October 16, 2024
Home » ଟ୍ରାକ୍ଟର ଶୋରୁମ ର ୨ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ , ବାଇକ ପୋଡି,ଥାନାରେ ୪ ଅଟକ

ଟ୍ରାକ୍ଟର ଶୋରୁମ ର ୨ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ , ବାଇକ ପୋଡି,ଥାନାରେ ୪ ଅଟକ

0

ସୁବର୍ଣ୍ଣପୁର : ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ଅନ୍ତର୍ଗତ ତାଲମୁଣ୍ଡା ଗ୍ରାମରେ ସୋନପୁର ଶାନ୍ତି ଟ୍ରାକ୍ଟର ଶୋରୁମ ର ୨ ଜଣ ସେଲସ ମ୍ୟାନ ଙ୍କୁ ମରଣାନ୍ତକ ଆକ୍ରମଣ କରି ତାଙ୍କର ବାଇକ କୁ ସମ୍ପୂର୍ଣ୍ଣ ଭାବେ ପୋଡି ଦେଇଛନ୍ତି । ସୂଚନା ଅନୁସାରେ ସୋନପୁର ଥାନା ଡୁଙ୍ଗୁରିପାଲି ଗ୍ରାମର ମୁକେଶ ରଞ୍ଜନ ମିଶ୍ର ଏବଂ ବିନିକା ଥାନା ବାଉଁଶୁଣୀ ଗ୍ରାମର ଚନ୍ଦନ ଦେହେରୀ ଉଭୟ ସୋନପୁର ର ଶାନ୍ତି ଟ୍ରାକ୍ଟର ଶୋରୁମ ରେ କାମ କରୁଛନ୍ତି । ଉଭୟେ ଏକ ଗ୍ଲାମର ବାଇକ ନଂ -( ଓଡି ୧୨ ବି- ୭୮୪୩) ଯୋଗେ ବିନିକା ଅଞ୍ଚଳ କୁ ଟ୍ରାକ୍ଟର ର ପ୍ରଚାର ପ୍ରସାର ଓ ଗ୍ରାହକ ଖୋଜିବାକୁ ଆସିଥିଲେ । ଗତ କାଲି ତାଲମୁଣ୍ଡା ଗ୍ରାମର ଶେଷ ମୁଣ୍ଡରେ ଥିବା ହନୁମାନ ମନ୍ଦିର ପାଖରେ ପିତାମ୍ବର ପଧାନ ସେମାନଙ୍କୁ ଅଟକାଇବାରୁ ସେମାନେ ଅଟକି ଥିଲେ । ପରେ ପିତାମ୍ବର ତାଙ୍କର ବାଇକ ଚାବି ଓ ମୋବାଇଲ ଛଡାଇ ନେଇଥିଲେ । ପରେ ତାଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହିତ ତାଙ୍କ ଗ୍ରାମର ଦୁର୍ଯ୍ୟୋଧନ ପଧାନ, କୈଳାଶ ପଧାନ, ଏବଂ ସଞ୍ଜୟ ପଧାନ ଙ୍କୁ ଡାକିଥିଲେ । ସେମାନେ ଚାରିଜଣ ମିଶି ମୁକେଶ ଏବଂ ଚନ୍ଦନ କୁ ଲୁହାରଡ଼ ଏବଂ ପ୍ଲାଷ୍ଟିକ ପାଇପ ରେ ମରଣାନ୍ତକ ଆକ୍ରମଣ କରି ମାଡ଼ ମାରିଥିଲେ । କୌଣସି ପ୍ରକାରେ ଚନ୍ଦନ ସେଠାରୁ ଫେରାର ମାରିଥିବା ବେଳେ ମୁକେଶ ଖସି ପାରି ନ ଥିଲେ । ତାଙ୍କୁ ପିତାମ୍ବରଙ୍କ ଘର ଭିତରକୁ ନେଇ ମାରିଦେବାକୁ ଚେଷ୍ଟା କରିଥିଲେ । କୌଣସି ସୂତ୍ରରୁ ବିନିକା ପୁଲିସ ଖବର ପାଇ ତୁରନ୍ତ ଘଟଣା ସ୍ଥଳକୁ ପହଂଚି ତାଙ୍କୁ ଉଦ୍ଧାର କରି ବିନିକା ଗୋଷ୍ଟୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଚିକିତ୍ସା କରାଇଥିଲେ । ଏନେଇ ମୁକେଶ ବିନିକା ଥାନାରେ ଲିଖିତ ଅଭିଯୋଗ କରିବାରୁ ପୁଲିସ ବିନିକା ଥାନାରେ ଏକ ମକଦ୍ଦମା ରୁଜୁ କରିବା ସହ ତାଲମୁଣ୍ଡା ଗ୍ରାମକୁ ଯାଇ ଉକ୍ତ ଚାରି ଜଣ ଯୁବକକୁ ଥାନାକୁ ଆଣି ଅଟକ ରଖି ତଦନ୍ତ କରୁଥିବା ଜଣାପଡିଛି l

 

ସୁବର୍ଣପୁର ଇପିଏ ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )

 

Leave a Reply

Your email address will not be published. Required fields are marked *