December 24, 2025
Home » ଜାତୀୟ ଡୁମାଲ ଦିବସ୨୦୨୫ଶ୍ରୀକ୍ଷେତ୍ର ରେ ପାଳିତ

ଜାତୀୟ ଡୁମାଲ ଦିବସ୨୦୨୫ଶ୍ରୀକ୍ଷେତ୍ର ରେ ପାଳିତ

0
WhatsApp Image 2025-12-24 at 9.52.10 AM

ପବିତ୍ର ଶ୍ରୀକ୍ଷେତ୍ର ଧାମ ପୁରୀ ସ୍ଥିତ ୟୁଥ ହଷ୍ଟଲ ,ଚକ୍ରତିର୍ଥରୋଡ ସଭାକକ୍ଷ ରେ ନବମ ଜାତୀୟ ଡୁମାଲ ଦିବସ ୨୦୨୫ ମହାସମାରୋହ ରେ ପାଳିତ ହୋଇଯାଇଛି ।। ସର୍ବ ପ୍ରଥମେ ଜାତିର ଆରାଧ୍ଯଦେବୀ ମାଁ ମାହେଶ୍ବରୀ ଙ୍କ ଭବ୍ଯ ପୂଜା ହିରୋମୁଣ୍ଡା ମାଁ ମାହେଶ୍ବରୀ ମନ୍ଦିର ର ଦେହେରୀ ଦିବ୍ଯସିଂ ଛନ୍ଦ ଙ୍କ ତତ୍ବାବଧାନ ରେ କରାଯିବା ପରେ ଉପସ୍ଥିତ ସମସ୍ତ ଶ୍ରର୍ଦ୍ଧାଳୁ ଦିବ୍ଯ ଦର୍ଶନ କରି ଦିବସ ତଥା ଜାତି ଗଙ୍ଗାଙ୍କ ମଙ୍ଗଳ କାମନା କରି ପ୍ରର୍ଥନା କରିଥିଲେ ।

।ମାଁ ମାହେଶ୍ବରୀ ସଂସ୍କୃତି ପରିଷଦ ଓଡିଶା ଆନୂକୂଲ୍ଯରେ ଅଧ୍ଯକ୍ଷ ହରିଶଙ୍କର ବେହେରା ଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ମୁଖ୍ଯ ଅତିଥି ଭାବରେ ଶ୍ରୀୟୁକ୍ତ କହ୍ନେଇ ଚରଣ ଡାଙ୍ଗ,ବିଧାୟକ କଣ୍ଟାମାଲ,ସମ୍ମାନୀତ ଅତିଥି ପୂର୍ବତନ ରାଜ୍ଯ ସଭାପତି ଦେବାର୍ଚନ ଚାଉଳିଆ ,ସଂପାଦକ କୃତିବାସ ପଲିଆ ,ଶିକ୍ଷାବିତ ପଣ୍ଡବ କର୍ଣ୍ଣ,ଯୁଧିଷ୍ଠିର ମାହାର ,ମାହେଶ୍ବରୀ ଗ୍ରୁଫ ଅପ୍ ଇନ୍ସଣ୍ଟିଚୁଟ ର ମୁଖ୍ଯ ଫକିର କର୍ଣ୍ଣ,ଦୟାସାଗର ମେଣ୍ଡଳି ,ସାନନ୍ଦ କର୍ଣ୍ଣ,ମାନ ସିଂ ବଘାର ,ଲୋକନାଥ ଗେଜୋ,ଉଦୟନାଥ ପଧାନ,ପ୍ରମୁଖ ତଥା ମୁଖ୍ଯବକ୍ତା ଭାବରେ ଗବେଷକ ଡ ହରିହର କାନୁନଗୋ,ଭେଡେନବ୍ଲକ ଉପାଧ୍ଯକ୍ଷ ଡୋଳାମଣି ଖେତି ,ପ୍ରମୁଖ ଯୋଗଦାନ କରିବକ୍ତବ୍ଯ ପ୍ରଦାନ କରିଥିଲେ ।

।ଅତିଥି ପରିଚୟ ପ୍ରଦାନ ଓ ସ୍ବାଗତ ଭାଷଣ ଚୈତନ୍ଯ କର୍ଣ୍ଣ ,ସଭାର ଉଦ୍ଯେଶ୍ଯ ଶମ୍ଭୁ ଗିରି ସଭାପତି ଯୁବଡୁମ୍ବାଲ ପରିଷଦ ବୌଦ୍ଧ କରିଥିବା ବେଳେ ବିଭିନ୍ନ ଖେତ୍ରରେ ପ୍ରତିଷ୍ଠା ଅର୍ଜନ କରିଥିବାଲୋକନାଥ ଗେଜୋ,ସାନନ୍ଦକର୍ଣ୍ଣ,ମଧୁସୁଦନ କର୍ଣ୍ଣ ,ତ୍ରିଲୋଚନ କମ୍ପ,ପୁପ୍ଷାଞଳି କଲତା ,ଜଗବନ୍ଧୁ କଲତା ,ସୁରେନ୍ଦ୍ର କର୍ମି,ପ୍ରେମରାଜ ଦେହେରୀ ବଳରାମ ଛନ୍ଦ ,ହର୍ଷବର୍ଦ୍ଧନ କର୍ଣ୍ଣ, ପ୍ରମୁଖ ଙ୍କୁ ମାନପତ୍ର ,ସ୍ମୃତି ଫଳକ ଦେଇ ସମ୍ମାନୀତ କରାଯାଇଥିଲା ।

।ମୁଖ୍ଯ ଅତିଥି ଷରିଷଦ ର ସ୍ମରଣୀକା ମାହେଶ୍ବରୀ ସଂସ୍କୃତି କୁ ଉନ୍ମୋଚନ କରିଥିଲେ ।।ପରିଶେଷରେ ସୁରେନ୍ଦ୍ର କର୍ମି ଧନ୍ଯବାଦ ଦେଲାପରେ ପ୍ରସାଦ ସେବନ କରାଯାଇଥିଲା ।।

baragada jilla bheden block ru harisanker behera nka report

Leave a Reply

Your email address will not be published. Required fields are marked *