ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସାମନା ରାସ୍ତା ପାଲଟିଛି ମରଣଯନ୍ତା :
ରାସ୍ତା ବଖାଣୁଛି ଗ୍ରାମ୍ୟ ଉନ୍ନୟନ ବିଭାଗର ବିଫଳତାର କାହାଣୀ l
ସୁବର୍ଣ୍ଣପୁର :ମାନ୍ୟ ମରାମତି ଓ ନିର୍ମାଣ ଅଭାବରୁ ଏକ ପ୍ରମୁଖ ରାସ୍ତା ଏବେ ଲୋକଙ୍କ ପାଇଁ ସାଜିଛି ମରଣଯନ୍ତା l ପ୍ରତିଦିନ ସାଧାରଣ ଲୋକଙ୍କ ସହିତ ଛାତ୍ରଛାତ୍ରୀମାନେ ଭୋଗୁଛନ୍ତି ଅକଥନୀୟ ଦୁର୍ଦ୍ଦଶା l ନିଜେ ରାସ୍ତା ଦେଇ ନଗଲେ ଜାଣି ହେଉନାହିଁ କେତେ ଦୂରାବସ୍ଥାରେ ରହିଛି ରାସ୍ତାଟି । ନବଗଠିତ ବୌଦ୍ଧ ପୌରପରିଷଦ ର 18 ନମ୍ବର ୱାର୍ଡ ଯାହାକି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସାମ୍ନା ଅଂଚଳକୁ ନେଇ ଗଠିତ l ଜଗନ୍ନାଥ ସଡକ ସହିତ ମାଉଳସିଙ୍ଗା ଦେଇ ବୁଟୁପାଲି କୁ ଯୋଡ଼ୁଥିବା ପ୍ରମୁଖ ସଡକ ଦେଇ ପ୍ରତିଦିନ ହଜାର ହଜାର ଲୋକେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମତେ ଅନ୍ୟାନ୍ୟ ସରକାରୀ କାର୍ଯ୍ୟାଳୟକୁ ଯାଇଥାନ୍ତି l ଏହା ବ୍ୟତୀତ ଶତାଧିକ ଛାତ୍ରଛାତ୍ରୀ ମଧ୍ୟ ଏହି ରାସ୍ତା ଦେଇ କେନ୍ଦ୍ରୀୟ ବିଦ୍ୟାଳୟ ଓ ଅନ୍ୟାନ୍ୟ ବିଦ୍ୟାଳୟ କୁ ଯାଇଥାନ୍ତି l ଦୁଇ କିଲୋମିଟର ବିଶିଷ୍ଟ ରାସ୍ତା ର ମାତ୍ର 50 ମିଟର ରାସ୍ତା ନିର୍ମାଣ ହୋଇନଥିବାରୁ ଏବେ ଖାଲଖମାର ଭର୍ତ୍ତି ହୋଇଯାଇଛି l

ସାମାନ୍ୟ ବର୍ଷା ଓ ପରବର୍ତ୍ତୀ କାଦୁଅ ଓ ପଙ୍କ ଲୋକଙ୍କ ପାଇଁ ଦୁର୍ଦ୍ଦଶା ର କାରଣ ସାଜିଛି l ଦୁଇ କିଲୋମିଟର ରାସ୍ତା ରୁ ମଧ୍ୟ ସ୍ଥଳରେ ଥିବା 50 ମିଟର ରାସ୍ତା କୁ ଛାଡି ଦେଇ ଗତ ବର୍ଷ ଫ୍ଲେବର ବ୍ଲକ ପକାଯାଇ ନିର୍ମାଣ କରାଯାଇଥିଲା l ଉକ୍ତ ରାସ୍ତା ଦେଇ ପ୍ରତିଦିନ ଅନେକ ଭାରୀଯାନ ଯିବାଆସିବା କରୁଥିବାରୁ ଲୋକେ ଫ୍ଲେବର ବ୍ଲକ ନପକାଇ ସ୍ଥାୟୀ ରାସ୍ତା ନିର୍ମାଣ କରିବାକୁ ଦାବି କରିଥିଲେ ମଧ୍ୟ ଵିଭାଗୀୟ ଅଧିକାରୀମାନେ କର୍ଣ୍ଣପାତ କରିନଥିଲେ l ଏବେ ଉକ୍ତ ରାସ୍ତାଟି ଅନେକ ସ୍ଥାନରୁ ଭାଙ୍ଗି ଯାଇ ବ୍ୟବହାର ଅନୁପଯୋଗୀ ହୋଇପଡିଛି l ଏହି ରାସ୍ତା ହିଁ ବୌଦ୍ଧ ଜିଲ୍ଲାର ଗ୍ରାମ୍ୟ ଉନ୍ନୟନ ବିଭଗର ବିଫଳତାର କାହାଣୀ ବଖାଣୁଛି l ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସାମନା ରାସ୍ତା ଅବସ୍ଥା ଯଦି ଏ ରକମ ହୋଇଛି ତେବେ ଗ୍ରାମାଞ୍ଚଳ ଓ ଅପହଞ୍ଚ ଅଂଚଳର ରାସ୍ତାର ଅବସ୍ଥା କିପରି ହୋଇଥିବା ତାହା ସହୟରେ ଅନୁମାନ କରିହେଉଛି l ଏହି ରାସ୍ତାର ମରାମତି ଓ ନିର୍ମାଣ ନେଇ ଲୋକେ ଅନେକ ଥର ନିର୍ବାହୀ ଯନ୍ତ୍ରୀ , ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କୁ ଜଣାଇଥିଲେ ମଧ୍ୟ ଆଜିପର୍ଯ୍ୟନ୍ତ କୌଣସି ପଦକ୍ଷେପ ଗ୍ରହଣ କରାଯାଇନାହିଁ କି ଏସମ୍ପର୍କରେ ଶୁଣାଣି ହେଉନାହିଁ l ସତେଯେପରି ଗ୍ରାମ୍ୟ ଉନ୍ନୟନ ଯନ୍ତ୍ରୀଙ୍କୁ କାଲ ରୋଗ ଧରିଛି l ଜିଲ୍ଲା ର ଭଲ ଭଲ ରାସ୍ତା ଉପରେ ଆଉଥରେ କାମ କରାଯାଇ ସରକାରୀ ଅର୍ଥର ହରିଲୁଟ କରାଯାଉଛି । ଅନ୍ୟପକ୍ଷରେ ଏହି ପ୍ରମୁଖ ରାସ୍ତାର ନିର୍ମାଣ ଓ ମରାମତି କରିବାକୁ ବିଭାଗ ର ଆଗ୍ରହ ନାହିଁ । ସାଧାରଣ ବର୍ଷାରେ ରାସ୍ତାଟି ମରଣଯନ୍ତା ପାଲଟି ଯାଉଛି l ରାସ୍ତା ଟି ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧିନରେ ରହିଥିବା ବେଳେ ଏହାର ରକ୍ଷଣା ବେକ୍ଷଣ ଓ ମରାମତି ପାଇଁ ବିଭାଗ କୌଣସି ପଦକ୍ଷେପ ଗ୍ରହଣ କରୁନାହିଁ l ରାସ୍ତାକୁ ପୂର୍ତ୍ତ ବିଭାଗ କୁ ହସ୍ତାନ୍ତର କରାଯିବା, ସ୍ଥାୟୀ ରାସ୍ତା ନିର୍ମାଣ କରାଯିବା ଓ ରାସ୍ତାର ଉଭୟ ପାର୍ଶ୍ୱରେ ଡ୍ରେନ ନିର୍ମାଣ କରାଯିବାକୁ ଲୋକେ ଦାବି କରିଛନ୍ତି l ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ…
