ଜିଲ୍ଲା ପ୍ରଶାସନ ଓ ଓଡ୍ରାଫ ଟିମ୍ ସହାୟତାରେ ଦୁର୍ଗମ ଅଞ୍ଚଳରୁ ଗର୍ଭବତୀ ମହିଳା ଓ ଦମ୍ପତ୍ତିଙ୍କୁ ବାତ୍ୟା ଆଶ୍ରୟସ୍ଥଳୀ ସ୍ଥାନାନ୍ତର
ଛତ୍ରପୁର (ରିପୋର୍ଟ -ସୁଜିତ କୁମାର ପଟ୍ଟନାୟକ) ବାତ୍ୟା ଅକଭାନ ସମୟରେ ଗଞ୍ଜାମ ଜିଲ୍ଲା ପ୍ରଶାସନ ତରଫରୁ ଓଡ୍ରାଫ ଟିମ୍ ସହାୟତାରେ ବିଭିନ୍ନ ଦୁର୍ଗମ ଅଞ୍ଚଳରୁ ଜନସାଧାରଣଙ୍କୃ ବାତ୍ୟା ଆଶ୍ରୟସ୍ଥଳୀରେ ସୁରକ୍ଷିତ ଭାବେ ପହଞ୍ଚାଇ ଜିଲ୍ଲା ପ୍ରଶାସନ ନିଜର ଦକ୍ଷତା ପ୍ରତିପାଦନ କରିଛି । ଏହି କ୍ରମରେ ଗଞ୍ଜାମ ଜିଲ୍ଲାର ପାତ୍ରପୁର ବ୍ଲକ ଅନ୍ତର୍ଗତ ଦୁର୍ଗମ ଆଦିବାସୀ ବହୁଳ ବୁରାତାଳ ପଞ୍ଚାୟତରୁ ଓଡ୍ରାଫ ଟିମ୍ ସହାୟତାରେ ୪ ଜଣ ଗର୍ଭବତୀ ମହିଳାଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି।ପାତ୍ରପୁର ବ୍ଲକ ବାଘଲଟି ଜଳଭଣ୍ଡାର ଆର ପାର୍ଶ୍ଵରେ ନିଜ ମକା ଫସଲ ପାଇଁ ବାତ୍ୟା ଖବର ଶୁଣି ନଆସି ରହିଥିବା ବଗଡ଼(ଚାଷଜମି)ରେ କୁଡ଼ିଆ କରି ଜଳଭଣ୍ଡାରକୁ ଲାଗିକି ବିପଦପୂର୍ଣ୍ଣ ଭାବେ ରହିଥିବା ଆଙ୍କୁଲି ପଂଚାୟତ ଏଲଗଲଗ୍ରାମର ବୃଦ୍ଧ ଦମ୍ପତିଙ୍କ ସହ ତାଙ୍କ 11 ବର୍ଷର ନାତିକୁ ବାଘଲଟି ଜଳଭଣ୍ଡାର ରାସ୍ତା ଦେଇ ସଫଳତା ପୂର୍ବକ ଉଦ୍ଧାର କରି ତାଡକାସହି ବାତ୍ୟା ଆଶ୍ରୟସ୍ଥଳୀ ରେ ପହଞ୍ଚିଲା ଓଡ୍ରାଫ ଟିମ ଓ ପାତ୍ରପୁର ବ୍ଲକ ପ୍ରଶାସନ । ଏହି ଟିମରେ ପଂଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରଦୀପ ପ୍ରଧାନ,ଅଙ୍ଗନବାଡି କର୍ମୀ ମଞ୍ଜୁଳା କାର୍ଜୀ ଓ ବରିଷ୍ଠ ସାମ୍ବାଦିକ ତଥା ସମାଜସେବୀ ରାଜ ଗୋପାଳ ପାଢ଼ୀ ,ଓଡ୍ରାଫ ଟିମର ଉପାସୁ ମାହାର,ଭୁପେନ ସାମଲ,ରବୀନ୍ଦ୍ର ବେହେରା,ଜ୍ଞାନନିଧି ଭୋଇ ପ୍ରମୂଖ ଉପସ୍ଥିତ ରହିଥିଲେ ।

ଏହି କ୍ରମରେ ବୀତ୍ୟା ପରବର୍ତ୍ତୀ ଗୁଜବରୁ ଦୂରେଇ ରହିବା ପାଇଁ ସମସ୍ତଙ୍କୁ ପରାମର୍ଶ ଦିଆଯାଇଛି। ସୂଚନାଯୋଗ୍ୟ ଯେ ତାରାତାରିଣୀ ପାହାଡ଼ ରାସ୍ତାରେ ବଡ଼ ଧରଣର ପଥର ଧସିବା କିମ୍ବା ଯାତାୟାତ ସମ୍ପୂର୍ଣ୍ଣ ବନ୍ଦ ହେବା ଭଳି କୌଣସି ଘଟଣା ଘଟିନାହିଁ। ରାସ୍ତାରେ ଗଛର ଏକ ଡାଳ ଭାଙ୍ଗି ପଡ଼ିଥିବା ଖବର ପାଇବା ମାତ୍ରେ ଓଡ୍ରାଫ୍ ଓ ଅନ୍ୟାନ୍ୟ ଉଦ୍ଧାରକାରୀ ଦଳ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଏହାକୁ ହଟାଇ ରାସ୍ତା ସ୍ୱାଭାବିକ କରିଥିଲେ। ଛତ୍ରପୁର ଉପଜିଲ୍ଲାପାଳ ଶିବାଶିଷ ବରାଳ, ତହସିଲଦାର ବିନୋଦ ବିହାରୀ ବେହେରା ଏବଂ ଅନ୍ୟ ସ୍ଥାନୀୟ ଅଧିକାରୀମାନେ ଘଟଣାସ୍ଥଳ ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କରିଥିଲେ।ଜନସାଧାରଣଙ୍କୁ ଅତିରଞ୍ଜିତ ଓ ଭ୍ରମାତ୍ମକ ସୂଚନାରେ ବିଭ୍ରାନ୍ତ ନହେବାକୁ ଅନୁରୋଧ। ପ୍ରତ୍ୟେକ ପରିସ୍ଥିତିରେ, ପ୍ରତ୍ୟେକ ସ୍ଥାନରେ ଜିଲ୍ଲା ପ୍ରଶାସନ ଆପଣଙ୍କ ସହିତ ରହିଛି।
