November 13, 2025
Home » ଜିଲ୍ଲା ଶିଶୁ ସୁରକ୍ଷା ବିଶେଷଜ୍ଞ କମିଟି ସୋନପୁର ଉପ କାରାଗାର ପରିଦର୍ଶନ

ଜିଲ୍ଲା ଶିଶୁ ସୁରକ୍ଷା ବିଶେଷଜ୍ଞ କମିଟି ସୋନପୁର ଉପ କାରାଗାର ପରିଦର୍ଶନ

0
WhatsApp Image 2025-09-17 at 2.50.48 PM (1)

ସୁବର୍ଣ୍ଣପୁର —ଗୃହ ବିଭାଗ ଓଡିଶା ସରକାରଙ୍କ ଦ୍ୱାରା ମନୋନୀତ ସୁବର୍ଣ୍ଣପୁର ଜିଲ୍ଲା ଶିଶୁ ସୁରକ୍ଷା ବିଶେଷଜ୍ଞ କମିଟି ସୋନପୁର ଉପକାରାଗାର ପରିଦର୍ଶନ କରିଛନ୍ତି l ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଚିବ ଶ୍ରୀ ଦେବାଶିଷ ଦାସ ଙ୍କ ତତ୍ୱାବଧାନରେ କମିଟି ର ସଦସ୍ୟ ପ୍ରଫେସର ନୀଳାମ୍ବର ଶତପଥୀ, ରାଜୀବ ଲୋଚନ ଗୁରୁ ପ୍ରମୁଖ ଉପ କାରାଗାର କୁ ଯାଇ ଅନ୍ତେବାସୀଙ୍କ ସହ ଏକ ଶିବିର ଅନୁଷ୍ଠିତ ହେବା ସହିତ ଅନ୍ତେବାସୀଙ୍କ ସହ ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିବା ସହିତ କୌଣସି ମାମଲାରେ ଆଇନ ସହ ଦ୍ବନ୍ଦରେ ଥିବା ଶିଶୁ କାରାଗାର ରେ ଥିବା ଅନ୍ୟ କଏଦୀଙ୍କ ସହିତ ରହୁଛନ୍ତି କି ନାହିଁ କମିଟି ପକ୍ଷରୁ ଯାଞ୍ଚ କରିଥିଲେ l କିନ୍ତୁ କୌଣସି ଶିଶୁ ଆଇନ ସହ ଦ୍ବନ୍ଦରେ ଥିବା ଶିଶୁ ପାଇ ନ ଥିଲେ l ପରିଦର୍ଶନ ସମୟରେ ଉପକାରାଗାର ର ଡା. ପ୍ରସନ୍ନ କୁମାର ମିଶ୍ର ଉପସ୍ଥିତ ଥିବାବେଳେ ଉପକାରାଗାର ର ଅଧ୍ୟକ୍ଷ ଡିଲେଶ୍ୱର ଜେନା କମିଟି କୁ ସହଯୋଗ କରିଥିଲେ l

 

ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ…

Leave a Reply

Your email address will not be published. Required fields are marked *