July 9, 2026
Home » ଟେବୁଲ ଟପ୍ ଓ ବିପର୍ଯ୍ୟୟ ପରିଚାଳନା ଅଭ୍ୟାସ-୨୦୨୬ ପାଇଁ ପ୍ରସ୍ତୁତି ବୈଠକ

ଟେବୁଲ ଟପ୍ ଓ ବିପର୍ଯ୍ୟୟ ପରିଚାଳନା ଅଭ୍ୟାସ-୨୦୨୬ ପାଇଁ ପ୍ରସ୍ତୁତି ବୈଠକ

0
WhatsApp Image 2026-06-12 at 5.45.03 PM

 

ସୁବର୍ଣ୍ଣପୁର,– ଶୁକ୍ରବାର ଦିନ ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଟେବୁଲ ଟପ୍ ଅଭ୍ୟାସ ଓ ବିପର୍ଯ୍ୟୟ ପରିଚାଳନା ଅଭ୍ୟାସ- ୨୦୨୬ ପାଇଁ ଏକ ପ୍ରସ୍ତୁତି ବୈଠକ ଜିଲ୍ଲାପାଳ ଡ. ନୃପରଜ ସାହୁ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଜିଲ୍ଲାରେ ବିପର୍ଯ୍ୟୟ ମୁକାବିଲା ପାଇଁ ଆସନ୍ତା ଜୁନ ୧୮ ଓ ୧୯ ତାରିଖରେ ହେବାକୁ ଥିବା ଅଭ୍ୟାସ ପାଇଁ ସମସ୍ତ ସମ୍ପୃକ୍ତ ବିଭାଗକୁ ପ୍ରସ୍ତୁତ ରହିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ।
ଏହି ବୈଠକକୁ ଡେପୁଟି କଲେକ୍ଟର (ଜରୁରୀ) ରାଜେଶ ସାହୁ ପରିଚାଳନା କରିଥିବା ବେଳେ ବିଶ୍ୱନାଥ ନାୟକ ଆସନ୍ତା ୧୮ ଓ ୧୯ ତାରିଖରେ ହେବାକୁ ଥିବା ଅଭ୍ୟାସର କାର୍ଯ୍ୟସୂଚୀ ଏବଂ ବିଭିନ୍ନ ବିଭାଗର ଭୂମିକା ସମ୍ପର୍କରେ ଉପସ୍ଥାପନା କରିଥିଲେ। ଉକ୍ତ ବୈଠକରେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ରାଜେନ୍ଦ୍ର ମାଝୀ, ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ଅଞ୍ଜଳୀନା ପ୍ରଧାନ ଏବଂ ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ ଅଶ୍ୱିନୀ କୁମାର ମେହେର ଉପସ୍ଥିତ ରହି ସମସ୍ତ ଅଧିକାରୀ ଓ ସେମାନଙ୍କ ପ୍ରତିନିଧିମାନଙ୍କୁ ମଇ ୨୮ ତାରିଖରେ ହୋଇଥିବା କାଳବୈଶାଖୀ ଯୋଗୁଁ ହୋଇଥିବା କ୍ଷୟକ୍ଷତି ଏବଂ ସେଥିରୁ ଆମେ କେଉଁ ଶିକ୍ଷା ଗ୍ରହଣ କରିପାରିବା ସେ ସମ୍ପର୍କରେ ଆଲୋଚନା କରିଥିଲେ। ଏଥିସହ ଜିଲ୍ଲାର ସାଧାରଣ ନାଗରିକମାନଙ୍କୁ କିଭଳି ତାଲିମ ପ୍ରଦାନ କରାଯାଇ ବିପର୍ଯ୍ୟୟ ସମୟରେ ସେମାନଙ୍କୁ ସ୍ୱେଚ୍ଛାସେବୀ ଭାବେ ନିୟୋଜିତ କରାଯାଇପାରିବ, ସେ ସମ୍ପର୍କରେ ମଧ୍ୟ ଆଲୋଚନା କରିଥିଲେ। ବ୍ଲକ ସ୍ତରରେ ମଧ୍ୟ ସଠିକ ଭାବରେ ପ୍ରସ୍ତୁତି ବୈଠକ ଆୟୋଜନ କରି ଟେବୁଲ ଟପ୍ ଅଭ୍ୟାସ ଓ ବିପର୍ଯ୍ୟୟ ପରିଚାଳନା ଅଭ୍ୟାସକୁ କାର୍ଯ୍ୟକାରୀ କରିବା ପାଇଁ ଜିଲ୍ଲାର ବ୍ଲକ ସ୍ତରୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା l

ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ…

Leave a Reply

Your email address will not be published. Required fields are marked *