April 22, 2025
Home » ଜୁଆଖେଳ କୁ ବିରୋଧ କରି ଯବାନଙ୍କୁ ସଂଘବଦ୍ଧ ଆକ୍ରମଣ ଘଟଣା : ତିନି ଅଭିଯୁକ୍ତ ଦୋଷୀ ସାବ୍ଯସ୍ତ l

ଜୁଆଖେଳ କୁ ବିରୋଧ କରି ଯବାନଙ୍କୁ ସଂଘବଦ୍ଧ ଆକ୍ରମଣ ଘଟଣା : ତିନି ଅଭିଯୁକ୍ତ ଦୋଷୀ ସାବ୍ଯସ୍ତ l

0

ଗ୍ରାମରେ ଚାଲିଥିବା ମେଳା ଅବତାରରେ ଘୁଡୁଘୁଡି ନାମକ ଏକ ପ୍ରକାର ଜୁଆ ଖେଳାଉ ଥିବା ଦଳକୁ ଛୁଟିରେ ଆସିଥିବା ସୀମା ସୁରକ୍ଷା ବାହିନୀ ରେ କାର୍ଯ୍ୟରତ ସେହି ଗ୍ରାମର ଯୁବକ ବିରୋଧ କରିଥିଲେ l ଏଥିରେ ଉତକ୍ଷୀପ୍ତ ହୋଇ ଜୁଆଖେଳ ପରିଚାଳନା କରୁଥିବା ଦୁଇ ଅଭିଯୁକ୍ତ ଓ ତାଙ୍କ ପରିବାର ର ତିନି ସଦସ୍ୟ ମିଶି ଧାରୁଆ ଅସ୍ତ୍ର ସାହାଯ୍ୟରେ ସଂଘବଦ୍ଧ ରକ୍ତାକ୍ତ ଆକ୍ରମଣ କରିଥିଲେl ଏ ନେଇ ଜୁନାଗଡ ଥାନାରେ ଏକ ମାମଲା ରୁଜୁ ହୋଇଥିଲା l
ବିବରଣୀରୁ ପ୍ରକାଶ ଯେ,୨୦୨୦ ମସିହାରେ ଜୁନାଗଡ ଥାନା ଅନ୍ତର୍ଗତ କରଚଲା ଗ୍ରାମର ପାର୍ଥିବ ଶଗଡିଆ ଓ ବିଭୂତି ଭୂଷଣ ଶଗଡିଆ ଗ୍ରାମରେ କାର୍ତ୍ତିକ ପୂର୍ଣିମା ମେଳା ଚାଲୁଥିବା ବେଳେ ଘୁଡୁଘୁଡି ନାମକ ଏକ ପ୍ରକାର ଜୁଆ ଖେଳ ପରିଚାଳନା କରୁଥିଲେ l ଛୁଟିରେ ଆସିଥିବା ସୀମା ସୁରକ୍ଷା ବାହିନୀ ରେ କାର୍ଯ୍ୟରତ ସୈନିକ ତଥା ସେହି ଗ୍ରାମର ଯୁବକ କୁମୁଦ ନିଆଲ ଏହାକୁ ବିରୋଧ କରିଥିଲେ l ଏନେଇ ଉଭୟଙ୍କ ମଧ୍ୟରେ ସମାନ୍ୟ ବଚସା ହୋଇଥିଲା l ଏଥିରେ ଉତକ୍ଷୀପ୍ତ ହୋଇ ଜୁଆଖେଳ ପରିଚାଳନା କରୁଥିବା ଦୁଇ ଅଭିଯୁକ୍ତ ତାଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲେl ଆକ୍ରମଣକାରୀ ଙ୍କ ଘର ନିକଟରେ ଥିବା ଯୋଗୁଁ ତାଙ୍କ ପରିବାର ର ଅନ୍ୟ ତିନି ଜଣ ସଦସ୍ୟ ଧାଇଁ ଆସି ଠେଙ୍ଗା ଓ ଛୁରୀ ସାହାଯ୍ୟରେ ମିଳିତ ଆକ୍ରମଣ କରିଥିଲେ ଯଦ୍ୱାରା ପୀଡିତ କୁମୁଦ ନିଆଲ ଙ୍କ ମୁଣ୍ଡରେ ଗଭୀର ଆଘାତ ଯୋଗୁଁ ପ୍ରଚୁର ରକ୍ତସ୍ରାବ ହୋଇଥିଲା l ସେଠାରେ ଠିଆ ହୋଇଥିବା ପୀଡିତଙ୍କ ଭାଇ ନରହରି ନିଆଲ ତାଙ୍କୁ ଉଦ୍ଧାର କରିବାକୁ ଯାଇ ସେ ମଧ୍ୟ ଆକ୍ରମଣ ର ଶିକାର ହୋଇଥିଲେ l ପୀଡ଼ିତଙ୍କୁ ଚିକିତ୍ସା ପଇଁ ତୁରନ୍ତ ଜୁନାଗଡ ଡାକ୍ତରଖନା କୁ ନିଆଯାଇଥିଲା l ଏନେଇ ନରହରି ନିଆଲ ୨୯.୧୧.୨୦୨୦ ତାରିଖରେ ଜୁନାଗଡ ଥାନାରେ ଏକ ଲିଖିତ ଏତଲା ପ୍ରଦାନ କରିଥିଲେ l ଜୁନାଗଡ ପୋଲିସ ଏହାର ତଦନ୍ତ କରି ଥାନା କେଶ ନମ୍ବର ୩୨୫/ ୨୦୨୦ ବଳରେ ଭାରତୀୟ ପିଙ୍ଗଳ କୋଡ଼ ଦଫା ୨୯୪, ୩୨୩/୩୨୪,୩୦୭/୫୦୬ ଓ ୩୪ ଲାଗୁ କରି ଅଭିଯୁକ୍ତ ମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ।ଏହି ଆକ୍ରମଣରେ ଜଣେ ନାବାଳକ ସମ୍ପୃକ୍ତ ଥିବାରୁ ତାକୁ ବାଳ ଅପରାଧି ଭାବେ ବିଚାରକୁ ନେଇ ସ୍ଵତନ୍ତ୍ର ନ୍ୟାୟ ମଣ୍ଡଳ ରେ ଉପସ୍ଥାପନ କରାଯାଇଥିଲା l ଏହି ମାମଲା ଧର୍ମଗଡ଼ ସହାୟକ ଦୌରା ଜଜ୍ ଙ୍କ ଅଦାଲତରେ ସାକ୍ଷ୍ୟ ଗ୍ରହଣ ଓ ବିଚାର ନିମନ୍ତେ ଚାଲିଥିଲା। ତଦନ୍ତକାରୀ ଅଧିକାରୀଙ୍କ ରିପୋର୍ଟ,ସାକ୍ଷୀ ମାନଙ୍କ ବୟାନ ଓ ମାମଲାର ପାରିପାର୍ଶ୍ବିକ ପରିସ୍ଥିତିକୁ ବିଚାରକୁ ନେଇ ଧର୍ମଗଡ଼ ସହାୟକ ଦୌରା ଜଜ୍ ଶ୍ରୀମତୀ ଇପ୍ସି ମହାନ୍ତି ମାମଲା ର ଚୂଡାନ୍ତ ଶୁଣାଣି କରି ଅଭିଯୁକ୍ତ ପାର୍ଥବ ଶଗଡ଼ିଆ, ବିଭୁତି ଭୂଷଣ ଶଗଡିଆ ଓ ବବୃବାହାନ ଶଗଡିଆ କୁ ଭାରତୀୟ ପିଙ୍ଗଲ କୋଡ଼ ଦଫା ୩୨୪ ଓ ୩୪ ବଳରେ ଦୋଷୀ ସାବ୍ୟସ୍ତ କରି ଏକ ବର୍ଷ ଜେଲ ଦଣ୍ଡାଦେଶ ସହ ପ୍ରତ୍ୟେକ ପାଞ୍ଚଶହ ଟଙ୍କା ଆର୍ଥିକ ଦଣ୍ଡାଦେଶ ଓ ଅନାଦେୟ ସ୍ଥଳେ ଅତିରିକ୍ତ ଏକ ମାସ ଜେଲ ଦଣ୍ଡ ପାଇଁ ରାୟ ପ୍ରଦାନ କରିଛନ୍ତି l ବିଚାର କାଳରେ ଜଣେ ଅଭିଯୁକ୍ତଙ୍କ ମୃତ୍ୟୁ ଘଟିଥିବା ବେଳେ ବାଳ ଅପରାଧି ଙ୍କ ସମ୍ପୃକ୍ତି ବିଚାରାଧିନ ରହିଛି l ରାଜ୍ୟ ସରକାର ଙ୍କ ତରଫରୁ ଅତିରିକ୍ତ ସରକାରୀ ଓକିଲ ରାଜେନ୍ଦ୍ର କୁମାର ମୁନି ମାମଲା ପରିଚାଳନା କରିଥିଲେ।

କଳାହାଣ୍ଡି ଇପିଏ ରୁ ବିଦ୍ୟାଧର ସାହୁ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )

Leave a Reply

Your email address will not be published. Required fields are marked *