October 16, 2024
Home » ଜିନ୍ଦଲ ଫାଉଣ୍ଡେସନ ତରଫରୁ ‘ସ୍ୱଚ୍ଛତା ହିଁ ସେବା’ କାର୍ଯ୍ୟକ୍ରମ ଉଦଯାପିତ

ଜିନ୍ଦଲ ଫାଉଣ୍ଡେସନ ତରଫରୁ ‘ସ୍ୱଚ୍ଛତା ହିଁ ସେବା’ କାର୍ଯ୍ୟକ୍ରମ ଉଦଯାପିତ

0

 

ଯୋଡ଼ା – ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର (ଜେଏସପି)ର ସାମାଜିକ ସଂସ୍ଥା, ଜିନ୍ଦଲ ଫାଉଣ୍ଡେସନ ଦ୍ୱାରା ଏକ ସପ୍ତାହ ବ୍ୟାପି ସ୍ୱଚ୍ଛତା କାର୍ଯ୍ୟକ୍ରମ ବଡ଼ବିଲ ପେଲେଟ୍ ପ୍ଲାଣ୍ଟ, ଟେନସା ଏବଂ କାସିଆ ଆଇରନ୍ ମାଇନ୍ସ ଅଂଚଳରେ ପାଳିତ ହୋଇଯାଇଛି । ଉକ୍ତ ଅଂଚଳରେ ଅବସ୍ଥିତ ଗ୍ରାମ ଗୁଡିକର ଶତାଧିକ ମହିଳା, ପୁରୁଷ ଓ ଯୁବକ ଯୁବତୀ ମାନଙ୍କ ମିଳିତ ଉଦ୍ୟମରେ ସ୍ୱଚ୍ଛତା ଅଭିଯାନ ମାଧ୍ୟମରେ ଗ୍ରାମ ଗୁଡିକର ମୁଖ୍ୟ ରାସ୍ତା, ବିଦ୍ୟାଳୟ, ମନ୍ଦିର ଆଦି ସ୍ଥାନ ମାନଙ୍କରେ ସଫେଇ କାର୍ଯ୍ୟ କରାଯାଇ, ‘ସ୍ୱଚ୍ଛତା ହିଁ ସେବା’ ମହତ ବାର୍ତ୍ତା କୁ ଗ୍ରାମବାସୀ ମାନଙ୍କ ପାଖରେ ପହଞ୍ଚାଯାଇଥିଲା ।

ଅକ୍ଟୋବର ୨ ତାରିଖ ମହାତ୍ମା ଗାନ୍ଧୀଙ୍କ ଜନ୍ମ ତିଥିରେ ଜିନ୍ଦଲ ଫାଉଣ୍ଡେସନ ବଡ଼ବିଲ ବିଲେଇପଦା ଛକରେ ବିଶାଳ ସ୍ଵଛତା ଅଭିଯାନର ଉଦଯାପନି ସମାରୋହ ଅନୁଷ୍ଠିତ ହୋଇ ଯାଇଛି । ଏଥିରେ ସମ୍ମାନିତ ଅତିଥି ଭାବେ କମ୍ପାନୀର ମାନବ ସମ୍ବଳ ବିଭାଗ ମୁଖ୍ୟ ଆଶିଷ ରଞ୍ଜନ ମହାନ୍ତି ଯୋଗ ଦେଇଥିବା ବେଳେ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ ଓ କର୍ମଚାରୀ ମାନେ ଅଂଶ ଗ୍ରହଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ଛାତ୍ର ପ୍ରଗତି ଯୁବକ ସଂଘ ବିଲେଇପଦାର ସମସ୍ତ ସଦସ୍ୟ,ଏସ ଏଚ ଜି ମେମ୍ବର, ଅଂସେଇକଳା ପଂଚାୟତ ଓ କଣ୍ଡରା ପଂଚାୟତର ମାନ୍ୟଗଣ୍ୟ ସମାଜସେବୀ ଉପସ୍ଥିତି ଓ ସହଯୋଗ କ୍ରମେ ବିଲେଇପଦା ମାର୍କେଟ ଅଂଚଳ ସଫେଇ କାର୍ଯ୍ୟ କରାଯାଇଥିଲା । ଜିନ୍ଦଲ ଫାଉଣ୍ଡେସନର ଡେପୁଟି ମେନେଜର ଶ୍ରୀ ଯଦୁମଣୀ ମହାନ୍ତଙ୍କ ତତ୍ୱାବଧାନାରେ ସମସ୍ତ ସି ଏସ ଆର ସଦସ୍ୟ, ମାନବ ସମ୍ବଳ ସଦସ୍ୟ ଉକ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।

କାଶିଆ ଆଇରନ ଏବଂ ଡୋଲମାଇଟ ଖଣି ପକ୍ଷରୁ ମଧ୍ୟ ‘ସ୍ୱଚ୍ଛତା ହିଁ ସେବା’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ସେରେଣ୍ଡା ଓ ଭଦ୍ରାସାହି ପଂଚାୟତର ସରକାରୀ ପ୍ରାଥମିକ ବିଦ୍ୟାଳୟ କାଶିଆ (କ) ସରକାରୀ ପ୍ରାଥମିକ ବିଦ୍ୟାଳୟ କାଶିଆ (ଖ)ର ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରି ସ୍ୱଚ୍ଛତାର ବାର୍ତ୍ତା ବହନ କରିଥିଲେ । ଏହି ସଚେତନତା କାର୍ଯ୍ୟକ୍ରମ ଜିନ୍ଦଲ ଅଧିନସ୍ଥ କାଶିଆ ଆଇରନ ଓ ଡୋଲମାଇଟ ଖଣିରୁ ଆରମ୍ଭ ହୋଇ କାଶିଆ ଗ୍ରାମର ପ୍ରାଥମିକ ବିଦ୍ୟାଳୟ ପର୍ଯ୍ୟନ୍ତ ଚାଲିଥିଲା । ‘ସ୍ୱଚ୍ଛ ଭାରତ, ସବୁଜ ଭାରତ’ ନାରା ସହିତ, ଏହି ପରିପ୍ରେକ୍ଷୀରେ ସେରେଣ୍ଡା ଓ ଭଦ୍ରାସାହି ପଞ୍ଚାୟତର ଏକ ହଜାର ଗ୍ରାମବାସୀଙ୍କୁ ଗୋଟିଏ ଲେଖାଏଁ ଫଳ ଗଛର ଚାରା ବଣ୍ଟନ କରାଯାଇଥିଲା । ଏହି ସ୍ୱଚ୍ଛତା ସେବା କାର୍ଯ୍ୟକ୍ରମରେ ୟୁନିଟ ମୁଖ୍ୟ ଶ୍ରୀ ପ୍ରମୋଦ କୁମାର ପାତ୍ର, ପରିବେଶ ଏବଂ ସର୍ଭେ ମୁଖ୍ୟ ଶ୍ରୀ ରଜନିଶ ଚତୁର୍ବେଦୀ, ଖଣି ପରିଚାଳକ ଶ୍ରୀ ରଣଜିତ ଚୌଧୁରୀ କାଶିଆ କଲୋନୀ ବାସିନ୍ଦା, ଶିଶୁ, କର୍ମଚାରୀ ଏବଂ ସ୍ୱାସ୍ଥ୍ୟ ସଙ୍ଗିନୀ ପ୍ରମୁଖ ଯୋଗ ଦେଇଥିଲେ ।

ଜିନ୍ଦଲ ଫାଉଣ୍ଡେସନ ଦ୍ୱାରା ଟେନ୍ସା ଅଂଚଳରେ ବିଭିନ୍ନ ସଫେଇ ଓ ସ୍ୱଚ୍ଛତା କାର୍ଯ୍ୟକ୍ରମ ସମେତ ବିଭିନ୍ନ ପ୍ରତିଯୋଗିତା ଆୟୋଜନ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମକୁ ଟେନ୍ସା ସରପଞ୍ଚ ଶ୍ରୀମତୀ ଅନିତା ପୂର୍ତ୍ତି, ତନ୍ତ୍ର। ଗ୍ରାମର ଅଙ୍ଗନବାଡି ଠାରେ ଉଦଘାଟନ କରିଥିଲେ । ଗ୍ରାମବାସୀଙ୍କ ମିଳିତ ସହଯୋଗରେ ତନ୍ତ୍ର। ଓ ଜିରୋ ପଏଣ୍ଟ ଠାରେ ରାସ୍ତା, ନାଳ, ପାଣି ଟ୍ୟାପ ପଏଣ୍ଟ, ଅଙ୍ଗନବାଡି କେନ୍ଦ୍ର ଓ ବିଦ୍ୟାଳୟ ଗୁଡିକୁ ସଫେଇ କରାଯାଇଥିଲା । ଶେଷରେ ଗାନ୍ଧୀ ଜୟନ୍ତୀ ଅବସରରେ ଡେଙ୍ଗୁଲା ସରକାରୀ ହାଇସ୍କୁଲ ଠାରେ ଏକ କାର୍ଯ୍ୟକ୍ରମ ଆୟୋଜନ କରାଯାଇ କୃତି ପ୍ରତିଯୋଗୀ ମାନଙ୍କୁ ଜିନ୍ଦଲ ଟେନ୍ସା ଲୌହ ଖଣିର ମୁଖ୍ୟ ଶ୍ରୀ ରଘୁରାଜ ରଘୁବଂଶୀ, ଶ୍ରୀ ସଞ୍ଜୟ କୁମାର ଏବଂ ଶ୍ରୀ ପଦ୍ମଲୋଚନ ପ୍ରଧାନ, ପ୍ରଧାନ ଶିକ୍ଷକ ପୁରସ୍କୃତ କରିଥିଲେ । ଶେଷରେ ବିଦ୍ୟାଳୟ ପରିସରରେ ‘ମା ପାଇଁ ଗଛଟିଏ’ ଧାରାରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ କରାଯାଇଥିଲା ।
କେନ୍ଦୁଝର ଜିଲ୍ଲା ଯୋଡ଼ାରୁ ଡିମ୍ପଲ ସାଣ୍ଡିଲ ଙ୍କ ରିପୋର୍ଟ ଇପିଏ ନିଉଜ ।

Leave a Reply

Your email address will not be published. Required fields are marked *