July 30, 2026
Home » ଜିଲ୍ଲା ପ୍ରଶାସନ ପକ୍ଷରୁ ରସଗୋଲା ବଣ୍ଟନ

ଜିଲ୍ଲା ପ୍ରଶାସନ ପକ୍ଷରୁ ରସଗୋଲା ବଣ୍ଟନ

0
WhatsApp Image 2026-07-28 at 3.39.10 PM (1)

 

ଧନ୍ୟବାଦ ଜଣାଇଲେ ଶ୍ରଦ୍ଧାଳୁ।

ପୁରୀ : ମହାପ୍ରଭୁଙ୍କ ପବିତ୍ର ନୀଳାଦ୍ରି ବିଜେ ଅବସରରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାପାଳ ଦିବ୍ଯ ଜ୍ୟୋତି ପରିଡାଙ୍କ ପରାମର୍ଶ କ୍ରମେ ଶ୍ରଦ୍ଧାଳୁ ଙ୍କ ମଧ୍ୟରେ ରସଗୋଲା ବଣ୍ଟନ କରାଯାଇଥିଲା।ନୀଳାଦ୍ରି ବିଜେ ଦିନକୁ ମଧ୍ୟ ରସଗୋଲା ଦିବସ ଭାବେ ପାଳନ କରାଯାଇଥାଏ।ମା ଲକ୍ଷ୍ମୀ ଙ୍କୁ ରଥଯାତ୍ରା ସମୟରେ ମହାପ୍ରଭୁ ନେଇ ନ ଥିବାରୁ ମା ଲକ୍ଷ୍ମୀ ରାଗ ପ୍ରକାଶ କରି ହେରା ପଞ୍ଚମୀ ତିଥିରେ ମହାପ୍ରଭୁଙ୍କ ନନ୍ଦିଘୋଷ ରଥରୁ କାଠ ଭାଙ୍ଗି ଦେଇଥିଲେ।ସେହି କ୍ରୋଧ କୁ ଶାନ୍ତ କରିବା ଉଦ୍ଦେଶ୍ୟ ରେ ମହାପ୍ରଭୁ ନୀଳାଦ୍ରି ବିଜେ ତିଥିରେ ମହାଲକ୍ଷ୍ମୀଙ୍କୁ ରସଗୋଲା ଦେଇଥାନ୍ତି।ଏହି ଦିବସ ର ତାତ୍ପର୍ଯ୍ୟ କୁ ନେଇ ଜିଲ୍ଲା ପ୍ରଶାସନ ପ୍ରାୟ ୫୦ କିଲୋଗ୍ରାମ ରସଗୋଲା ଶ୍ରୀମନ୍ଦିର ନିକଟରେ ବଣ୍ଟନ କରିଥିଲା।

ଏଥିରେ ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ଶରତ ଚନ୍ଦ୍ର ବେହେରା, ଅତିରିକ୍ତ ଜିଲ୍ଲାପାଳ ପ୍ରୋଟୋକଲ ନିଳମାଧବ ଭୋଇ,ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱ ସୁଶାନ୍ତ କୁମାର ପତି, ଉପ ଜିଲ୍ଲାପାଳ ରାଜ କିଶୋର ଜେନା ପ୍ରମୁଖ ସହଯୋଗ କରିଥିଲେ।ଡେପୁଟି କଲେକ୍ଟର ପ୍ରଶାନ୍ତ କୁମାର ଜେନା ଙ୍କ ନେତୃତ୍ୱରେ ଏହି ରସଗୋଲା ବଣ୍ଟନ କରାଯାଇଥିଲା।ଏହି ପଦକ୍ଷେପ ପାଇଁ ଶ୍ରଦ୍ଧାଳୁ ମାନେ ଖୁସି ବ୍ୟକ୍ତ କରିବା ସହ ଏକ ଭଲ ପରମ୍ପରା ସୃଷ୍ଟି କରିଥିବାରୁ ପ୍ରଶାସନ କୁ ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *