓ ଦୟାନିଧି ସାମଲ, ଦେବଗଡ଼ ଦିବ୍ୟକାନ୍ତ ପାତ୍ରଙ୍କୁ ଦାୟିତ୍ୱ ଅର୍ପଣ କରାଗଲା l ମୁଖ୍ୟ ଉପଦେଷ୍ଟା ଭାବେ ଦେବାର୍ଚ୍ଚନ ଚାଉଳିଆ, ଉପଦେଷ୍ଟା ମୁରଲୀଧର ପାତ୍ର,ବିଶିକେଶନ ପ୍ରଧାନ, ପ୍ରଶାନ୍ତ ଭୋଇ, ଲମ୍ବୋଦର ମହାକୁର ପୃଷ୍ଟପୋଷାକ ଭାବେ କହ୍ନେଇ ଚରଣ ଡାଙ୍ଗ ଓ ଫକୀର କର୍ଣ୍ଣଙ୍କୁ ମନୋନୀତ କରାଯାଇଥିଲା l ଜାତୀୟ ଡ଼ୁମାଳ ଦିବସରେ ଅତିଥି ଭାବେ ରାଷ୍ଟ୍ରପତି, ଓଡିଶାରୁ ପ୍ରତିନିଧିତ୍ୱ କରୁଥିବା ମନ୍ତ୍ରୀ ଓ ସାଂସଦ ମାନଙ୍କୁ ନିମନ୍ତ୍ରଣ କରିବା ପାଇଁ ପ୍ତସ୍ତାବ ଗୃହିତ ହୋଇଥିଲା l ଶେଷରେ ସଭାପତି ଶ୍ରୀ ଚାଉଳିଆ ଧନ୍ୟବାଦ ଅର୍ପଣ କରିଥିଲେ l ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ..
