August 22, 2026
Home » ଟ୍ରମ୍ପଙ୍କ ସହ ପ୍ରଧାନମନ୍ତ୍ରୀ ନିଜର ପଦମର୍ଯ୍ୟଦା ଓ ଦେଶର ସମ୍ମାନକୁ ସାଲିସ କରିଛନ୍ତି- ଯୁବ କଂଗ୍ରେସ

ଟ୍ରମ୍ପଙ୍କ ସହ ପ୍ରଧାନମନ୍ତ୍ରୀ ନିଜର ପଦମର୍ଯ୍ୟଦା ଓ ଦେଶର ସମ୍ମାନକୁ ସାଲିସ କରିଛନ୍ତି- ଯୁବ କଂଗ୍ରେସ

0
WhatsApp Image 2026-03-14 at 6.36.20 PM
ଭୁବନେଶ୍ୱର :  ପ୍ରଦେଶ ଯୁବ କଂଗ୍ରେସ ସଭାପତି ଶ୍ରୀ ରଞ୍ଜିତ ପାତ୍ର ଆଜି ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀରେ କହିଲେ ଯେ ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜର ପଦମର୍ଯ୍ୟଦା ଓ ଦେଶର ସମ୍ମାନକୁ ନେଇ ଆମେରିକାର ରାଷ୍ଟ୍ରପତି ଟ୍ରମ୍ପଙ୍କ ପାଖରେ ସାଲିସ କରିଛନ୍ତି । ଟ୍ରମ୍ପଙ୍କ କଥାରେ ସେ ଏକ କାଠ କଣ୍ଢେଇର ଭୂମିକା କରୁଛନ୍ତି । ଟ୍ରମ୍ପଙ୍କର ଗୋଟିଏ ନିର୍ଦ୍ଦେଶରେ ସେ ରୁଷରୁ ତେଲ କିଣିବା ବନ୍ଦ କରିଦେଲେ । ପୁଣି ଟ୍ରମ୍ପଙ୍କ ନିର୍ଦ୍ଦେଶରେ ମାସକ ପାଇଁ ରୁଷରୁ ତେଲ କିଣିବେ । ଭାରତ କେଉଁଠୁ ତେଲ କିଣିବା କାହା ସହିତ ବ୍ୟବସାୟ କରିବ ତାହା ଆମେରିକା ନିର୍ଦ୍ଦେଶରେ ହିଁ ହେବ । ତେବେ ଦେଶ ପୁଣିଥରେ ପରାଧିନ ହୋଇଗଲାକି ବୋଲି ଶ୍ରୀ ପାତ୍ର ପ୍ରଶ୍ନ କରିଛନ୍ତି । ଅନ୍ୟପଟରେ ପ୍ରଧାନମନ୍ତ୍ରୀ ମୋଦି ଟ୍ରମ୍ପଙ୍କୁ ଖୁସି କରିବା ଯେଫରି ଇପିଷ୍ଟେନର ଉପଦେଶକ୍ରମେ ଇଜ୍ରାଏଲରେ ଯାଇ ନୃତ୍ୟୁ କରିବାର ଅଭିଯୋଗ ହୋଇଛି । ମୋଦିଙ୍କର କଣ ଦୁର୍ବଳତା ଟ୍ରମ୍ପଙ୍କ ପାଖରେ ରହିଛି ଯେ ଟ୍ରମ୍ପଙ୍କୁ ମୋଦି ଭୟ କରୁଛନ୍ତି । ଅନ୍ୟପକ୍ଷରେ ଯୁଦ୍ଧର ଦୁଇଦିନ ପୂର୍ବରୁ ସେ ଇଜ୍ରାଏଲକୁ ଫାଦର କ୍ରଣ୍ଟ୍ରି ବୋଲି ଘୋଷଣା କରିବା ଦୁଃଖ ଦାୟକ । ଇଜ୍ରାଏଲ ଭାରତୀୟ ଜନତାପାଟି କିମ୍ବା ତାଙ୍କର ସହଯୋଗୀ ଅନୁଷ୍ଠାନ ଗୁଡ଼ିକର ଫାଦର କଣ୍ଟ୍ରି ହୋଇପାରେ କିନ୍ତୁ ଭାରତବାସୀ ଏହାକୁ ସ୍ୱୀକାର କରିବେ ନାହିଁ ।
ଗତବର୍ଷ ଘରୋଇ ଗ୍ୟାସ ସିଲିଣ୍ଡର ପିଛା ମୋଦି ସରକାର ୫୦ ଟଙ୍କା ବଢ଼ାଇଥିଲେ ଏବର୍ଷ ପୁଣି ୬୦ ଟଙ୍କା ବଢ଼ାଇଲେ । ବ୍ୟବସାୟୀକ ଗ୍ୟାସ ସିଲିଣ୍ଡିର ପିଛା ୧୧୫ ଟଙ୍କା ବଢ଼ିଛି । ଏବେ ଗ୍ୟାସ ଅଭାବ କାରଣରୁ ସ୍କୁଲ, କଲେଜ, ହଷ୍ଟେଲ, ହସପିଟାଲ ଗୁଡ଼ିକରେ ଅଭାବନୀୟ ପରିସ୍ଥିତି ଦେଖାଦେଲାଣି । ଆବାସିକ ସ୍କୁଲ ଗୁଡ଼ିକ ବନ୍ଦ ହେବା ପରିସ୍ଥିତିକୁ ଗଲାଣି । ହୋଟେଲ ଗୁଡ଼ିକ ମଧ୍ୟ ବନ୍ଦ ହେବା ପରିସ୍ଥିତି ପହଞ୍ôଚଲାଣି । ସାରା ଦେଶରେ ଗ୍ୟାସ ଅଭାବର ହା ହା କାର ପରିସ୍ଥିତି ଥିବା ସରକାର କହୁଛନ୍ତି ଗ୍ୟାସ ମହଜୁଦ ଅଛି । ସେପଟରେ କଳାବଜାରି ମାନେ ସରକାରଙ୍କର ନିୟନ୍ତ୍ରଣ ଅଭାବାରୁ ଏହି ପରିସ୍ଥିତିରୁ ଫାଇଦା ନେଉଛନ୍ତି । ସୁତରାଂ ବର୍ଦ୍ଧିତ ଗ୍ୟାସଦର ପ୍ରତ୍ୟାହାର କରିବା ସହିତ ପରିସ୍ଥିତିର ନିୟନ୍ତ୍ରଣ ନକଲେ ଯୁବ କଂଗ୍ରେସ ପକ୍ଷରୁ ବିକ୍ଷୋଭ କରାଯିବ । ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ଯୁବ କଂଗ୍ରେସ ସାଧାରଣ ସଂପାଦକ ସୁଦିପ ସାମଲ, ଜାଭେଦ ଅକତର ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *

You may have missed

ସେପ୍ଟେମ୍ବର ୧୨ରେ ଖୋର୍ଦ୍ଧା ଜିଲ୍ଳାର ସମସ୍ତ ବିଚାର ବିଭାଗୀୟ ଅଦାଲତରେ ରାଷ୍ଟ୍ରୀୟ ଲୋକ ଅଦାଲତ ଭୁବନେଶ୍ୱର-ତା.୨୦.୦୮.୨୦୨୬ ଚଳିତ ବର୍ଷର ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଆସନ୍ତା ତା. ୧୨.୦୯.୨୦୨୬ ରିଖରେ ଖୋର୍ଦ୍ଧା ଜିଲ୍ଲାର ସମସ୍ତ ବିଚାର ବିଭାଗୀୟ ଅଦାଲତ/ ରାଜସ୍ୱ ଅଦାଲତ ପରିସରରେ ଅନୁଷ୍ଠିତ ହେବ ବୋଲି ଖୋର୍ଦ୍ଧା ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଭୁବନେଶ୍ୱରଙ୍କ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ଏହି ରାଷ୍ଟ୍ରୀୟ ଲୋକ ଅଦାଲତରେ ପ୍ରାୟ ସମସ୍ତ ପ୍ରକାରର ବିଚାରାଧିନ ମାମଲା ଯଥା-ଫୌଜଦାରୀ (ସାଲିସ୍‌ ଯୋଗ୍ୟ), ଚେକ୍‌ ବାଉନ୍ସ, ବ୍ୟାଙ୍କ ଋଣ, ଟ୍ରାଫିକ୍‌ ଚାଲାଣ, ରାଜସ୍ୱ, ଶ୍ରମ, ବୈବାହିକ (ଛାଡ଼ପତ୍ର ବ୍ୟତୀତ), ଜମି ଅଧିଗ୍ରହଣ, ମୋଟର ଦୁର୍ଘଟଣା, ଜମିଜମା ମୋକଦ୍ଦମା ଇତ୍ୟାଦିର ଆପୋଷ ସହମତିରେ ସମାଧାନ କରାଯାଇପାରିବ । କେବଳ ବିଚାରାଧିନ ମାମଲା ନୁହେଁ, ଅଦାଲତରେ ମାମଲା ଦାୟର ହୋଇ ନଥାଇ ମଧ୍ୟ ପ୍ରାକ୍‌ ମୋକଦ୍ଦମାସ୍ତରୀୟ ବିବାଦ ଯଥା-ବାଙ୍କ ଋଣ ଅନାଦେୟ, ଟେଲିଫୋନ୍‌, ବିଦ୍ୟୁତ, ପାନୀୟ ଜଳ ବିଲ୍‌ ଅନାଦେୟ ମାମଲା ଗୁଡିକର ମଧ୍ୟ ପ୍ରାଧିକରଣଙ୍କ କାର୍ଯ୍ୟାଳୟରେ ଆପୋଷ ସହମତି ଭିତ୍ତିରେ ସମାଧାନ ହୋଇପାରିବ । ଉକ୍ତ ମାମଲାର ସମାଧାନ ପାଇଁ କୌଣସି ଆର୍ଥିକ ଖର୍ଚ୍ଚ ହିତାଧିକାରୀମାନଙ୍କୁ ଦେବାକୁ ପଡ଼ିବ ନାହିଁ ଏବଂ ଲୋକ ଅଦାଲତର ରାୟ ଚୂଡ଼ାନ୍ତ, ବୈଧ ତଥା ଅମଳଯୋଗ୍ୟ ଅଟେ । ଯଦି କୌଣସି ବିଚାରାଧିନ ମାମଲାର ସମାଧାନ ଲୋକ ଅଦାଲତରେ ହୋଇଥାଏ ତେବେ ଆଗରୁ ପୈଠ ହୋଇଥିବା କୋର୍ଟ ଫି ଫେରସ୍ତ ହୋଇପାରିବ । ଏଣୁ ଦୀର୍ଘ ଦିନ ଧରି ଚାଲୁ ରହିଥିବା ମୋକଦ୍ଦମାର ସହଜ ଓ ସରଳ ସମାଧାନ ପାଇଁ ଓ ଆର୍ଥିକ ଖର୍ଚ୍ଚ ଓ ସମୟ ଅପଚୟରୁ ନିସ୍ତାର ପାଇଁ ଏହି ସୁଯୋଗର ସଦୁପଯୋଗ କରନ୍ତୁ ଓ ସବିଶେଷ ବିବରଣୀୟ ପାଇଁ ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଭୁବନେଶ୍ୱର କିମ୍ବା ନିକଟସ୍ଥ ଅଦାଲତ ପରିସରରେ ଥିବା ଆଇନ ସେବା କମିଟି/ ଅଦାଲତଙ୍କ ସହ ଯୋଗାଯୋଗ କରିବାକୁ ପ୍ରାଧିକରଣଙ୍କ ପକ୍ଷରୁ ଅନୁରୋଧ କରାଯାଇଛି ।