November 12, 2026
Home » ଟ୍ରକ ସହ ବିପୁଳ ପରିମାଣ ର ଗଞ୍ଜେଇ ଜବତ 3 ଗିରଫ

ଟ୍ରକ ସହ ବିପୁଳ ପରିମାଣ ର ଗଞ୍ଜେଇ ଜବତ 3 ଗିରଫ

0
WhatsApp Image 2026-11-12 at 12.55.51 PM

ସୁବର୍ଣ୍ଣପୁର ଜିଲ୍ଲା ତରଭା ପୋଲିସ ଦେଓଗାଁ ଛକ ନିକଟ ରେ ଚଢ଼ାଉ କରି 1 କୁଇଣ୍ଟାଲ 2 କେଜି 648 ଗ୍ରାମ ଗଞ୍ଜେଇ ଜବତ କରିବା ସହ 3 ଜଣ ଙ୍କୁ ଗିରଫ କରିଛି l ଏଥିସହ ଗଞ୍ଜେଇ ଚାଲାଣ ରେ ବ୍ୟବହୃତ( Eicher truck bearing Regd. No -UP 19 AT3037) ଓ ଗୋଟିଏ CD Deluxe motorcycle bearing Regd. No. OR -03E-2848)ବାଇକ, ତିନିଟି ମୋବାଇଲ ଓ ନଗଦ 1200 ଟଙ୍କା ଜବତ କରିଛି ପୋଲିସ l ସୂଚନା ରୁ ପ୍ରକାଶ ଯେ,ଗତକାଲି (୧୧.୧୧.୨୦୨୬ )ସନ୍ଧ୍ୟା ସମୟରେ ବିଶ୍ୱସ୍ତ ସୂତ୍ରରୁ ସୂଚନା ପାଇ ତରଭା ଥାନାର ଭାରପ୍ରାପ୍ତ ଅଧିକାରୀ ଏବଂ ଥାନାର କର୍ମଚାରୀଙ୍କ ସହିତ ଦେଓଗାଁ ଛକ ନିକଟରେ ଚଢ଼ାଉ କରି OR-03E-2848 ନମ୍ବର ବିଶିଷ୍ଟ ଏକ ମୋଟରସାଇକେଲ୍ ଓ ଏହାର ଚାଳକ କାହ୍ନୁ ଚରଣ ଅମାତ (42), ପିତା- ଯଦୁମଣି ଅମାତ, ଗ୍ରାମ- ଜଡ଼ଜଡ଼, ଥାନା- ପୁଇଁତଳା, ଜିଲ୍ଲା- ବଲାଙ୍ଗୀର (ପାଇଲଟ୍) ଙ୍କୁ ଅଟକ ରଖିଥିଲେ । ସେହି ସମୟରେ ଗ୍ରାନାଇଟ୍ ପାଉଡର ବୋଝେଇ ଏକ ଟ୍ରକ୍‌କୁ ମଧ୍ୟ ଅଟକାଇ ଯାଞ୍ଚ କରାଯାଇଥିଲା । ଉକ୍ତ ଟ୍ରକ୍‌ରେ ଥିବା ଦୁଇଜଣ ବ୍ୟକ୍ତି, ଯଥା ଚାଳକ ଏକ୍ରମ ଅହମ୍ମଦ (46), ପିତା- ଇଦ୍ରିଶ ଅହମ୍ମଦ, ଗ୍ରାମ- ଶ୍ୟାମଲି, ଉତ୍ତରପ୍ରଦେଶ ଏବଂ ମିଥିଲେଶ ତିୱାରୀ (46), ପିତା- ଶିବ ପ୍ରସାଦ ତିୱାରୀ, ହିରାପୁର କଲୋନୀ, ଥାନା- କବୀର ନଗର, ରାୟପୁର, ଛତିଶଗଡ଼ଙ୍କୁ ଅଟକ ରଖାଯାଇଥିଲା । ଟ୍ରକ୍‌ଟିକୁ ତଲାସି କରିବା ସମୟରେ ସେଥିରୁ 04 ଟି ପ୍ୟାକେଟ୍‌ରେ ଥିବା ସମୁଦାୟ 102ଟି ଛୋଟ ପ୍ୟାକେଟ୍‌ରୁ 102 କିଲୋଗ୍ରାମ 648 ଗ୍ରାମ ଓଜନର ନିଷିଦ୍ଧ ଗଞ୍ଜେଇ ଉଦ୍ଧାର କରାଯାଇ ଜବତ କରାଯାଇଥିଲା । ପଚରାଉଚରା ସମୟରେ ଅଭିଯୁକ୍ତମାନେ ପ୍ରକାଶ କରିଥିବା ଅନୁଯାୟୀ, ଉକ୍ତ ନିଷିଦ୍ଧ ଗଞ୍ଜେଇ ବୌଦ୍ଧ ଜିଲ୍ଲା ଘଣ୍ଟାପଡା ଅନ୍ତର୍ଗତ ବ୍ରାହ୍ମଣୀ ଗ୍ରାମର ରଞ୍ଜିତ ସାହୁଙ୍କଠାରୁ ଆଣିଥିଲେ ଏବଂ ଉତ୍ତରପ୍ରଦେଶର ସାଜନପୁର ଅଞ୍ଚଳର ସରିକ୍ ଅହମ୍ମଦଙ୍କ ନିକଟକୁ ଚାଲାଣ କରାଯାଉଥିଲା l ଟ୍ରକ ରେ ଭୁବନେଶ୍ୱର ରୁ ଗ୍ରାନାଇଡ ପାଉଡର ଲୋଡ଼ ହୋଇ କଣ୍ଟାମାଳ ଅଞ୍ଚଳ ରୁ ଗଞ୍ଜେଇ ଚାଲାଣ ହେଉଥିବା ତରଭା ପୋଲିସ ସୂଚନା ପାଇଥିଲା l ସୂଚନା ପାଇବା ପରେ ଆଇ ଆଇ ସି ଡୋଳାମଣି ନାଏକ, ଧନପତି ମୁଣ୍ଡା, ଗୋପୀନାଥ ସାହୁ ଓ ସାନନ୍ଦ ମଲ୍ଲିକ ଙ୍କ ସହ ପୋଲିସ ଟିମ ଦେଓଗାଁ ଛକ ନିକଟରେ ସନ୍ଦେହ ରେ ଉକ୍ତ ଟ୍ରକ କୁ ଅଟକାଇ ଯାଞ୍ଚ କରିଥିଲେ l ଯାଞ୍ଚ ପରେ ଟ୍ରକ ରୁ ଗଞ୍ଜେଇ ବାହାରିଥିଲା l ପରେ ମାଜିଷ୍ଟ୍ରେଟ ସେଲିନା ପ୍ରିୟଦର୍ଶିନୀ ନାଏକ ଙ୍କ ଉପସ୍ଥିତି ରେ ଜବତ ଗଞ୍ଜେଇ କୁ ଓଜନ କରାଯାଇଥିଲା l ଏହି ଘଟଣା ରେ ବଲାଙ୍ଗୀର ଜିଲ୍ଲା ପୁଇଁତଲା ଥାନା ଅନ୍ତର୍ଗତ ଜଡ଼ଜଡ଼ ଗ୍ରାମର ଯଦୁମଣି ଅମାତ ଙ୍କ ପୁତ୍ର କାହ୍ନୁ ଚରଣ ଅମାତ (42), ଉତ୍ତରପ୍ରଦେଶ ରାଜ୍ୟ ର ଶ୍ୟାମଲି ଗ୍ରାମର ଇଦ୍ରିଶ ଅହମ୍ମଦ ଙ୍କ ପୁତ୍ର ଏକ୍ରମ ଅହମ୍ମଦ (46)ଓ ରାୟପୁର କବିର ନଗର ଅନ୍ତର୍ଗତ ହୀରାପୁର କଲୋନୀ ର ଶିବ ପ୍ରସାଦ ତିୱାରୀ ଙ୍କ ପୁତ୍ର ମିଥିଳେଶ ତିୱାରୀ (46) ଙ୍କୁ ଗିରଫ କରାଯାଇଛି l ଏ ନେଇ ତରଭା ପୋଲିସ କେଶ ନମ୍ବର 370/11/11/2026 U/s- 20( b)(ii)/(c)/25/29 NDPS Act ରେ ମାମଲା ରୁଜୁ କରାଯାଇଛି l ଏହାର ତଦନ୍ତ ଅଧିକାରୀ ଭାବେ ସଂଗୀତା ଏସ ଆଇ ସଂଗୀତା ଲାକ୍ରା ଦାୟିତ୍ୱ ନେଇଛନ୍ତି l ଆଜି ( ଗୁରୁବାର ) ତିନି ଅଭିଯୁକ୍ତ ଙ୍କୁ କୋର୍ଟ ଚାଲାଣ କରାଯାଇଥିବା ସୂଚନା ମିଳିଛି l ଏ ନେଇ ଆଜି ସୁବର୍ଣ୍ଣପୁର ଜିଲ୍ଲା ପୋଲିସ ମୁଖ୍ୟାଳୟ ଠାରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ବିଳନୀ ରେ ଆରକ୍ଷୀ ଅଧିକ୍ଷକ ନାରାୟଣ ନାୟକ ସୂଚନା ପ୍ରଦାନ କରିଛନ୍ତି l

ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ…

Leave a Reply

Your email address will not be published. Required fields are marked *