June 3, 2026
Home » ଜିଲ୍ଲା ସ୍ତରୀୟ ବଂଶୀଧର ଦଳାଇ ମେମୋରିଆଲ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଉଦଘାଟିତ

ଜିଲ୍ଲା ସ୍ତରୀୟ ବଂଶୀଧର ଦଳାଇ ମେମୋରିଆଲ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଉଦଘାଟିତ

0
WhatsApp Image 2026-06-03 at 5.04.11 PM

ବ୍ରହ୍ମଗିରି:  କୃଷ୍ଣପ୍ରସାଦ ବ୍ଳକ୍ ଅନ୍ତର୍ଗତ ପାଇକ ସାହି ଖେଳ ପଡ଼ିଆରେ ଜିଲ୍ଲା ସ୍ତରୀୟ ବଂଶୀଧର ଦଳାଇ ମେମୋରିଆଲ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଆଜି ଉଦଘାଟନ ହୋଇ ଯାଇଛି। ଏହାକୁ ଆଇନଜୀବୀ ଦିଗମ୍ବର ବେହେରା ଉଦଘାଟନ କରିଥିଲେ।ଏହି ଜିଲ୍ଲା ସ୍ତରୀୟ T 20 କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ କୃଷ୍ଣ ପ୍ରସାଦ ବ୍ଳକ୍ ର ବିଶିଷ୍ଟ ମୁରବି,ତେର ମୌଜାର ମାମଲତକାର,ପାଇକ ସାହିର ପୂର୍ବତନ ସଭାପତି ସ୍ବର୍ଗତ ବଂଶୀଧର ଦଳାଇ ଙ୍କ ପୁଣ୍ୟ ସ୍ମୃତିରେ ପାଇକ ସାହିର ଉତ୍ସାହୀ ଯୁବ କ୍ରିକେଟ ପ୍ରେମୀମାନଙ୍କ ଦ୍ୱାରା ଗଠିତ ତ୍ରିନାଥ ଦେବ କ୍ରିକେଟ୍ କ୍ଳବ୍ ଦ୍ୱାରା ଖୁବ୍ ଆଗ୍ରହ, ଶ୍ରଦ୍ଧା, ସମ୍ମାନ ତଥା ଉତ୍ସାହର ସହିତ ଆରମ୍ଭ ହୋଇଛି।

ଏଥିରେ ଜିଲ୍ଲାର ମୋଟ ୧୬ ଗୋଟି କ୍ରିକେଟ୍ ଦଳ ଅଂଶଗ୍ରହଣ କରୁଛନ୍ତି।ଆଜି ଟସ୍ ଜିତି କାଜି ଭୋଇସାହି ଦଳ ପ୍ରଥମେ ବ୍ୟାଟିଂ କରିଥିଲେ ଏବଂ ମିର୍ଜାପୁର ଟିମ୍ ବୋଲିଂ କରିଥିଲେ। କ୍ରିକେଟ୍ ଶୃଙ୍ଖଳା, ଭାଇଚାରା ଓ ସଂହତିର ଖେଳ। ଗ୍ରାମାଞ୍ଚଳରେ ଯୁବଶକ୍ତି କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଜରିଆରେ ନିଜ ନିଜ ମଧ୍ୟରେ ପ୍ରତିଭା ପ୍ରଦର୍ଶନ ସହିତ ଆଞ୍ଚଳିକ ଶାନ୍ତି, ସ୍ଥିରତା ତଥା ଭାଇଚାରା ଭାବ ସୃଷ୍ଟି କରୁଥିବା ଖୁବ୍ ଆଶ୍ୱାସନାର ବିଷୟ। ଗ୍ରାମାଞ୍ଚଳରେ ଜନ୍ମ ଗ୍ରହଣ କରି ଅନେକ ପ୍ରଚଣ୍ଡ ପ୍ରତିଭାଧର ବ୍ୟକ୍ତି ବିଶେଷ ବିସ୍ମୃତ ହୋଇ ଯାଉଥିବା ସମୟରେ ଆଜିର ଯୁବପିଢି ସେମାନଙ୍କୁ ଶ୍ରଦ୍ଧା ସମ୍ମାନ ଜଣାଇ ତାଙ୍କ ସ୍ମୃତିକୁ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଜରିଆରେ ଵଞ୍ଚାଇ ରଖିବାକୁ ଉଦ୍ୟମ କରିବା ବର୍ତ୍ତମାନର ଅବକ୍ଷୟିଷ୍ନୁ ସମାଜ ପାଇଁ ଏକ ସକାରାତ୍ମକ ବାର୍ତ୍ତା। ଏଥିପାଇଁ ଆୟୋଜକ ମଣ୍ଡଳୀଙ୍କୁ ସର୍ବସାଧାରଣ ରେ ପ୍ରଶଂସା କରାଯାଉଛି।

ଏହି ଉଦଘାଟନ ସମାରୋହ ଅବସରରେ ସ୍ୱର୍ଗତ ବଂଶୀଧର ଦଳାଇ ଙ୍କ ଜ୍ୟେଷ୍ଠ ପୁତ୍ର ସମାଜସେବୀ ରଞ୍ଜନ କୁମାର ଦଳାଇ,ମନୋଜ କୁମାର ଦଳାଇ,ପାଇକ ସାହି ଗ୍ରାମ ମୁରଵି ବୁଧିନାଥ ଦଳାଇ, ରାମଚନ୍ଦ୍ର ଦଳାଇ, ପାଇକ ସାହି ସଭାପତି ହରିହର ଦଳାଇ ପ୍ରମୁଖ ଉପସ୍ଥିତ ଥିଲେ।ଅମ୍ପେଆର ଆଲୋକ କୁମାର ଦଳାଇ ଏବଂ ତଜମୁଲ ମହମ୍ମଦ ଖେଳ ପରିଚାଳନା କରିଥିଲେ।ସ୍କୋର ବୋର୍ଡ଼ ଦାୟିତ୍ଵରେ ଥିଲେ ବାପୁନୀ ସାହୁ,ସୋମେଶ ଦଳାଇ ଓ କମେଣ୍ଟେଟର ଭାବେ ସିକନ୍ଦର ମହମ୍ମଦ ଯୋଗଦାନ କରିଥିଲେ।

Leave a Reply

Your email address will not be published. Required fields are marked *