August 22, 2026
Home » ଜାତୀୟ ସାଇକେଲ ଚମ୍ପିୟାନସିପ ଉଦଘାଟିତ।

ଜାତୀୟ ସାଇକେଲ ଚମ୍ପିୟାନସିପ ଉଦଘାଟିତ।

0
WhatsApp Image 2024-12-08 at 6.21.26 AM (1)

ପୁରୀ ୭/୧୨ ପୁରୀ ଷ୍ଟ୍ରଲିଂ ରୋଡ ନିକଟରେ ୨୯ ତମ ଜାତୀୟ ରୋଡ ସାଇକେଲ ଚାଳନା ପ୍ରତିଯୋଗିତା ଆଜି ପୂର୍ବାହ୍ନରେ ଉଦଘାଟିତ ହୋଇଯାଇଛି। ଏଥିରେ ବିଭିନ୍ନ ରାଜ୍ୟ ଓ ଅନୁଷ୍ଠାନର ୧୦୦୦ ରୁ ଉର୍ଦ୍ଧ୍ବ ପ୍ରତିଯୋଗୀ ଅଂଶଗ୍ରହଣ କରିଛନ୍ତି।ଜାତୀୟ ସାଇକ୍ଲିଂ ଆସୋସିଏସନ ଓ ଓଡିଶା ସାଇକ୍ଲିଂ ଆସୋସିଏସନ ର ମିଳିତ ସହଯୋଗ ରେ ଆୟୋଜିତ ଏହି ଚମ୍ପିଆନସିପ କୁ ପୁରୀ ଲୋକସଭା ସାଂସଦ ଡା ସମ୍ବିତ ପାତ୍ର ଉଦଘାଟନ କରି ସାଇକେଲ ଚାଳନା ଦ୍ବାରା ବ୍ୟାୟାମ ସଂଘଟିତ ହେବା ସହ ଶରୀର ସୁସ୍ଥ ରହିଥାଏ।

ଏହା ଏକ ସୁନ୍ଦର ଓ ଉପଯୋଗୀ ଅଭ୍ୟାସ।ଓଡିଶା ରେ ସାଇକେଲ ଚାଳନାରେ ଋଚି ରହିଛି।ତେବେ ଏହାକୁ ପ୍ରତିଯୋଗୀ ମନ ନେଇ ପ୍ରତ୍ୟେକ ସାଇକେଲ ଚାଳନା ମନସ୍କ ହେବାକୁ ପରାମର୍ଶ ଦେବା ସହ ପୁରୀ ରେ ଏହାର ଆୟୋଜନ ହେଉଥିବାରୁ ଆୟୋଜକ ଙ୍କୁ ଧନ୍ୟବାଦ ଜଣାଇଥିଲେ।ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱ କୈଳାସ ଚନ୍ଦ୍ର ନାୟକ ଏହି ଚମ୍ପିୟାନସିପ ପାଇଁ ପ୍ରଶାସନ ବିବିଧ ସହଯୋଗ ଯୋଗାଇ ଦେବା ସହ ପ୍ରତିଯୋଗିତାର ସଫଳ ଆୟୋଜନ ଓ ପ୍ରତିଯୋଗୀ ମାନଙ୍କ ସୁବିଧା ପାଇଁ ବ୍ୟବସ୍ଥା କରିଛି ବୋଲି କହିଥିଲେ।

ଓଡିଶା ସାଇକେଲ ସଂଘର ସଭାପତି ଅର୍ଜୁନ ପୁରସ୍କାର ବିଜୟିନୀ ମିନତୀ ମହାପାତ୍ର ଏଥିରେ ଅଧ୍ୟକ୍ଷତା କରିଥିଲେ।ପ୍ରାରମ୍ଭରେ ଜାତୀୟ ସାଇକ୍ଲିଂ ଆସୋସିଏସନ ର ସମ୍ପାଦକ ମନିନନ୍ଦର ପାଲ ସିଂ ଚମ୍ପିୟାନସିପର ଲକ୍ଷ୍ୟ, ଉଦ୍ଦେଶ୍ୟ ଓ ପ୍ରତିଯୋଗିତାର ନିୟମ ସମ୍ପର୍କରେ ଆଲୋକପାତ କରିଥିଲେ।ଅନ୍ୟ ମାନଙ୍କ ମଧ୍ୟରେ ସୂଚନା ଓ ଲୋକ ସମ୍ପର୍କ ଉପ ନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ,ଜିଲ୍ଲା କ୍ରୀଡା ଅଧିକାରୀ ଚନ୍ଦନ ସାହୁ,ଓଡିଶା ସାଇକ୍ଲିଂ ଆସୋସିଏସନ ର ସମ୍ପାଦକ ପ୍ରସନ୍ନ କୁମାର ରାଉତ,ଜିଲ୍ଲା କ୍ରୀଡା ସଂସଦର ପ୍ରାକ୍ତନ ସମ୍ପାଦକ ରବି ନାରାୟଣ ପ୍ରତିହାରୀ, ବରିଷ୍ଠ ସାଇକେଲ ଚାଳକ ତଥା ଆୟୋଜକ ସୁଶୀଲ କୁମାର ଦାସ, ପ୍ରମୁଖ ଯୋଗ ଦେଇ ସାଇକେଲ ଚାଳନାର ଉପକାରିତା ସମ୍ପର୍କରେ ଆଲୋକପାତ କରିଥିଲେ।ଏହି ପ୍ରତିଯୋଗିତା ଚଳିତ ମାସ ୧୦ ତାରିଖ ପର୍ଯ୍ୟନ୍ତ ଜାରି ରହିବ ବୋଲି ଆୟୋଜକ ଜଣାଇଛନ୍ତି।

ପୁରୀ ଇପିଏ ରୁ ସୌଭାଗ୍ୟ ପଟ୍ଟନାୟକ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )

Leave a Reply

Your email address will not be published. Required fields are marked *

You may have missed

ସେପ୍ଟେମ୍ବର ୧୨ରେ ଖୋର୍ଦ୍ଧା ଜିଲ୍ଳାର ସମସ୍ତ ବିଚାର ବିଭାଗୀୟ ଅଦାଲତରେ ରାଷ୍ଟ୍ରୀୟ ଲୋକ ଅଦାଲତ ଭୁବନେଶ୍ୱର-ତା.୨୦.୦୮.୨୦୨୬ ଚଳିତ ବର୍ଷର ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଆସନ୍ତା ତା. ୧୨.୦୯.୨୦୨୬ ରିଖରେ ଖୋର୍ଦ୍ଧା ଜିଲ୍ଲାର ସମସ୍ତ ବିଚାର ବିଭାଗୀୟ ଅଦାଲତ/ ରାଜସ୍ୱ ଅଦାଲତ ପରିସରରେ ଅନୁଷ୍ଠିତ ହେବ ବୋଲି ଖୋର୍ଦ୍ଧା ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଭୁବନେଶ୍ୱରଙ୍କ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ଏହି ରାଷ୍ଟ୍ରୀୟ ଲୋକ ଅଦାଲତରେ ପ୍ରାୟ ସମସ୍ତ ପ୍ରକାରର ବିଚାରାଧିନ ମାମଲା ଯଥା-ଫୌଜଦାରୀ (ସାଲିସ୍‌ ଯୋଗ୍ୟ), ଚେକ୍‌ ବାଉନ୍ସ, ବ୍ୟାଙ୍କ ଋଣ, ଟ୍ରାଫିକ୍‌ ଚାଲାଣ, ରାଜସ୍ୱ, ଶ୍ରମ, ବୈବାହିକ (ଛାଡ଼ପତ୍ର ବ୍ୟତୀତ), ଜମି ଅଧିଗ୍ରହଣ, ମୋଟର ଦୁର୍ଘଟଣା, ଜମିଜମା ମୋକଦ୍ଦମା ଇତ୍ୟାଦିର ଆପୋଷ ସହମତିରେ ସମାଧାନ କରାଯାଇପାରିବ । କେବଳ ବିଚାରାଧିନ ମାମଲା ନୁହେଁ, ଅଦାଲତରେ ମାମଲା ଦାୟର ହୋଇ ନଥାଇ ମଧ୍ୟ ପ୍ରାକ୍‌ ମୋକଦ୍ଦମାସ୍ତରୀୟ ବିବାଦ ଯଥା-ବାଙ୍କ ଋଣ ଅନାଦେୟ, ଟେଲିଫୋନ୍‌, ବିଦ୍ୟୁତ, ପାନୀୟ ଜଳ ବିଲ୍‌ ଅନାଦେୟ ମାମଲା ଗୁଡିକର ମଧ୍ୟ ପ୍ରାଧିକରଣଙ୍କ କାର୍ଯ୍ୟାଳୟରେ ଆପୋଷ ସହମତି ଭିତ୍ତିରେ ସମାଧାନ ହୋଇପାରିବ । ଉକ୍ତ ମାମଲାର ସମାଧାନ ପାଇଁ କୌଣସି ଆର୍ଥିକ ଖର୍ଚ୍ଚ ହିତାଧିକାରୀମାନଙ୍କୁ ଦେବାକୁ ପଡ଼ିବ ନାହିଁ ଏବଂ ଲୋକ ଅଦାଲତର ରାୟ ଚୂଡ଼ାନ୍ତ, ବୈଧ ତଥା ଅମଳଯୋଗ୍ୟ ଅଟେ । ଯଦି କୌଣସି ବିଚାରାଧିନ ମାମଲାର ସମାଧାନ ଲୋକ ଅଦାଲତରେ ହୋଇଥାଏ ତେବେ ଆଗରୁ ପୈଠ ହୋଇଥିବା କୋର୍ଟ ଫି ଫେରସ୍ତ ହୋଇପାରିବ । ଏଣୁ ଦୀର୍ଘ ଦିନ ଧରି ଚାଲୁ ରହିଥିବା ମୋକଦ୍ଦମାର ସହଜ ଓ ସରଳ ସମାଧାନ ପାଇଁ ଓ ଆର୍ଥିକ ଖର୍ଚ୍ଚ ଓ ସମୟ ଅପଚୟରୁ ନିସ୍ତାର ପାଇଁ ଏହି ସୁଯୋଗର ସଦୁପଯୋଗ କରନ୍ତୁ ଓ ସବିଶେଷ ବିବରଣୀୟ ପାଇଁ ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଭୁବନେଶ୍ୱର କିମ୍ବା ନିକଟସ୍ଥ ଅଦାଲତ ପରିସରରେ ଥିବା ଆଇନ ସେବା କମିଟି/ ଅଦାଲତଙ୍କ ସହ ଯୋଗାଯୋଗ କରିବାକୁ ପ୍ରାଧିକରଣଙ୍କ ପକ୍ଷରୁ ଅନୁରୋଧ କରାଯାଇଛି ।