October 10, 2026
Home » ଟିକାବାଲି ବ୍ଲକ ଓ ଚକାପାଦ ବ୍ଲକ ରେ କଂଗ୍ରେସ ଦଳର ୧୨ ଘଣ୍ଟିଆ ବନ୍ଦ ପାଳନ

ଟିକାବାଲି ବ୍ଲକ ଓ ଚକାପାଦ ବ୍ଲକ ରେ କଂଗ୍ରେସ ଦଳର ୧୨ ଘଣ୍ଟିଆ ବନ୍ଦ ପାଳନ

0
WhatsApp Image 2026-10-09 at 12.59.30 PM

 

 

ଫୁଲବାଣୀ ଇ ପି ଏ – କନ୍ଧମାଳ ଜିଲ୍ଲାର ସାଂସଦ କ୍ଷେତ୍ର ରେ ଘୁଉଦୟଗିରି ଓ ଫୁଲବାଣୀ ବିଧାନସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଟିକାବାଲି ବ୍ଲକ ଓ ଚକାପାଦ ବ୍ଲକ ରେ ଟିକାବାଲି ବ୍ଲକ କଂଗ୍ରେସ ଦଳର ସଭାପତିଙ୍କ ନେତୃତ୍ୱରେ କଂଗ୍ରେସ ଦଳର ଶତାଧିକ କର୍ମୀ ଯୋଗ ଦେଇ ଗାଡ଼ି,ମଟର, ଦୋକାନ ବଜାର ବନ୍ଦ କରିବାକୁ ଅନୁରୋଧ ପୂର୍ବ ରୁ ଜନସାଧାରଣ ସ୍ବତପ୍ରତ ଭାବରେ ବନ୍ଦ ଡାକରା କୁ ସମସ୍ତ ମହଲରୁ ସ୍ବାଗତ କରିଥିଲେ।ସିଇସି ଜ୍ଞାନେସ କୁମାର ଙ୍କ ବହିସ୍କାର ଓ ଗିରଫ ଦାରୀ, ଓଡ଼ିଶାର ଶିକ୍ଷା ମନ୍ତ୍ରୀ, ଗଣଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ଦାବି, ଶିକ୍ଷା ବ୍ୟବସ୍ଥାକୁ ଆହୁରି ଅସୁବିଧା ସାଙ୍ଗକୁ ଛାତ୍ର ଛାତ୍ରୀ ମାନଙ୍କ ଜୀବନ ପ୍ରତି ଖେଳ ଖେଳୁଛି

 

ଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଙ୍କ ତୁରନ୍ତ ପଦକ୍ଷେପ ଗ୍ରହଣ କରିବାରେ ଶାସକ ଦଳର ମୂଖ୍ୟମନ୍ତ୍ରୀ ନୀରବ ଦ୍ରଷ୍ଟା କାହିଁକି, ବିଭିନ୍ନ ଦାବି ସାଙ୍ଗକୁ ନାରା ଦେଇ କଂଗ୍ରେସ ଦଳର ୧୨ଘଣ୍ଟିଆ ବନ୍ଦ ପାଳନ ଅବସରରେ ଟିକାବାଲି ବ୍ଲକ କଂଗ୍ରେସ ଦଳର ସଭାପତି ଅନୀଲ କୁମାର ଭୋଇ, କଂଗ୍ରେସ ଦଳର ବରିଷ୍ଠ କରନ୍ତି ପ୍ରଫୁଲ୍ଲ ଦାସ, ବିଧାୟକ ପ୍ରତିନିଧି ଅଭିରାମ ଦିଗାଲ,ବିଭୁ ଚନ୍ଦ୍ର ବେହେରା,ସୁମନ ବେହେରା, କଇଝର ଗ୍ରାମ ପଞ୍ଚାୟତ ନାଏବ ସରପଞ୍ଚ ବିରୁପାକ୍ଷ ନାୟକ, ବିଧାୟକ ପ୍ରତିନିଧି ସାରଙ୍ଗ ଧର କହଁର, ଶଙ୍କରାଖୋଲ ଗ୍ରାମ ପଞ୍ଚାୟତ ନାଏବ ସରପଞ୍ଚ ବାଲେଶ୍ଵର କହଁର ସମେତ ଶତାଧିକ କର୍ମୀ ଯୋଗ ଦେଇ ୧୨ଘଣ୍ଟିଆ ବନ୍ଦ ପାଳନ ସଫଳତା ସାଧାରଣ ଜନତାଙ୍କ ସହଯୋଗ ରେ ଶାନ୍ତି ପୂର୍ଣ୍ଣ ଭାବେ କଂଗ୍ରେସ ଦଳର ବନ୍ଦ ପାଳନ ସଫଳ।

ଇ ପି ଏ ରୁ କନ୍ଧମାଳ ଜିଲ୍ଲାପ୍ରତିନିଧି ପ୍ରମୋଦ କୁମାର ନାୟକ ଙ୍କ ରିପୋର୍ଟ ଫୁଲବାଣୀ

Leave a Reply

Your email address will not be published. Required fields are marked *