February 21, 2026
Home » ଜି.ପି.ଏଲ୍.ଏଫ୍ ମିଶନ ଶକ୍ତିର କାର୍ଯ ବନ୍ଦ ପାଇଁ ଜିଲ୍ଲାପାଳଙ୍କୁ ଦାବିପତ୍ର

ଜି.ପି.ଏଲ୍.ଏଫ୍ ମିଶନ ଶକ୍ତିର କାର୍ଯ ବନ୍ଦ ପାଇଁ ଜିଲ୍ଲାପାଳଙ୍କୁ ଦାବିପତ୍ର

0
WhatsApp Image 2024-09-25 at 7.50.01 PM (3)

 

ଢେ଼ଙ୍କାନାଳ ଜି.ପି.ଏଲ୍.ଏଫ୍ ମିଶନ ଶକ୍ତି ର ପାଞ୍ଚଗୋଟି କମ୍ୟୁନିଟି ସପୋର୍ଟ ଷ୍ଟାଫ୍ ଙ୍କର ଦୀର୍ଘ ଦିନ ଧରି ପାରିଶ୍ରମିକ ଆସୁନଥିବାରୁ ତୃଣ ମୂଳସ୍ତର ରୁ କାର୍ଯ୍ୟ ବନ୍ଦ ନିମନ୍ତେ ଆଜି ଜିଲ୍ଲାପାଳଙ୍କ ଦ୍ଵାରସ୍ଥ ହୋଇଥିଲେ। ଆମ୍ଭେ ଗ୍ରାମ ପଞ୍ଚାୟତ ଦୀର୍ଘ ପାଞ୍ଚ ବର୍ଷ ଧରି ନିରବଚ୍ଛିନ୍ନ ଭାବେ ସରକାରଙ୍କ ପ୍ରତେକ ଯୋଜନା କାର୍ଯ୍ୟ ତୃଣମୂଳସ୍ତର ରେ ରୂପାୟିତ କରିଆସୁଛୁ।

କିନ୍ତୁ ଦୁଃଖର ବିଷୟ ଦୀର୍ଘ ଛଅ ମାସ ହେଲା ଉପରୋକ୍ତ ଅଧିକାରିଙ୍କୁ ଦୃଷ୍ଟି ଆକର୍ଷଣ କରିବା ପରେ ସମସ୍ତ କ୍ୟାଡେଟ୍ ର ଯଥା ଏମ୍ବିକେ, ସି ଆରପି ବ୍ୟାଙ୍କ ମିତ୍ର, ପ୍ରାଣୀମିତ୍ର, କୃଷିମିତ୍ର ଆଗମୀ ୨୫/୯ ଠାରୁ କର୍ଯ୍ୟ ବନ୍ଦ ଡାକରା ଦେଇଛନ୍ତି। ଶତାଧିକ କର୍ମୀ ଏହି ଦାବି ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଦ୍ଵାରସ୍ଥ ହୋଇଥିଲେ। ଜିଲ୍ଲାପାଳଙ୍କ ଅନୁପସ୍ଥିତ ଥିବାରୁ ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତୀ ଅନିତା ପାତ୍ରଙ୍କୁ ଦାବି ପତ୍ର ଦେଇଥିଲେ ।

Leave a Reply

Your email address will not be published. Required fields are marked *