October 7, 2026
Home » ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ଡୁଙ୍ଗୁରିପାଲି ବ୍ଲକର ବିଭିନ୍ନ ଶିକ୍ଷାନୁଷ୍ଠାନ ପରିଦର୍ଶନ

ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ଡୁଙ୍ଗୁରିପାଲି ବ୍ଲକର ବିଭିନ୍ନ ଶିକ୍ଷାନୁଷ୍ଠାନ ପରିଦର୍ଶନ

0
WhatsApp Image 2026-10-07 at 4.15.32 PM

ସୁବର୍ଣ୍ଣପୁର –ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ଅନ୍ତର୍ଗତ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ମାୟାବର୍ହା, କନ୍ଦାଗାଡ଼ ଉଚ୍ଚ ବିଦ୍ୟାଳୟ ଓ ଧନବସା ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ସୁବର୍ଣ୍ଣପୁର ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ଘନଶ୍ୟାମ ମେହେର ଗସ୍ତରେ ଆସି ବିଦ୍ୟାଳୟର ରୋଷେଇ ଘର, ଶ୍ରେଣୀ ପ୍ରକୋଷ୍ଠ, କମ୍ପ୍ୟୁଟର ଶ୍ରେଣୀ ତଥା ବିଜ୍ଞାନାଗାର ବୁଲି ଦେଖିଥିଲେ । ମାୟାବର୍ହା ଉଚ୍ଚ ବିଦ୍ୟାଳୟର ଶ୍ରେଣୀ ଗୃହରେ ଛାତ୍ରଛାତ୍ରୀଙ୍କ ସହ ଭାବବିନିମୟ କରି ବୋର୍ଡ ପରୀକ୍ଷାରେ ଭଲ ନମ୍ବର ରଖି ଉତ୍ତୀର୍ଣ୍ଣ ହେବା ପାଇଁ ମାର୍ଗଦର୍ଶନ କରିଥିଲେ।

ଜିଲ୍ଲା ବିଜ୍ଞାନ ନିରୀକ୍ଷକ ଅମ୍ଲାନ କୁମାର ପାଣ୍ଡିଆ ପ୍ରଧାନଶିକ୍ଷକ ଦିନବନ୍ଧୁ ପ୍ରଧାନଙ୍କ ସହ ମଧ୍ୟାହ୍ନ ଭୋଜନ ତଦାରଖ କରି ସନ୍ତୋଷ ପ୍ରକଟ କରିଥିବା ବେଳେ ବିଦ୍ୟାଳୟର ଶିକ୍ଷକ ନନ୍ଦିଘୋଷ ବାରିକ, ମନୋଜ ପୂଜାରୀ, ସମ୍ପଦ ଖମାରୀ, ପ୍ରମୋଦ ପ୍ରଧାନ, ରାଜୁ ମେହେର ଓ କନ୍ଦାଗାଡ଼ ହାଇସ୍କୁଲର ପ୍ରଧାନଶିକ୍ଷକ ବିଶ୍ଵାମିତ୍ର ବାରିକ, ଶିକ୍ଷକ ନୀଳମଣି ଚୌଦୁରୀ, ବିରେନ୍ଦ୍ର କୁମାର ସାହୁ, କୃଷ୍ଣଚନ୍ଦ୍ର ବୁଦ୍ଧିଆ, ସୁବାସ ବାରିକ, ଲଷ୍ମୀଧର ବିଶ୍ୱାଳ ବିଦ୍ୟାଳୟର ଅଭାବ ଅସୁବିଧା ବିଷୟରେ ଆଲୋଚନା କରିଥିଲେ । ସେହିପରି ଧନବସା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିଭ୍ରମଣରେ ଯାଇ ବିଦ୍ୟାଳୟର ଶ୍ରେଣୀ ଗୃହ, ମଧ୍ୟାହ୍ନ ଭୋଜନ ତଦାରଖ କରିଥିଲେ। ଶିକ୍ଷକ କିରନ କୁମାର ପଟେଲ,ଲିପି ପ୍ରଧାନ, କର୍ମଚାରୀ ସଞ୍ଜୀବ ପୂଜାରୀ , ସୁରଜ୍ ଖମାରୀ, ସମୀର କଠାର,ବିଭୀଷଣ ଖମାରୀ ଉପସ୍ଥିତ ଥିଲେ।

 

ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ…

Leave a Reply

Your email address will not be published. Required fields are marked *