August 21, 2026
Home » ଟିଟିଲାଗଡରୁ ହରିଶଙ୍କରକୁ ବସ ସେବା ଆରମ୍ଭ

ଟିଟିଲାଗଡରୁ ହରିଶଙ୍କରକୁ ବସ ସେବା ଆରମ୍ଭ

0
WhatsApp Image 2026-02-16 at 1.33.26 PM

ଟିଟିଲାଗଡ: ଟିଟିଲାଗଡର ଐତିହ୍ୟ ସମ୍ପନ୍ନ ପୌରାଣିକ ତୀର୍ଥ କ୍ଷେତ୍ର ହରିଶଙ୍କର କୁ ବସ୍ ସେବା ଆରମ୍ଭ ହୋଇଛି। ସ୍ଥାନୀୟ ବିଧାୟକ ନବୀନ ଜୈନଙ୍କ ଉଦ୍ୟମରେ ରାଜ୍ୟ ସରକାର ସ୍ୱଳ୍ପ ମୂଲ୍ୟରେ ବସ ସେବା ଆରମ୍ଭ କରି ସହରବାସୀଙ୍କୁ ଭେଟି ଦେଇଛନ୍ତି।

ନୂତନ ବସଷ୍ଟାଣ୍ଡ ପରିସରରୁ ବିଧାୟକ ଶ୍ରୀ ଜୈନ ଓ ପୌରାଧ୍ୟକ୍ଷା ମମତା ଦେବୀ ଜୈନ ସବୁଜ ପତାକା ଦେଖାଇ ଏହି ସେବାର ଶୁଭ ଉଦ୍‌ଘାଟନ କରିଥିଲେ।

ସୂଚନା ଅନୁଯାୟୀ ବସ୍‌ଟି ଦୈନିକ ସକାଳ ୬ ଘଣ୍ଟାରେ ଟିଟିଳାଗଡରୁ ବେଲଗାଁ, ସଇଁତଳା, କୁମ୍ଭାରୀ, ଟିକ୍ରାପଡା, ଧୁମାଭଟ୍ଟା, ପାଟଣାଗଡ,ଯୋଗିମୁଣ୍ଡା, ଖପ୍ରାଖୋଲ ଦେଇ ହରିଶଙ୍କରରେ ପହଞ୍ଚିବ। ସେହିପରି ହରିଶଙ୍କରରୁ ୩ ଟା ୧୦ରେ ବାହାରି ଅନୁରୂପ ଭାବରେ ଟିଟିଲାଗଡ ଫେରିବ। ଟିଟିଲାଗଡରୁ ହରିଶଙ୍କର ଯାତ୍ରା ମଧ୍ୟରେ ସମୁଦାୟ ୨୦ଟି ଷ୍ଟପେଜ୍ ନିର୍ଦ୍ଧାରିତ କରାଯାଇଛି।

ଏହି ବସ୍ ଯାତ୍ରାରେ ପୁରୁଷ ଯାତ୍ରୀଙ୍କ ପାଇଁ ୧୦୦ଟଙ୍କା ଟିକେଟ୍‌, ଓ ମହିଳାଙ୍କ ପାଇଁ ୫୦ଟଙ୍କା କରାଯାଇଛି। ବିଧାୟକ ଶ୍ରୀ ଜୈନ ପୂଜାର୍ଚ୍ଚନା କରିସାରିବା ପରେ ନିଜେ କିଛି ସମୟ ବସ୍ ବସ ଚଳାଇ ଲୋକମାନଙ୍କୁ ଉତ୍ସାହିତ କରିଥିଲେ। ଏହି ବସ୍ ସେବାକୁ ନେଇ ଜନସାଧାରଣଙ୍କ ମନରେ ଆନନ୍ଦର ଉଲ୍ଳାସ ଦେଖିବାକୁ ମିଳଥିବାବେଳେ ବିଧାୟକ ଟିଟିଲାଗଡ ନିର୍ବାଚନ ମଣ୍ଡଳୀ ବାସୀଙ୍କ ପକ୍ଷରୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନାଙ୍କ ନିକଟରେ କୃତଜ୍ଞତା ଜ୍ଞାପନ କରିଛନ୍ତି।

ସେପ୍ଟେମ୍ବର ୧୨ରେ ଖୋର୍ଦ୍ଧା ଜିଲ୍ଳାର ସମସ୍ତ ବିଚାର ବିଭାଗୀୟ ଅଦାଲତରେ ରାଷ୍ଟ୍ରୀୟ ଲୋକ ଅଦାଲତ ଭୁବନେଶ୍ୱର-ତା.୨୦.୦୮.୨୦୨୬ ଚଳିତ ବର୍ଷର ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଆସନ୍ତା ତା. ୧୨.୦୯.୨୦୨୬ ରିଖରେ ଖୋର୍ଦ୍ଧା ଜିଲ୍ଲାର ସମସ୍ତ ବିଚାର ବିଭାଗୀୟ ଅଦାଲତ/ ରାଜସ୍ୱ ଅଦାଲତ ପରିସରରେ ଅନୁଷ୍ଠିତ ହେବ ବୋଲି ଖୋର୍ଦ୍ଧା ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଭୁବନେଶ୍ୱରଙ୍କ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ଏହି ରାଷ୍ଟ୍ରୀୟ ଲୋକ ଅଦାଲତରେ ପ୍ରାୟ ସମସ୍ତ ପ୍ରକାରର ବିଚାରାଧିନ ମାମଲା ଯଥା-ଫୌଜଦାରୀ (ସାଲିସ୍‌ ଯୋଗ୍ୟ), ଚେକ୍‌ ବାଉନ୍ସ, ବ୍ୟାଙ୍କ ଋଣ, ଟ୍ରାଫିକ୍‌ ଚାଲାଣ, ରାଜସ୍ୱ, ଶ୍ରମ, ବୈବାହିକ (ଛାଡ଼ପତ୍ର ବ୍ୟତୀତ), ଜମି ଅଧିଗ୍ରହଣ, ମୋଟର ଦୁର୍ଘଟଣା, ଜମିଜମା ମୋକଦ୍ଦମା ଇତ୍ୟାଦିର ଆପୋଷ ସହମତିରେ ସମାଧାନ କରାଯାଇପାରିବ । କେବଳ ବିଚାରାଧିନ ମାମଲା ନୁହେଁ, ଅଦାଲତରେ ମାମଲା ଦାୟର ହୋଇ ନଥାଇ ମଧ୍ୟ ପ୍ରାକ୍‌ ମୋକଦ୍ଦମାସ୍ତରୀୟ ବିବାଦ ଯଥା-ବାଙ୍କ ଋଣ ଅନାଦେୟ, ଟେଲିଫୋନ୍‌, ବିଦ୍ୟୁତ, ପାନୀୟ ଜଳ ବିଲ୍‌ ଅନାଦେୟ ମାମଲା ଗୁଡିକର ମଧ୍ୟ ପ୍ରାଧିକରଣଙ୍କ କାର୍ଯ୍ୟାଳୟରେ ଆପୋଷ ସହମତି ଭିତ୍ତିରେ ସମାଧାନ ହୋଇପାରିବ । ଉକ୍ତ ମାମଲାର ସମାଧାନ ପାଇଁ କୌଣସି ଆର୍ଥିକ ଖର୍ଚ୍ଚ ହିତାଧିକାରୀମାନଙ୍କୁ ଦେବାକୁ ପଡ଼ିବ ନାହିଁ ଏବଂ ଲୋକ ଅଦାଲତର ରାୟ ଚୂଡ଼ାନ୍ତ, ବୈଧ ତଥା ଅମଳଯୋଗ୍ୟ ଅଟେ । ଯଦି କୌଣସି ବିଚାରାଧିନ ମାମଲାର ସମାଧାନ ଲୋକ ଅଦାଲତରେ ହୋଇଥାଏ ତେବେ ଆଗରୁ ପୈଠ ହୋଇଥିବା କୋର୍ଟ ଫି ଫେରସ୍ତ ହୋଇପାରିବ । ଏଣୁ ଦୀର୍ଘ ଦିନ ଧରି ଚାଲୁ ରହିଥିବା ମୋକଦ୍ଦମାର ସହଜ ଓ ସରଳ ସମାଧାନ ପାଇଁ ଓ ଆର୍ଥିକ ଖର୍ଚ୍ଚ ଓ ସମୟ ଅପଚୟରୁ ନିସ୍ତାର ପାଇଁ ଏହି ସୁଯୋଗର ସଦୁପଯୋଗ କରନ୍ତୁ ଓ ସବିଶେଷ ବିବରଣୀୟ ପାଇଁ ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଭୁବନେଶ୍ୱର କିମ୍ବା ନିକଟସ୍ଥ ଅଦାଲତ ପରିସରରେ ଥିବା ଆଇନ ସେବା କମିଟି/ ଅଦାଲତଙ୍କ ସହ ଯୋଗାଯୋଗ କରିବାକୁ ପ୍ରାଧିକରଣଙ୍କ ପକ୍ଷରୁ ଅନୁରୋଧ କରାଯାଇଛି ।

Leave a Reply

Your email address will not be published. Required fields are marked *

You may have missed