ଜିନ୍ଦଲ ସ୍କୁଲର ଦଶମ ଶ୍ରେଣୀ ଛାତ୍ର ବିରାଟ ସିଂ ଇସ୍ରୋ ଯୁବ ବୈଜ୍ଞାନିକ କାର୍ଯ୍ୟକ୍ରମ ପାଇଁ ମନୋନୀତ
ଯୋଡ଼ା – : ଜିନ୍ଦଲ ସ୍କୁଲର ଦଶମ ଶ୍ରେଣୀର ଛାତ୍ର ବିରାଟ ସିଂ ଭାରତୀୟ ମହାକାଶ ଗବେଷଣା ସଂସ୍ଥାନ (ଇସ୍ରୋ) ଦ୍ୱାରା ଆୟୋଜିତ ଯୁବ ବିଜ୍ଞାନୀ କାର୍ଯ୍ୟକ୍ରମ (YUVIKA) ପାଇଁ ମନୋନୀତ ହୋଇଛନ୍ତି।ବିଜ୍ଞାନ, ବିଶେଷ କରି ମହାକାଶ ବିଜ୍ଞାନ ଓ ଗବେଷଣା ପାଇଁ ନିଜର ନିଷ୍ଠା ଓ ଆଗ୍ରହ ପାଇଁ ସେ ଏ ସଫଳତା ପାଇଛନ୍ତି। ଏହି ସଫଳତା ପାଇଁ ବିରାଟଙ୍କୁ ଜିନ୍ଦଲ ସ୍କୁଲର ଅଧ୍ୟକ୍ଷା ସଂଗୀତା ଦାସ, ଶିକ୍ଷକ ଶିକ୍ଷୟିତ୍ରୀ ଓ ସ୍କୁଲ ପରିଚାଳନା କମିଟିର ସଦସ୍ୟମାନେ ଅଭିନନ୍ଦନ ଜଣାଇଛନ୍ତି।ପିଲାଙ୍କ ମନରେ ପୁସ୍ତକ ଜ୍ଞାନ ଓ ଗବେଷଣାତ୍ମକ ଜ୍ଞାନ ମଧ୍ୟରେ ଥିବା ଦୂରତାକୁ ଦୂର କରିବା ଏହି ଯୁବ ବିଜ୍ଞାନୀ କାର୍ଯ୍ୟକ୍ରମ (YUVIKA)ର ଲକ୍ଷ୍ୟ। ଉପଗ୍ରହ ପ୍ରଯୁକ୍ତି ବିଦ୍ୟା, ରକେଟ ଉତକ୍ଷେପଣ, ମହାକାଶ ଅଭିଯାନ ଓ ମହାକାଶ ପଦାର୍ଥ ବିଜ୍ଞାନ ସମ୍ପର୍କିତ ପ୍ରାକ୍ଟିକାଲ ଜ୍ଞାନ ହାସଲ କରିବା ପାଇଁ ଏହି କାର୍ଯ୍ୟକ୍ରମ ବହୁତ ସହାୟକ ହେବ। ଏହି କାର୍ଯ୍ୟକ୍ରମ ପାଇଁ ମନୋନୀତ ଛାତ୍ରଛାତ୍ରୀ ଦେଶର ବିଭିନ୍ନ ଇସ୍ରୋ ସେଣ୍ଟରରେ ବହୁ ପ୍ରତିଷ୍ଠିତ ମହାକାଶ ବିଜ୍ଞାନୀ ଓ ଗବେଷକଙ୍କଠାରୁ ସେମାନେ ପ୍ରତ୍ୟକ୍ଷ ଜ୍ଞାନ ଅର୍ଜନ କରିବେ।
କେନ୍ଦୁଝର ଜିଲ୍ଲା ଯୋଡ଼ା ରୁ ଡିମ୍ପଲ ସାଣ୍ଡିଲ ଙ୍କ ରିପୋର୍ଟ ଇପିଏ ନିଉଜ
