ଜୁନାଗଡ଼ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ତରଫରୁ ଔଷଧୀୟ ମଶାରୀ ବଣ୍ଟନ

କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ତରଫରୁ ଔଷଧୀୟ ମଶାରୀ ବଣ୍ଟନ କାର୍ଯ୍ୟକ୍ରମ ର ଉଦଘାଟନୀ ସମାରୋହ ଶୁକ୍ରବାର କୁଲିହାରୀ ଗ୍ରାମ ଠାରେ ଆୟୋଜନ କରାଯାଇଅଛି l ଜୁନାଗଡ଼ ବ୍ଲକ କୁ ମ୍ୟାଲେରିଆ, ଡେଙ୍ଗୁ ଭଳି ରୋଗ ରୁ ମୁକ୍ତ ତଥା ଗ୍ରାମାଞ୍ଚଳ ରେ ବସବାସ କରୁଥିବା ଲୋକ ଙ୍କ ସ୍ୱାସ୍ଥ୍ୟ ସୁରକ୍ଷା ପାଇଁ ସରକାର ଙ୍କ ତରଫରୁ ମାଗଣା ମଶାରୀ ସମସ୍ତ ଗ୍ରାମ କୁ ବଣ୍ଟନ କରାଯିବ l
ଜୁନାଗଡ଼ ଭାରପ୍ରାପ୍ତ ଚିକିତ୍ସା ଅଧିକାରୀ ଡ଼ ଭଗବାନ ପଣ୍ଡା ଙ୍କ ପୌରହିତ୍ୟ ରେ ଆୟୋଜିତ ଉଦଘାଟନ ସମାରୋହ ରେ ବିଧାୟକ କ୍ୟାପଟେନ ଦିବ୍ୟ ଶଙ୍କର ମିଶ୍ର ମୁଖ୍ୟ ଅତିଥି ଭାବରେ ଯୋଗଦାନ କରି କାର୍ଯ୍ୟକ୍ରମ କୁ ଆନୁଷ୍ଠାନିକ ଭାବେ ଆରମ୍ଭ କରିଥିଲେ l ସମ୍ମାନିତ ଅତିଥି ଭାବରେ ସ୍ଥାନୀୟ ସରପଞ୍ଚ ମଳୟ ଆଚାର୍ଯ୍ୟ, ସମାଜସେବୀ ଲକ୍ଷ୍ମଣ ରଣବିର, ପ୍ରଶାନ୍ତ ନାଏକ, ବିସିସି ସଭାପତି ଗିରିଶ ବେହେରା ପ୍ରମୁଖ ମଂଚାସୀନ ଥିଲେ l ଏହି ଅବସରରେ କେତେଜଣ ହିତାଧିକାରୀ ଙ୍କୁ ମଶାରୀ ବଣ୍ଟନ କରା ଯାଇଥିଲା ତଥା ଆଗାମୀ ଦିନ ରେ ବ୍ଲକ ରେ ୧ ଲକ୍ଷ୍ୟ ୧୮ ହଜାର ରୁ ଉର୍ଦ୍ଧ ମଶାରୀ ବ୍ଲକ ସାରା ସମସ୍ତ ଗ୍ରାମ କୁ ବଣ୍ଟନ କରାଯିବ l
ସମାରୋହ କୁ ବିଭାଗୀୟ ସୁପର ଭାଇଜର ପ୍ରିୟରଞ୍ଜନ ମୁଣ୍ଡ ପରିଚାଳନା କରିଥିଲେ l ପି ଏଚ ଇ ଓ ଭାରତୀ ବ୍ରହ୍ମା, ବିପିଏମଏମ. ରାଜଶେଖର, ବି ଏ ଏମ ସୁଧୀର ପାଣିଗ୍ରାହୀ, ଏସ ଟି ଏସ ଉଦିତ ଯୋଶୀ, ଏଲ ଟି ସଂଗୀତା ପଣ୍ଡା ସ୍ୱାସ୍ଥ୍ୟ କର୍ମୀ ରଜନୀ ପ୍ରଭା ସେଠି, ତାପସ ବାଗ, ଆଶା, ଅଙ୍ଗନବାଡି କର୍ମୀ ପ୍ରମୁଖ ସହଯୋଗ କରିଥିଲେ l
କଳାହାଣ୍ଡି ଜିଲ୍ଲା ଜୁନାଗଡରୁ ସୁଜିତ ସିଂହଲ ଙ୍କ ରିପୋର୍ଟ….