ଟି.ପି.ସି.ଓ.ଡି.ଏଲ ଙ୍କ ବିଦ୍ୟୁତ୍ ବିଭାଗର ତାଲିବାନି ଶାସନ କେତେକ ଦିନ

ଯାଜପୁର :ପାଣିକୋଇଲି ଟି.ପି.ସି.ଓ.ଡି.ଏଲ (tpcodl)ଙ୍କ ଠାରୁ ବିଦ୍ୟୁତ୍ ସଂଯୋଗ ପାଇଥିବା ଉପଭୋକ୍ତା ମାନେ ବିଭାଗୀୟ ଅଧିକାରୀ ଏବଂ କର୍ମଚାରୀ ମାନଙ୍କ ଦାଇତ୍ୱ ହୀନତା କାର୍ଯ୍ୟ ପାଇଁ ବିନା କାରଣରେ ବା ଆକାଶ ମେଘାଚ୍ଛନ୍ନ ହେଲେ ଅନିର୍ଦ୍ଦିଷ୍ଟ କାଳପାଇଁ ଅନ୍ଧାରରେ ରହିବାକୁ ଅଭ୍ୟାସରେ ପରିଣତ ହେବା ସାର ହୋଇଛି । ଏସଂପର୍କରେ ପାଣିକୋଇଲି ଟି.ପି.ସି.ଓ.ଡି.ଏଲ କାର୍ଯ୍ୟଳୟର ଏସଡିଓ,ଜେଇ, ଲାଇନ୍ ମ୍ଯାନ କିମ୍ବା ଉଚ୍ଚପଦସ୍ଥ ଅଧିକାରୀ ମାନଙ୍କୁ ଉପଭୋକ୍ତାଙ୍କ ପକ୍ଷରୁ ଅଭିଯୋଗ କଲେ ମଧ୍ୟ ବିଭାଗୀୟ ଅଧିକାରୀ ମାନେ ଅଭିଯୋଗକୁ କର୍ଣ୍ଣପାତ ନକରିବା ବିଦ୍ୟୁତ୍ ଉପଭୋକ୍ତାଙ୍କ ପାଇଁ ଗ୍ରିସ୍ମ ଋତୁରେ ଜିବନ ମରଣ ସମସ୍ୟା ହୋଇଛି।ଏହାର ଜ୍ୱଳନ୍ତ ଉଦାହରଣ ଗତ କାଲି ଅପରାହ୍ନ ୩ ଘଟିବାରୁ ବର୍ଷା ଆରମ୍ଭ ହୋଇ ଛାଡ଼ି ଗଲା ।
ବର୍ଷା ହେବାଫଳରେ ଯାଜପୁର ରୋଡ଼ ଧବଳଗିରି ଠାରୁ ପାଣିକୋଇଲି ପର୍ଯ୍ୟନ୍ତ ସଂଯୋଗ ହୋଇଥିବା ଥାଟିଥ୍ରିକେବି କରେଣ୍ଟରେ ଅସୁବିଧା ଦେଖିବାକୁ ମିଳିଲା । ଏହାକୁ ବିଭାଗୀୟ କର୍ମଚାରୀମାନେ ଲାଗି ପଡ଼ି ରାତି ୧୦ ଘଟିକା ସମୟରେ ବିଦ୍ୟୁତ୍ ସରବରାହ ଉପଭୋକ୍ତା ମାନଙ୍କୁ ଯୋଗାଇଦେଲେ, ଉପଭୋକ୍ତା ମାନେ ବିଦ୍ୟୁତ ସେବା ପାଇଁ ପ୍ରବଳ ଗ୍ରୀଷ୍ମପ୍ରବାହରୁ ମୁକ୍ତି ପାଇଁ ଆନନ୍ଦିତ ହେଲେ । ସେହିପରି ରଙ୍ଗରଙ୍ଗା ଫିଡର ବା ଫ୍ଯୁଜ ପଏଣ୍ଟ ଉପରେ ନିର୍ଭର ଶିଳ ପାଣିକୋଇଲି ଟି.ପି.ସି.ଓ.ଡି.ଏଲ ଚିନ୍ତାଧାରାରେ ଥିବା ଅଯୋଗ୍ୟ ବିଦ୍ୟୁତ୍ ଉପଭୋକ୍ତାଙ୍କ ମାନେ ଅନ୍ଧାରରେ କଷ୍ଟ ପାଇଁ ରହିବା ପାଇଁ ବାଧ୍ୟ ହେଲେ । ବିଦ୍ୟୁତ ସେବା ଯୋଗାଇଦେବାକୁ ଦାଇତ୍ୱରେ ଥିବା କର୍ମଚାରୀ ମାନେ ପରଦିନ ସକାଳ ୭.୧୦ ମିନିଟ୍ ରେ ରଙ୍ଗରଙ୍ଗା ଫିଡର ବା ଫ୍ଯୁଜ ପଏଣ୍ଟ ଉପରେ ନିର୍ଭର ଶିଳ ଅଯୋଗ୍ୟ ବିଦ୍ୟୁତ୍ ଉପଭୋକ୍ତା ମାନଙ୍କୁ ବିଦ୍ୟୁତ୍ କରେଣ୍ଟ ଯେଗାଇହେବା ୧୮ ଘଣ୍ଟା ଉପଭୋକ୍ତାମାନଙ୍କ ବିନା କାରଣରେ ଅନ୍ଧାରରେ ରଖିବାର କାରଣ କଣ ହୋଇପାରେ ?
ତାହାର ଉତ୍ତର ବିଭାଗୀୟ ଅଧିକାରୀ ମାନଙ୍କ ନିକଟରୁ ହସ୍ତଗତ ହେବାରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।ଏହାର ଜ୍ୱଳନ୍ତ ଉଦାହରଣ:- ଯାଜପୁର ରୋଡ଼ ଏସ.ଇ.ଙ୍କୁ ହ୍ବାଟସ୍ଅପରେ ପଠାଇଥିବା ଅଭିଯୋଗର ନକଲ।ସାର ଆଜି ରାତ୍ର ୧୦.୦୫ ସମୟରେ ଆପଣଙ୍କୁ ଫୋନ୍ ରେ ଯୋଗାଯୋଗରେ କରି ଆମେ କରେଣ୍ଟ ପାଇବୁ ବୋଲି ଜାଣିବାପରେ ରାତି ୧୦ଘଟିକାରେ ଆମର କରେଣ୍ଟ ପାଇଲୁ । କରେଣ୍ଟ ପାଇବାର ୫ ମିନିଟ୍ ପରେ ଆମର କରେଣ୍ଟ ପଳାଇଲା ବା କଟ ହୋଇଗଲା ମୁଁ ପାଣିକୋଇଲି ବିଦ୍ୟୁତ ଏସିଡ ଙ୍କୁ ଯୋଗାଯୋଗ କରି ଜାଣିବାକୁ ପାଇଲି ରଙ୍ଗରଙ୍ଗାରୁ ଲାଇନ୍ ଫିୟୁଜ ଯାଇଛି। ରଙ୍ଗରଙ୍ଗା ଦାଇତ୍ୱରେ ଥିବା ଆପଣଙ୍କ ଲାଇନ୍ ମେଣ୍ଟନାନ୍ସ ପିଲା ଆପଣମାନଙ୍କ କଣ୍ଟ୍ରୋଲ ରେ ନାହାଁନ୍ତି। ତେଣୁ ଆମେ ବିଦ୍ୟୁତ୍ ବିଭାଗ ର ଆଯୋଗ୍ଯ ଉପଭୋକ୍ତା ଆଜି ଅପରାହ୍ନ ୩ ଘଟିବାରୁ ବର୍ତ୍ତମାନ ସୁଦ୍ଧା ଅନ୍ଧାରରେ ରହିବା ସାର ହେଲା ସାର ଆପଣଙ୍କ ବିଦ୍ୟୁତ୍ କର୍ମଚାରୀ ମାନଙ୍କୁ ଧନ୍ୟବାଦ୍।
ବିରଞ୍ଚିନାରାୟଣ ପତ୍ରୀ, ସାମ୍ବାଦିକ ବିଦ୍ୟୁତ ସେବାର ଗୁଣାତ୍ମକ ମାନ ବା ବିଦ୍ୟୁତ୍ ସେବା ଠିକ୍ ପାଇବାକୁ ଆମ ନିର୍ବାଚନ ମଣ୍ଡଳୀର ନିର୍ବାଚିତ ଲୋକ ପ୍ରତିନିଧିଙ୍କ ନିକଟରେ ସମୟ ନଥିବା ଏବଂ ଜିଲ୍ଲା ପ୍ରଶାସନିକ ଅଧିକାରୀଙ୍କ ଦୃଷ୍ଟିଗୋଚର ନହେବା ଆମେ ନିଜକୁ ବ୍ରିଟିଶ ଶାସନାଧୀନ ଥିବା ମନେ କରିବା ଛଡା ବିକଳ୍ପ ନଥିବା ଆମ ପାଇଁ ସମସ୍ୟା ହୋଇଛି।
ଇପିଏରୁ ବିରଞ୍ଚିନାରାୟଣ ପତ୍ରୀ ଙ୍କ ରିପୋର୍ଟ, ଇଷ୍ଟଣ୍ଣ ପ୍ରେସ ଏଜେନ୍ସି, ଭୁବନେଶ୍ୱର