ଜିଲ୍ଲା ସ୍ତରୀୟ ଧାନ ସଂଗ୍ରହ କମିଟି ବୈଠକ : ଡିସେମ୍ବର 11 ତାରିଖ ଠାରୁ ସୁବର୍ଣ୍ଣପୁର ଜିଲ୍ଲା ରେ ଧାନ କିଣା ଆରମ୍ଭ ହେବ
ସୁବର୍ଣ୍ଣପୁର— ସୁବର୍ଣ୍ଣପୁର ଜିଲ୍ଲା ରେ ଧାନ କିଣା ଡିସେମ୍ବର ମାସ 11 ତାରିଖ ଠାରୁ ଆରମ୍ଭ ହେବ l ରବିବାର ଦିନ ସୁବର୍ଣ୍ଣପୁର ଜିଲ୍ଲାଧାନ ସଂଗ୍ରହ କମିଟି ରେ ଏହି ନିଷ୍ପତ୍ତି ନିଆଯାଇଛି l ସ୍ତରୀୟ ଧାନ ଧାନ ସଂଗ୍ରହ ସମୟରେ ଜଣେ ମଧ୍ୟ ଚାଷୀ ଯେମିତି ଅସୁବିଧାର ସମ୍ମୁଖୀନ ନହେବେ ସେଥିପ୍ରତି ଜିଲ୍ଲା ପ୍ରଶାସନ ଏବେଠାରୁ ଯତ୍ନ ନେଉ ବୋଲି ବଲାଙ୍ଗିର ସାଂସଦ ସଙ୍ଗୀତା କୁମାରୀ ସିଂହଦେଓଙ୍କ ଜିଲ୍ଲା ପ୍ରତିନିଧି ସାନନ୍ଦ କୁମାର ମେହେର ଜିଲ୍ଲାପାଳଙ୍କୁ ସତର୍କ କରାଇଥିଲେ।
ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଜିଲ୍ଲା ସ୍ତରୀୟ ଧାନ ସଂଗ୍ରହ କମିଟି ବୈଠକ ଅନୁଷ୍ଠିତ ହୋଇଥିଲା। ଜିଲ୍ଲାପାଳ ଦେବାଶିଷ ସିଂଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ବଲାଙ୍ଗିର ସାଂସଦ ସଙ୍ଗୀତା କୁମାରୀ ସିଂହଦେଓ ସୁବର୍ଣ୍ଣପୁର ଜିଲ୍ଲାକୁ ଧାନ ସଂଗ୍ରହ ପ୍ରକ୍ରିୟାରେ ଏକ ସ୍ୱାଭିମାନୀ ଜିଲ୍ଲା ଭାବେ ଗଢ଼ି ତୋଳିବାକୁ ବୈଠକରେ ଗୁରୁତ୍ୱ ଦେଇଥିଲେ। ଏଥିରେ ବୀରମହାରାଜପୁର ବିଧାୟକ ଇଂ.ରଘୁନାଥ ଜଗଦଲା, ଜିଲ୍ଲାପରିଷଦ ଅଧ୍ୟକ୍ଷା ସୂପାର୍ ଠେଲା, ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀ ନିରଦ ରଞ୍ଜନ ଦାସ ଏବଂ ଜିଲ୍ଲା ସ୍ତରୀୟ ଅଧିକାରୀଙ୍କ ସହ ଚାଷୀ, ମିଲର୍ସ ଆଦି ବହୁ ସଂଖ୍ୟାରେ ଯୋଗ ଦେଇଥିଲେ।
ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ…
