ଜୁନାଗଡ ର ମା’ ଲଙ୍କେଶ୍ଵରୀଙ୍କ ଖଣ୍ଡାବସା ଯାତ୍ରା
କଳାହାଣ୍ଡି ଜିଲ୍ଲା ରେ ଆରମ୍ବ ହେଲା ପାର୍ବଣ ସହ ଦଶହରା ଶକ୍ତିପୂଜାର ଶୁଭାରମ୍ଭ….
କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ଅଧିଷ୍ଠାତ୍ରୀ ଦେବୀ ମା ଲଙ୍କେଶ୍ଵରୀ ଙ୍କ ପବିତ୍ର ଖଣ୍ଡାବସା ଯାତ୍ରା।l ଦୀର୍ଘ ହଜାରେ ବର୍ଷ ଧରି ନୀତି ନିୟମ ରେ ପାଳିତ ହୋଇ ଆସୁଅଛି ଏହି ଯାତ୍ରା। ମନ୍ଦିର ରୁ ଏକ ଶୋଭାଯାତ୍ରାରେ ମାଆ ଙ୍କ ପାଟ ଖଣ୍ଡା ବାହାରି ଶ୍ରଦ୍ଧାଳୁ ଙ୍କୁ ଦର୍ଶନ ଦେଇଥାନ୍ତି।କଳାହାଣ୍ଡି ମହାରାଜା ମାଆ ଙ୍କ ଖଣ୍ଡା କୁ ମନ୍ଦିର ରେ ସ୍ଥାପନ କଲା ପରେ ସମଗ୍ର କଳାହାଣ୍ଡି ଜିଲ୍ଲାର ସମସ୍ତ ଦେବି ପୀଠ ରେ ପାର୍ବଣ ଆରମ୍ଭ ହୋଇ ଥାଏ।
ମନ୍ଦିର ମାଳିନୀ ହଜାରେ ବର୍ଷର ଐତିହ ସହର ଜୁନାଗଡ଼।କଳାହାଣ୍ଡି ର ପୁରାତନ ରାଜଧାନୀ ତଥା ଗଡ଼ଜାତ ରାଜ୍ୟର ଅନ୍ୟତମ ପ୍ରସିଦ୍ଧ ଶକ୍ତି ପୀଠ ଭାବେ ପରିଚିତ।ପ୍ରତି ବର୍ଷ ମୂଳାଷ୍ଟମୀ ତିଥିରୁ ଇଷ୍ଟ ଦେବି ମା ଲଙ୍କେଶ୍ଵରୀ ଙ୍କ ପବିତ୍ର ଖଣ୍ଡାବସା ହୋଇଥାଏ ।ହଜାର ହଜାର ଭକ୍ତ ଙ୍କ ଗହଣ ପାଳିତ ହୁଏ ମା ଲଙ୍କେଶ୍ଵରୀ ଙ୍କ ଖଣ୍ଡାବସା ଯାତ୍ରା ।ରୀତି ନୀତି ଅନୁସାରେ ପୂଜାର୍ଚ୍ଚନା ପରେ ସୁନାରୀ ସେବକ ମାଆ ଙ୍କ ଖଣ୍ଡା କୁ ମାର୍ଜନା କରି ସାରିଲା ପରେ ମହାରାଜା ଖଣ୍ଡା କୁ ମନ୍ଦିର ରେ ସ୍ଥାପନ କରି ପୂଜାର୍ଚ୍ଚନା କରିଥାନ୍ତି । ଆଜି ଠାରୁ କଳାହାଣ୍ଡି ଜିଲ୍ଲାର ସମସ୍ତ ଦେବୀ ପୀଠ ରେ ପାର୍ବଣ ଆରମ୍ଭ ହୋଇ ଯାଇଥାଏ।

କଳାହାଣ୍ଡି ମହାରାଜା ମୁଠାଏ ଚାଉଳ ରେ ଗୁପ୍ତ ଭାବରେ ପବିତ୍ର ଖଣ୍ଡା କୁ ମନ୍ଦିର ରେ ସ୍ଥାପନ କରିଥାନ୍ତି ଓ ଏହି ନୀତି କାନ୍ତି କେବଳ ମୁଖ୍ୟ ପୂଜକ ଙ୍କ ଉପସ୍ଥିତି ହୋଇଥାଏ।ଏଥି ପାଇଁ ଏହି ପର୍ବ କୁ କଳାହାଣ୍ଡି ଭାଷା ରେ ଖଣ୍ଡାବସା କୁହାଯାଏ। କିମ୍ବଦନ୍ତୀ ଅନୁସାରେ କଳାହାଣ୍ଡି ଜିଲ୍ଲାରେ ଗଙ୍ଗବଂଶ ମହାରାଜା ଙ୍କ ଉପସ୍ଥିତ ରେ ଏଠି ପ୍ରଭୁ ବୁଢ଼ା ରାଜା ଙ୍କ ଖଣ୍ଡା ଓ ମା ଲଙ୍କେଶ୍ୱରୀଙ୍କ ଖଣ୍ଡା ଶୋଭାଯାତ୍ରା ରେ ବାହାରି ଶ୍ରଦ୍ଧାଳୁ ଙ୍କୁ ଦର୍ଶନ ଦେଇଥିଲେ। ମାଆ ଙ୍କ କୃପା ଲାଭ କରି ବାକୁ ଏହି ଯାତ୍ରା ଦେଖିବାକୁ କଳାହାଣ୍ଡି ଜିଲ୍ଲା ସମେତ ପଡ଼ୋଶୀ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ହଜାର ହଜାର ଶ୍ରଦ୍ଧାଳୁ ସାମିଲ ହୋଇଥାନ୍ତି।ସନ୍ଧ୍ୟାରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ରଖା ଯାଇଛି।
ବିଦ୍ୟାଧର ସାହୁଙ୍କ ରିପୋର୍ଟ….
