April 15, 2026
Home » ଜିଲ୍ଲାପାଳଙ୍କ କାର୍ଯ୍ୟାଳୟଠାରେ ମତଦାତା ସହାୟତା କେନ୍ଦ୍ର ଉଦଘାଟନ

ଜିଲ୍ଲାପାଳଙ୍କ କାର୍ଯ୍ୟାଳୟଠାରେ ମତଦାତା ସହାୟତା କେନ୍ଦ୍ର ଉଦଘାଟନ

0
WhatsApp Image 2026-04-08 at 5.40.00 PM

କଟକ,: ମତଦାତାମାନଙ୍କୁ ନିର୍ବାଚନ ସମ୍ପର୍କିତ ସମସ୍ତ ସେବା ପ୍ରଦାନ କରିବା ଲକ୍ଷ୍ୟରେ ଅତିରିକ୍ତ ଜିଲ୍ଲାପାଳ ତଥା ଅତିରିକ୍ତ ନିର୍ବାଚନ ଅଧିକାରୀ ଶ୍ରୀ କମଳଜିତ ଦାସ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟଠାରେ ମତଦାତା ସହାୟତା କେନ୍ଦ୍ରର ଉଦଘାଟନ କରିଛନ୍ତି । ଏହି ସହାୟତା କେନ୍ଦ୍ର ମାଧ୍ୟମରେ ସ୍ଵତନ୍ତ୍ର ସଘନ ସଂଶୋଧନ (ଏସ ଆଇ ଆର) ସମ୍ବନ୍ଧିତ ସମସ୍ତ ଗୁରୁତ୍ଵପୂର୍ଣ୍ଣ ତଥ୍ୟ ମତଦାତାମାନଙ୍କୁ ମିଳିପାରିବ । ମତଦାତାମାନେ ନିଜର ନାମ ଭୋଟର ତାଲିକାରେ ପଞ୍ଜୀକରଣ , ତ୍ରୁଟି ସଂଶୋଧନ ଏବଂ ତତସମ୍ବଦ୍ଧୀୟ ସମସ୍ତ ସେବା ସହଜରେ ପାଇପାରିବେ । ସ୍ଵତନ୍ତ୍ର ସଘନ ସଂଶୋଧନ ନିମନ୍ତେ ଇସିଆଇ ନେଟ ଭଳି ଅନଲାଇନ ମାଧ୍ୟମରେ ସହାୟତା ନେବାର ବ୍ୟବସ୍ଥା ମଧ୍ୟ ରହିଛି । ସହାୟତା କେନ୍ଦ୍ରରେ ପ୍ରଦର୍ଶିତ ସୂଚନାପଟ ମାଧ୍ୟମରେ ମତଦାତାମାନଙ୍କୁ ସଚେତନ କରାଯାଉଛି । “ ବୁକ୍ ଏ କଲ ୱିଥ ବିଏଲଓ” ଭଳି ସୁବିଧା ମଧ୍ୟ ଉପଲବ୍ଧ ରହିଛି, ଯାହା ମାଧ୍ୟମରେ ମତଦାତାମାନେ ସିଧାସଳଖ ବୁଥସ୍ତରୀୟ ଅଧିକାରୀ ଙ୍କ ସହ ଯୋଗାଯୋଗ କରି ସମସ୍ୟାର ସମାଧାନ ପାଇପାରିବେ । ଏହି କେନ୍ଦ୍ରରେ ପ୍ରଶିକ୍ଷିତ କର୍ମଚାରୀମାନେ ଉପସ୍ଥିତ ରହି ମତଦାତାମାନଙ୍କୁ ସମସ୍ତ ପ୍ରକାର ତଥ୍ୟ ପ୍ରଦାନ କରୁଛନ୍ତି । ଜିଲ୍ଲା ପ୍ରଶାସନ ଦ୍ଵାରା ମତଦାତାମାନଙ୍କୁ ସଚେତନ କରାଯାଇଛି ଯେ , ସେମାନେ ନିଜର ତଥ୍ୟ ସଠିକ ଭାବେ ପ୍ରଦାନ କରି ଏହି ମ୍ୟାପିଂ ପ୍ରକ୍ରିୟାରେ ସହଯୋଗ କରନ୍ତୁ । ଏହି ଏସଆଇଆର ମ୍ୟାପିଂ ଅଭିଯାନ ମାଧ୍ୟମରେ ମତଦାତା ତାଲିକାକୁ ତ୍ରୁଟିହୀନ କରିବା ସହିତ ଆସନ୍ତା ନିର୍ବାଚନରେ ମତଦାନ ପ୍ରକ୍ରିୟାକୁ ସୁବିଧାଜନକ କରିବା ଜିଲ୍ଲା ପ୍ରଶାସନ ର ଲକ୍ଷ୍ୟ ।

 

cuttack ru lalita dash nka report epa news

Leave a Reply

Your email address will not be published. Required fields are marked *