May 28, 2026
Home » ଜୁଆଖେଳ କୁ ବିରୋଧ କରି ଯବାନଙ୍କୁ ସଂଘବଦ୍ଧ ଆକ୍ରମଣ ଘଟଣା : ତିନି ଅଭିଯୁକ୍ତ ଦୋଷୀ ସାବ୍ଯସ୍ତ l

ଜୁଆଖେଳ କୁ ବିରୋଧ କରି ଯବାନଙ୍କୁ ସଂଘବଦ୍ଧ ଆକ୍ରମଣ ଘଟଣା : ତିନି ଅଭିଯୁକ୍ତ ଦୋଷୀ ସାବ୍ଯସ୍ତ l

0
WhatsApp Image 2025-03-02 at 1.15.23 PM

ଗ୍ରାମରେ ଚାଲିଥିବା ମେଳା ଅବତାରରେ ଘୁଡୁଘୁଡି ନାମକ ଏକ ପ୍ରକାର ଜୁଆ ଖେଳାଉ ଥିବା ଦଳକୁ ଛୁଟିରେ ଆସିଥିବା ସୀମା ସୁରକ୍ଷା ବାହିନୀ ରେ କାର୍ଯ୍ୟରତ ସେହି ଗ୍ରାମର ଯୁବକ ବିରୋଧ କରିଥିଲେ l ଏଥିରେ ଉତକ୍ଷୀପ୍ତ ହୋଇ ଜୁଆଖେଳ ପରିଚାଳନା କରୁଥିବା ଦୁଇ ଅଭିଯୁକ୍ତ ଓ ତାଙ୍କ ପରିବାର ର ତିନି ସଦସ୍ୟ ମିଶି ଧାରୁଆ ଅସ୍ତ୍ର ସାହାଯ୍ୟରେ ସଂଘବଦ୍ଧ ରକ୍ତାକ୍ତ ଆକ୍ରମଣ କରିଥିଲେl ଏ ନେଇ ଜୁନାଗଡ ଥାନାରେ ଏକ ମାମଲା ରୁଜୁ ହୋଇଥିଲା l
ବିବରଣୀରୁ ପ୍ରକାଶ ଯେ,୨୦୨୦ ମସିହାରେ ଜୁନାଗଡ ଥାନା ଅନ୍ତର୍ଗତ କରଚଲା ଗ୍ରାମର ପାର୍ଥିବ ଶଗଡିଆ ଓ ବିଭୂତି ଭୂଷଣ ଶଗଡିଆ ଗ୍ରାମରେ କାର୍ତ୍ତିକ ପୂର୍ଣିମା ମେଳା ଚାଲୁଥିବା ବେଳେ ଘୁଡୁଘୁଡି ନାମକ ଏକ ପ୍ରକାର ଜୁଆ ଖେଳ ପରିଚାଳନା କରୁଥିଲେ l ଛୁଟିରେ ଆସିଥିବା ସୀମା ସୁରକ୍ଷା ବାହିନୀ ରେ କାର୍ଯ୍ୟରତ ସୈନିକ ତଥା ସେହି ଗ୍ରାମର ଯୁବକ କୁମୁଦ ନିଆଲ ଏହାକୁ ବିରୋଧ କରିଥିଲେ l ଏନେଇ ଉଭୟଙ୍କ ମଧ୍ୟରେ ସମାନ୍ୟ ବଚସା ହୋଇଥିଲା l ଏଥିରେ ଉତକ୍ଷୀପ୍ତ ହୋଇ ଜୁଆଖେଳ ପରିଚାଳନା କରୁଥିବା ଦୁଇ ଅଭିଯୁକ୍ତ ତାଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲେl ଆକ୍ରମଣକାରୀ ଙ୍କ ଘର ନିକଟରେ ଥିବା ଯୋଗୁଁ ତାଙ୍କ ପରିବାର ର ଅନ୍ୟ ତିନି ଜଣ ସଦସ୍ୟ ଧାଇଁ ଆସି ଠେଙ୍ଗା ଓ ଛୁରୀ ସାହାଯ୍ୟରେ ମିଳିତ ଆକ୍ରମଣ କରିଥିଲେ ଯଦ୍ୱାରା ପୀଡିତ କୁମୁଦ ନିଆଲ ଙ୍କ ମୁଣ୍ଡରେ ଗଭୀର ଆଘାତ ଯୋଗୁଁ ପ୍ରଚୁର ରକ୍ତସ୍ରାବ ହୋଇଥିଲା l ସେଠାରେ ଠିଆ ହୋଇଥିବା ପୀଡିତଙ୍କ ଭାଇ ନରହରି ନିଆଲ ତାଙ୍କୁ ଉଦ୍ଧାର କରିବାକୁ ଯାଇ ସେ ମଧ୍ୟ ଆକ୍ରମଣ ର ଶିକାର ହୋଇଥିଲେ l ପୀଡ଼ିତଙ୍କୁ ଚିକିତ୍ସା ପଇଁ ତୁରନ୍ତ ଜୁନାଗଡ ଡାକ୍ତରଖନା କୁ ନିଆଯାଇଥିଲା l ଏନେଇ ନରହରି ନିଆଲ ୨୯.୧୧.୨୦୨୦ ତାରିଖରେ ଜୁନାଗଡ ଥାନାରେ ଏକ ଲିଖିତ ଏତଲା ପ୍ରଦାନ କରିଥିଲେ l ଜୁନାଗଡ ପୋଲିସ ଏହାର ତଦନ୍ତ କରି ଥାନା କେଶ ନମ୍ବର ୩୨୫/ ୨୦୨୦ ବଳରେ ଭାରତୀୟ ପିଙ୍ଗଳ କୋଡ଼ ଦଫା ୨୯୪, ୩୨୩/୩୨୪,୩୦୭/୫୦୬ ଓ ୩୪ ଲାଗୁ କରି ଅଭିଯୁକ୍ତ ମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ।ଏହି ଆକ୍ରମଣରେ ଜଣେ ନାବାଳକ ସମ୍ପୃକ୍ତ ଥିବାରୁ ତାକୁ ବାଳ ଅପରାଧି ଭାବେ ବିଚାରକୁ ନେଇ ସ୍ଵତନ୍ତ୍ର ନ୍ୟାୟ ମଣ୍ଡଳ ରେ ଉପସ୍ଥାପନ କରାଯାଇଥିଲା l ଏହି ମାମଲା ଧର୍ମଗଡ଼ ସହାୟକ ଦୌରା ଜଜ୍ ଙ୍କ ଅଦାଲତରେ ସାକ୍ଷ୍ୟ ଗ୍ରହଣ ଓ ବିଚାର ନିମନ୍ତେ ଚାଲିଥିଲା। ତଦନ୍ତକାରୀ ଅଧିକାରୀଙ୍କ ରିପୋର୍ଟ,ସାକ୍ଷୀ ମାନଙ୍କ ବୟାନ ଓ ମାମଲାର ପାରିପାର୍ଶ୍ବିକ ପରିସ୍ଥିତିକୁ ବିଚାରକୁ ନେଇ ଧର୍ମଗଡ଼ ସହାୟକ ଦୌରା ଜଜ୍ ଶ୍ରୀମତୀ ଇପ୍ସି ମହାନ୍ତି ମାମଲା ର ଚୂଡାନ୍ତ ଶୁଣାଣି କରି ଅଭିଯୁକ୍ତ ପାର୍ଥବ ଶଗଡ଼ିଆ, ବିଭୁତି ଭୂଷଣ ଶଗଡିଆ ଓ ବବୃବାହାନ ଶଗଡିଆ କୁ ଭାରତୀୟ ପିଙ୍ଗଲ କୋଡ଼ ଦଫା ୩୨୪ ଓ ୩୪ ବଳରେ ଦୋଷୀ ସାବ୍ୟସ୍ତ କରି ଏକ ବର୍ଷ ଜେଲ ଦଣ୍ଡାଦେଶ ସହ ପ୍ରତ୍ୟେକ ପାଞ୍ଚଶହ ଟଙ୍କା ଆର୍ଥିକ ଦଣ୍ଡାଦେଶ ଓ ଅନାଦେୟ ସ୍ଥଳେ ଅତିରିକ୍ତ ଏକ ମାସ ଜେଲ ଦଣ୍ଡ ପାଇଁ ରାୟ ପ୍ରଦାନ କରିଛନ୍ତି l ବିଚାର କାଳରେ ଜଣେ ଅଭିଯୁକ୍ତଙ୍କ ମୃତ୍ୟୁ ଘଟିଥିବା ବେଳେ ବାଳ ଅପରାଧି ଙ୍କ ସମ୍ପୃକ୍ତି ବିଚାରାଧିନ ରହିଛି l ରାଜ୍ୟ ସରକାର ଙ୍କ ତରଫରୁ ଅତିରିକ୍ତ ସରକାରୀ ଓକିଲ ରାଜେନ୍ଦ୍ର କୁମାର ମୁନି ମାମଲା ପରିଚାଳନା କରିଥିଲେ।

କଳାହାଣ୍ଡି ଇପିଏ ରୁ ବିଦ୍ୟାଧର ସାହୁ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )

ଆଗାମୀ ରଥଯାତ୍ରା ରେ ଶ୍ରଦ୍ଧାଳୁ ଙ୍କୁ ସ୍ୱାସ୍ଥ୍ୟସେବା ଯୋଗାଇ ଦେବା ପାଇଁ ରାଜ୍ୟ ସରକାର ଙ୍କ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଉଛି। ଏ ନେଇ ଏକ ସମୀକ୍ଷା ବୈଠକ ପୁରୀ ଜିଲାପାଳ ଦିବ୍ୟଜ୍ୟୋତି ପରିଡ଼ା ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇଯାଇଛି। ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସମେତ ୩୦ ଟି ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ଓ ୮ ଟି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଅତିରିକ୍ତ ବ୍ୟବସ୍ଥା କରାଯାଉଛି। ଏଥି ସହିତ ୧୦ ଶଯ୍ୟା ବିଶିଷ୍ଟ ୮ ଟି ଅତିରିକ୍ତ ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ର ରହିବ। ଏଥିରେ ଅତିରିକ୍ତ ଡାକ୍ତର ଓ ସ୍ବାସ୍ଥ୍ୟ କର୍ମୀ ନିୟୋଜିତ ରହିବେ। ବଡଦାଣ୍ଡ ସମେତ ପୁରୀ ସହର ର ପ୍ରମୁଖ ସ୍ଥାନ ଗୁଡିକରେ ଆଶୁ ଚିକିତ୍ସା କେନ୍ଦ୍ର ଖୋଲାଯିବ।୫୦ ରୁ ଅଧିକ ଆମ୍ବୁଲାନ୍ସ ବିଭିନ୍ନ ସ୍ଥାନରେ ମୁତୟନ କରାଯିବ। ବିଭିନ୍ନ ସ୍ୱେଚ୍ଛାସେବି ସଂଗଠନ ଙ୍କ ସହାୟତା ନିଆଯିବ। ସ୍ୱାସ୍ଥ୍ୟ ବିଭାଗର ବରିଷ୍ଠ ଅଧିକାରୀ ଉପସ୍ଥିତ ରହି ସ୍ୱାସ୍ଥ୍ୟ ସେବାର ତଦାରଖ କରିବେ। ଆଇ ସି ୟୁ, ଟ୍ରମା କେୟାର କେନ୍ଦ୍ର ପ୍ରସ୍ତୁତ କରି ରଖାଯିବ। ପୁରୀ ରେ ଥିବା ସବୁ ସହରାଞ୍ଚଳ ସ୍ୱାସ୍ଥ୍ୟ କେନ୍ଦ୍ର କୁ ପ୍ରସ୍ତୁତ ରଖାଯିବ। ରେଲୱେ ଷ୍ଟେସନ, ବସଷ୍ଟାଣ୍ଡ ରେ ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ର ଖୋଲିବ। ଗୁରୁତର ରୋଗୀ ଙ୍କୁ କଟକ, ଭୁବନେଶ୍ୱର ସ୍ଥାନାନ୍ତର ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା ହେବ। ଆମ୍ବୁଲାନ୍ସ ଗୁଡ଼ିକ ଯେଭଳି ସୁରୁଖୁରୁରେ ଯାତାୟାତ କରିପାରିବ ସେ ନେଇ ସ୍ୱତନ୍ତ୍ର ବ୍ୟବସ୍ଥା ହେବ। ରଥଯାତ୍ରା ସମୟରେ ଲୋକ ଙ୍କୁ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା ପାଇଁ ୨ ଶହ ଡାକ୍ତର ଙ୍କୁ ନିୟୋଜିତ କରାଯିବ। ଅପମିଶ୍ରିତ ଓ ବାସୀ ଖାଦ୍ୟ ବିକ୍ରି ବନ୍ଦ ପାଇଁ ଖାଦ୍ୟ ନିରାପତ୍ତା ଅଧିକାରୀ ମାନେ ଯାଞ୍ଜ କରିବେ। ରଥଯାତ୍ରା ସ୍ୱାସ୍ଥ୍ୟ ସେବାକୁ ଶୃଙ୍ଖଳିତ କରିବା ପାଇଁ ଅନୁଷ୍ଠିତ ହୋଇଥିବା ବୈଠକ ରେ ପୁରୀ ମହାନଗର ନିଗମ ର କମିଶନର, ଅତିରିକ୍ତ ଜିଲ୍ଲାପାଳ, ଏସପି, ସ୍ୱାସ୍ଥ୍ୟ ବିଭାଗର ଅଧିକାରୀ, ବିଭିନ୍ନ ସ୍ୱେଚ୍ଛାସେବୀ ସଂଗଠନ ସାମିଲ ହୋଇଥିଲେ। ରଥଯାତ୍ରା ର ଭକ୍ତ ଙ୍କୁ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେଉଥିବା ସ୍ୱେଚ୍ଛାସେବୀ ଦେବାଶିଶ ମିଶ୍ର କୁହନ୍ତି, ରଥଯାତ୍ରା ଭିଡ଼ରେ ବଡ ଆମ୍ବୁଲାନ୍ସ ଯାତାୟାତ ରେ ବହୁତ୍ ସମସ୍ୟା ସୃଷ୍ଟି କରୁଛି। ଏଣୁ ଆମେ ଜିଲାପାଳ ଙ୍କୁ ପ୍ରସ୍ତାବ ଦେଲୁ କିଛି ଛୋଟ ଆମ୍ବୁଲାନ୍ସ ନିୟୋଜିତ କରାଯାଉ। ଏହା ଦ୍ଵାରା ଆମ୍ବୁଲାନ୍ସ ଯାତାୟାତ ରେ ସୁବିଧା ହେବା ସହ ଲୋକ ମାନେ ତ୍ୱରିତ ଚିକିତ୍ସା ସେବା ପାଇପାରିବେ। ଆଉ ଏକ ପ୍ରସ୍ତାବ ରହିଚି ବଡ ଦାଣ୍ଡ ରେ ଅଧିକ ଶୀତତାପ ନିୟନ୍ତ୍ରିତ ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ର ଖୋଲାଯାଉ। ଏହା ଦ୍ଵାରା ଅଯଥା ରେ ଲୋକ ଙ୍କୁ ମୁଖ୍ୟ ଚିକିତ୍ସାଳୟ କୁ ନିଆନଯାଇ ଏହି ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ତ୍ୱରିତ ଚିକିତ୍ସା ସେବା ଯୋଗାଇ ହେବ । ଆମେ ଜିଲାପାଳ ଙ୍କୁ ଅନୁରୋଧ କରିଛୁ ଗୁଣ୍ଡିଚା ମନ୍ଦିର ନିକଟ ରେ ସ୍ୱାସ୍ଥ୍ୟ କେନ୍ଦ୍ର ଖୋଲାଯିବା ନେଇ ଅନୁମତି ଦିଆଯାଉ। ଏହା ହେଲେ ମନ୍ଦିର ଭିତରେ ଅବା ବାହାରେ କିଛି ଅଘଟଣ ଘଟିଲେ ସଙ୍ଗେ ସଙ୍ଗେ ଚିକିତ୍ସା ସେବା ଲୋକ ଙ୍କୁ ଓ ସେବାୟତ ଙ୍କୁ ଚିକିତ୍ସା ସେବା ଦେଇହେବ। ପୁରୀ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା ନିଜ ପ୍ରତିକ୍ରିୟାରେ କହିଛନ୍ତି, ଚଳିତ ରଥଯାତ୍ରା ରେ ଲୋକ ଙ୍କୁ କିଭଳି ତ୍ୱରିତ ଚିକିତ୍ସା ସେବା ଯୋଗାଇ ହେବ ସେ ନେଇ ଏକ ମାର୍ଗଦର୍ଶିକା କରାଯାଇଛି। ବଡଦାଣ୍ଡ ସମେତ ବିଭିନ୍ନ ଗୁରୁତ୍ଵପୂର୍ଣ୍ଣ ସ୍ଥାନରେ ୮ ଟି ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ର ରହିବ । ମୋଟ ୮୦ ବେଡ ବିଶିଷ୍ଟ ଏହି ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ସବୁ ପ୍ରକାର ଚିକିତ୍ସା ସେବା ବ୍ୟବସ୍ଥା ରହିବ। ସବୁ ପ୍ରକାର ଅତ୍ୟାଧୁନିକ ସ୍ୱାସ୍ଥ୍ୟ ସେବା ଉପକରଣ ଓ ସ୍ପେଶଲିଷ୍ଟ ଡାକ୍ତର ରହିବେ। ଏ ନେଇ ଆଜିର ବୈଠକ ରେ ଆଲୋଚୋନା ହେଲା। ଆମ୍ବୁଲାନ୍ସ କିଭଳି ଯାତାୟାତ କରିବ, ସ୍ୱେଚ୍ଛାସେବୀ ଙ୍କୁ ତାଲିମ ପ୍ରଦାନ ସେ ନେଇ ସବିଶେଷ ଆଲୋଚନା ହୋଇଛି। ମାର୍ଗଦର୍ଶିକା ଅନୁଯାୟୀ ରଥଯାତ୍ରା, ସୁନାବେଶ, ବାହୁଡ଼ା ରେ ସ୍ୱାସ୍ଥ୍ୟ ସେବା ଲୋକ ଙ୍କୁ ଯୋଗାଇ ଦିଆଯିବ। ଆଗାମୀ ଜୁନ ୨୯ ରେ ମହାପ୍ରଭୁ ଙ୍କ ସ୍ନାନଯାତ୍ରା ଓ ଜୁଲାଇ ୧୬ ରେ ରଥଯାତ୍ରା ଅନୁଷ୍ଠିତ ହେବ। ଏହି ଦୁଇ ଯାତ୍ରାରେ ଦଇତାପତି ସେବକ ଙ୍କ ଗୁରୁ ଦାୟିତ୍ୱ ରହିଛି । ଦଇତାପତି ସେବକମାନେ ମହାପ୍ରଭୁ ଙ୍କୁ ସ୍ନାନଯାତ୍ରାରେ ରତ୍ନସିଂହାସନ ରୁ ପହଣ୍ଡି ରେ ଆଣି ସ୍ନାନ ବେଦୀ କୁ ଆଣିବେ। ସେହିପରି ଆଗାମୀ ରଥଯାତ୍ରାରେ ମଧ୍ୟ ଦଇତାପତି ସେବକ ମାନେ ମହାପ୍ରଭୁ ଙ୍କୁ ପହଣ୍ଡି ଆଣି ରଥ ଉପରେ ଠାକୁର ଙ୍କୁ ବିରାଜମାନ କରାଇବେ। ତେବେ ଠାକୁର ଙ୍କ ପହଣ୍ଡି କିଭଳି ଶୃଙ୍ଖଳିତ ଓ ସୁରକ୍ଷିତ ଢଙ୍ଗରେ ହୋଇ ପାରିବ ସେ ନେଇ ସମୀକ୍ଷା କରିଛନ୍ତି ପୁରୀ ଜିଲ୍ଲାପାଳ ତଥା ଶ୍ରୀମନ୍ଦିର ଉପ ମୁଖ୍ୟପ୍ରଶାସକ ଦିବ୍ୟଜ୍ୟୋତି ପରିଡା। ଶ୍ରୀମନ୍ଦିର କାର୍ଯ୍ୟାଳୟ ରେ ଅନୁଷ୍ଠିତ ହୋଇଥିବା ବୈଠକ ରେ ଶ୍ରୀମନ୍ଦିର ଦଇତାପତି ନିଯୋଗ ର କର୍ମକର୍ତ୍ତା ଯୋଗ ଦେଇଥିଲେ।୨୦୨୪ ରଥଯାତ୍ରା ରେ ଆଡ଼ପ ମଣ୍ଡପ ବିଜେ ବେଳେ ବଡ ଠାକୁର ଶ୍ରୀବଳଭଦ୍ର ରଥ ରୁ ଚାରମାଳ କୁ ଖସି ପଡ଼ିଥିଲେ। ଏଣୁ ଏଭଳି ଅଘଟଣ କିଭଳି ଆଗାମୀ ଦିନରେ ହେବ ନାହିଁ ଏବଂ ଶୃଙ୍ଖଳିତ ଢଙ୍ଗରେ ପହଣ୍ଡି କାର୍ଯ୍ୟ ସମାପନ ହେବ ସେ ନେଇ ଜିଲ୍ଲାପାଳ ଆଲୋଚନା କରିଥିଲେ। ପହଣ୍ଡି ପାଇଁ ପ୍ରଶାସନ ଦ୍ୱାରା ନିର୍ଦ୍ଧାରିତ ସଂଖ୍ୟାରୁ ଯେଭଳି ଅଧିକ ସେବକ ନ ରହିବେ ସେ ନେଇ ଆଲୋଚନା ହୋଇଥିଲା। ସେହିପରି ନିର୍ଦ୍ଧାରିତ ସମୟ ଅନୁସାରେ ସମସ୍ତ ନୀତି ଯେଭଳି ପାଳନ ହେବ ସେ ନେଇ ମଧ୍ୟ ଆଲୋଚାନା ହୋଇଛି। ତେବେ ମହାପ୍ରଭୁ ସ୍ନାନଯାତ୍ରା, ଅଣସର, ନବଯୌବନ, ନେତ୍ରୋତ୍ସବ ସମସ୍ତ ନୀତି ଶୃଙ୍ଖଳିତ କରିବାକୁ ବାଡଗ୍ରାହୀ ସେବକ ମତ ରଖିଛନ୍ତି। ଦଇତାପତି ସେବକ ଭବାନୀ ଦାସ ମହାପାତ୍ର ନିଜ ପ୍ରତିକ୍ରିୟାରେ କୁହନ୍ତି, ଆଗାମୀ ରଥଯାତ୍ରା ରେ କିଭଳି ମହାପ୍ରଭୁ ଙ୍କ ସମସ୍ତ ନିତିକାନ୍ତି, ଭକ୍ତ ଙ୍କ ଦର୍ଶନ ସୁରୁଖୁରୁରେ ଶୃଙ୍ଖଳିତ ଭାବରେ ହୋଇପାରିବ ସେ ନେଇ ଜିଲ୍ଲାପାଳ ଙ୍କ ସହ ଆଲୋଚନା ହୋଇଛି। ସେବାୟତ ଙ୍କ ମଧ୍ୟରେ ଯେଭଳି ଏକ ସମନ୍ଵୟ ରହିବ ସେ ନେଇ ଆଲୋଚନା ହୋଇଥିଲା। ମହାପ୍ରଭୂ ଙ୍କ ପହଣ୍ଡି କିଭଳି ଶୃଙ୍ଖଳିତ ଢଙ୍ଗରେ ହୋଇପାରିବ ସେ ନେଇ ମଧ୍ୟ ଆଲୋଚନା ହୋଇଥିଲା। ତେବେ ମହାପ୍ରଭୁ ଙ୍କ କାର୍ଯ୍ଯ କୁ ଶୃଙ୍ଖଳିତ ଭାବରେ କରିବା ପାଇଁ ଦଇତାପତି ସେବକ ସମ୍ପୂର୍ଣ ପ୍ରସ୍ତୁତ ରହିଚନ୍ତି। ଏହି ଭରସା ଆମେ ପ୍ରଶାସନ କୁ ଦେଇଛୁ। ପୁରୀ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡା ନିଜ ପ୍ରତିକ୍ରିୟାରେ କହିଛନ୍ତି, ଆଗାମୀ ରଥଯାତ୍ରା କୁ ଶୃଙ୍ଖଳିତ ଭାବେ ଆୟୋଜନ ନେଇ ସବୁ ସେବାୟତ ବିଯୋଗ ସହ ଆଲୋଚନା କରାଯାଉଛି। ମହାପ୍ରଭୁ ଙ୍କ ଶୃଙ୍ଖଳିତ ନୀତି କାନ୍ତି ଓ ପହଣ୍ଡି ପ୍ରସଙ୍ଗ ରେ ମଧ୍ୟ ଦଇତାପତି ସେବକ ଙ୍କ ସହ ଆଲୋଚନା ହୋଇଛି। ଆମର ଆଶା ରହିଛି ମହାପ୍ରଭୁ ଙ୍କ କୃପାରୁ ରଥଯାତ୍ରା ସୁରୁଖୁରୁରେ ସମାପନ ହେବ।

Leave a Reply

Your email address will not be published. Required fields are marked *

You may have missed