ଜିଲ୍ଲା ପ୍ରଶାସନ ଏ ୱାନ ୫୨ କୃତି ବିଦ୍ୟାର୍ଥୀଙ୍କ ପାଇଁ ସମ୍ବର୍ଦ୍ଧନା ସଭା ଏକ ସ୍ବାଗତଯୋଗ୍ୟ ପଦକ୍ଷେପ
ନୟାଗଡ ଜିଲ୍ଲା ପ୍ରଶାସନ ତଥା ଶିକ୍ଷା ବିଭାଗ ତରଫରୁ ଜିଲ୍ଲା ପରିଷଦର ସୃଜନ ସଭାକକ୍ଷରେ ଚଳିତ ବର୍ଷ ହାଇସ୍କୁଲ ସାର୍ଟିଫିକେଟ ପରୀକ୍ଷାରେ ଏ ୱ।ନ୍ ପାଇଥିବା ସର୍ବମୋଟ ୫୨ ଜଣ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି। ନୟାଗଡ଼ର ଜିଲ୍ଲାପାଳ ମଧୁମିତା ରଥଙ୍କ ସଭାପତିତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପୁରୀର ମାନ୍ୟବର ସାଂସଦ ଡା ସମ୍ବିତ ପାତ୍ର ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଖଣ୍ଡପଡାର ମାନ୍ୟବର ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡର ଅଧ୍ୟକ୍ଷ ଦୁଷ୍ମନ୍ତ କୁମାର ସ୍ୱାଇଁ, ନୟାଗଡ଼ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ ଦେବାଶିଷ ପଟ୍ଟନାୟକ, ଜିଲ୍ଲା ପରିଷଦ ନୟାଗଡ଼ର ମୁଖ୍ୟ ଉନ୍ନୟନ ଅଧିକାରୀ ଲଗ୍ନଜିତ ରାଉତ, ନୟାଗଡ଼ ଅତିରିକ୍ତ ଜିଲ୍ଲାପାଳ ରୋଜିନା ଦାସ ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ମାର୍ଗଦର୍ଶନ ପ୍ରଦାନ କରିଥିଲେ। ଶିକ୍ଷାର୍ଥୀମାନଙ୍କୁ ଉତ୍ସାହିତ କରିବା, ସେମାନଙ୍କ ଆତ୍ମବିଶ୍ୱାସ ବଢାଇବା ଦିଗରେ ସମ୍ବର୍ଦ୍ଧନା ଓ ଆବଶ୍ୟକତା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଏବଂ ସ୍ବାଗତଯୋଗ୍ୟ ପଦକ୍ଷେପ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ ।



ଛାତ୍ରଛାତ୍ରୀମାନଙ୍କୁ ପ୍ରଦାନ କରାଯାଉଥିବା ସମ୍ବର୍ଦ୍ଧନା କେବଳ ଏକ ପୁରସ୍କାର ନୁହେଁ ବରଂ ସେମାନଙ୍କ ପରିଶ୍ରମ,ଅନୁଶାସନ , ସଂସ୍କାରର ପ୍ରତିଫଳନ। ବିଶେଷଭାବେ ବିଦ୍ୟାର୍ଥୀମାନେ ନିଜର ଜ୍ଞାନ, ସଂସ୍କାର ଓ କଠୋର ପରିଶ୍ରମ କର୍ମ ଦ୍ୱାରା ସମାଜ ତଥା ରାଷ୍ଟ୍ର କୁ ଗୈରବାନ୍ୱତ କରିବା ଆବଶ୍ୟକ ବେଲି ଅତିଥିମାନେ ମତବ୍ୟକ୍ତ କରିବା ସହ ଜିଲ୍ଲା ଶିକ୍ଷା ବିଭାଗର ଏପ୍ରକାର ପ୍ରୟାସକୁ ମଧ୍ୟ ପ୍ରଶଂସା କରିଥିଲେ। କାର୍ଯ୍ୟକ୍ରମ ପ୍ରାରମ୍ଭରେରୁ ଅତିରିକ୍ତ ଶିକ୍ଷା ଅଧିକାରୀ ଗୀତାଞ୍ଜଳି ସାହୁ ସ୍ୱାଗତ ଅଭିଭାଷଣ ଦେଇଥିବା ବେଳେ ଜିଲ୍ଲା ଶିକ୍ଷା ଅଧିକାରୀ ଚିତ୍ତରଞ୍ଜନ ପାଣ୍ଡେ ଛାତ୍ର ଛାତ୍ରୀମାନଙ୍କୁ ଉଦବୋଧନ ଦେବା ସହ ନୟାଗଡ଼ ଜିଲ୍ଲାରେ ବିଭିନ୍ନ ସମୟରେ ପରୀକ୍ଷାରେ ସଫଳତା ପାଇଥିବା ଛାତ୍ର/ଛାତ୍ରୀମାନଙ୍କ ତଥ୍ୟ ଉପସ୍ଥାପିତ କରିଥିଲେ। ଆଞ୍ଚଳିକ ଉଚ୍ଚ ବିଦ୍ୟାଳୟ କିରିଦାସପୁରର ଛାତ୍ର ସରୋଜ କୁମାର ଜେନା ଜିଲ୍ଲା ରେ ସର୍ବାଧିକ ନମ୍ବର ରଖି ପ୍ରଥମ ହୋଇଥିବାରୁ ତାଙ୍କୁ ସ୍ୱତନ୍ତ୍ର ଭାବେ ସମ୍ମାନିତ କରାଯିବା ସହ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଏବଂ ଅନ୍ୟ ସମସ୍ତ ଶିକ୍ଷକମାନଙ୍କୁ ମଧ୍ୟ ଜିଲ୍ଲା ଶିକ୍ଷା ବିଭାଗ ତରଫରୁ ସମ୍ମାନିତ କରାଯାଇଥିଲା। ସଫଳତା ପ୍ରାପ୍ତ କୃତି ଛାତ୍ର / ଛାତ୍ରୀଙ୍କ ମଧ୍ୟରୁ ସରୋଜ କୁମାର ଜେନା, ରଶ୍ମିତା ସାହୁ, ବିଶ୍ୱମୟୀ ପରିଡା,ସୁନୀତା ପ୍ରଧାନ, ପ୍ରତାପରୁଦ୍ର ଘଡେଇ ପ୍ରମୁଖ ” ସଫଳତା ଓ ଏହାର ଆଧାର” ଉପରେ ନିଜ ମତ ଉପସ୍ଥାପନ କରିଥିଲେ। ଏହି ଅବସରରେ ମୁଖ୍ୟ ଅତିଥି ଡା ସମ୍ବିତ ପାତ୍ର ପ୍ରତ୍ୟେକ କୃତି ଛାତ୍ରଛାତ୍ରୀଙ୍କୁ ପୁସ୍ତକ, ଖାତା ସହ ଏକ ବ୍ୟାଗ ମଧ୍ୟ ଉପହାର ଭାବେ ପ୍ରଦାନ କରିଥିଲେ । ସାଂସଦ ଡ . ପାତ୍ର ୫୨ ଜଣ କୃତି ଛାତ୍ର/ ଛାତ୍ରୀଙ୍କୁ ଲୋକସଭା ଭବନ (ପାର୍ଲ୍ୟାମେଣ୍ଟ ) ପରିଭ୍ରମଣ କରିଆସିବାକୁ ନିମନ୍ତ୍ରଣ କରିଥିଲେ ଓ ଜିଲ୍ଲାପାଳଙ୍କୁ ଏହାର ସୁବନ୍ଦୋବସ୍ତ କରିବାକୁ କହିଥିଲେ ।ଦିଲ୍ଲୀରେ ଦୁଇଦିନ ଛାତ୍ର/ ଛାତ୍ରୀ ପରିଭ୍ରମଣ ସୁବିଧାର ଦାଇତ୍ୱ ନିଜେ କରିବେ ବୋଲି କଥା ଦେଇଥିଲେ । ଏହି ମହତ କାର୍ଯ୍ୟକ୍ରମକୁ ଶରତ ଚନ୍ଦ୍ର ଆଚାର୍ଯ୍ୟ ସଂଯୋଜନା କରିଥିବା ବେଳେ ଧନ୍ୟବାଦ ଅର୍ପଣ କରିଥିଲେ ଅତିରିକ୍ତ ଶିକ୍ଷା ଅଧିକାରୀ ସଂଧ୍ୟାରାଣୀ ରାଉତ।
ଇ ପି ଏ ରୁ ଗୋକୁଳ କୁମାର ଷଡ଼ଙ୍ଗୀ ଜିଲ୍ଲା ପ୍ରତିନିଧି ନୟାଗଡ଼ ।
