August 21, 2026
Home » ବାଘ ଆକ୍ରମଣରେ ଛେଳି ଚରାଳି ମହିଳା ଗୁରୁତ୍ୱର ଆହତ

ବାଘ ଆକ୍ରମଣରେ ଛେଳି ଚରାଳି ମହିଳା ଗୁରୁତ୍ୱର ଆହତ

0
WhatsApp Image 2024-07-16 at 7.11.07 PM

କଙ୍କଡ଼ାହାଡ଼: ମହାବିରୋଡ ରେଞ୍ଜରେ କଲରାପତରିଆ ବାଘ ଆତଙ୍କ।ଜଣେ ମହିଳାଙ୍କୁ ଆକ୍ରମଣ କରିଥିବା ସୁଚନା। । ଆହାତ ମହିଳା ଜଣକ ହେଲେ ମହାବିରୋଡ଼ ଥାନା ବ୍ରାହ୍ମଣଧରା ଗ୍ରାମର ପୁଇନ ନାୟକ ବୟସ 45 ସୁଚନା ମୁତାବକ ଆଜି ଅପରାହ୍ନରେ 12ସମୟରେ ମହିଳା ଜଣକ ଏବଂ ତାଙ୍କ ସହ ଗ୍ରାମର ଦୁଇଜଣ ମିଶି ପଙ୍ଗାତିରା ସେକ୍ସନ ବ୍ରାହ୍ମଣଧରା ଗ୍ରାମ୍ୟ ଜଙ୍ଗଲକୁ ମହିଳା ଛେଳିଚରାଇବା ପାଇଁ ଯାଇଥିଲେ। ଛେଳି ଚରାଉଥିବା ବେଳେ ଏକ କଲରାପତରିଆ ବାଘ ହଟାତ ତାଙ୍କ ଉପରକୁ ଆକ୍ରମଣ କରିଥିଲା।
ମହିଳାଙ୍କ ଚିତ୍କାର ଶୁଣି ସାଥିରେ ଥିବା ଅନ୍ୟ ଦୁଇଜଣ ଧାଇଁ ଆସିବାରୁ ବାଘଟି ମହିଳା ଜଣକୁ ଛାଡି ପଳାଇଥିଲା। ସାଥି ଦୁଇଜଣ ମହିଳାଙ୍କୁ ଉଦ୍ଧାର କରି ଘରକୁ ଆଣିଥିଲେ। ଏବଂ ବନବିଭାଗ ଖବର ପାଇ ଗ୍ରାମରେ ପହଞ୍ଚି ମହିଳାଙ୍କୁ ଚିକିତ୍ସା ନିମନ୍ତେ ପରଜଙ୍ଗ ଗୋଷ୍ଠିସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତିକରିଥିଲେ। ମହିଳାଙ୍କ ଦୁଇ କାନ୍ଧ,ଛାତି ଓ ଜଘଂରେ ଗଭିର ଆଘାତ ଲାଗିଥିବା ଜଣାପଡିଛି। ବର୍ତମାନ ମହିଳାଙ୍କ ସ୍ବାସ୍ଥ୍ୟବସ୍ଥ ସ୍ଥିର ଅଛି। ବନ ବିଭାଗ ତରଫରୁ ବ୍ରାହ୍ମଣଧରା ଗ୍ରାମରେ ସଚେତନ କରାଯାଉଛି ଓ ଜଙ୍ଗଲ ନିକଟବର୍ତ୍ତୀ ଗ୍ରାମ ଗୁଡିକରେ ମଧ୍ୟ ସତର୍କ କରାଯାଉଛି । ଏପଟେ ଗ୍ରାମରେ ଜଣେ ମହିଳାଙ୍କୁ ବାଘ ଆକ୍ରମଣ କରିଥିବା ଘଟଣା ଜଣା ପଡିବା ପରେ ବ୍ରାହ୍ମଣଧରା ଗ୍ରାମବାସୀ ଓ ଆଖ ପାଖ ଗାଁ ଗୁଡିକ ଆତଙ୍କିତ ଅବସ୍ଥାରେ ଅଛନ୍ତି।

କଙ୍କଡ଼ାହାଡ଼ ଇପିଏ ରୁ ସୁବାଷ ପଧାନ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )

Leave a Reply

Your email address will not be published. Required fields are marked *

You may have missed

ସେପ୍ଟେମ୍ବର ୧୨ରେ ଖୋର୍ଦ୍ଧା ଜିଲ୍ଳାର ସମସ୍ତ ବିଚାର ବିଭାଗୀୟ ଅଦାଲତରେ ରାଷ୍ଟ୍ରୀୟ ଲୋକ ଅଦାଲତ ଭୁବନେଶ୍ୱର-ତା.୨୦.୦୮.୨୦୨୬ ଚଳିତ ବର୍ଷର ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଆସନ୍ତା ତା. ୧୨.୦୯.୨୦୨୬ ରିଖରେ ଖୋର୍ଦ୍ଧା ଜିଲ୍ଲାର ସମସ୍ତ ବିଚାର ବିଭାଗୀୟ ଅଦାଲତ/ ରାଜସ୍ୱ ଅଦାଲତ ପରିସରରେ ଅନୁଷ୍ଠିତ ହେବ ବୋଲି ଖୋର୍ଦ୍ଧା ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଭୁବନେଶ୍ୱରଙ୍କ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ଏହି ରାଷ୍ଟ୍ରୀୟ ଲୋକ ଅଦାଲତରେ ପ୍ରାୟ ସମସ୍ତ ପ୍ରକାରର ବିଚାରାଧିନ ମାମଲା ଯଥା-ଫୌଜଦାରୀ (ସାଲିସ୍‌ ଯୋଗ୍ୟ), ଚେକ୍‌ ବାଉନ୍ସ, ବ୍ୟାଙ୍କ ଋଣ, ଟ୍ରାଫିକ୍‌ ଚାଲାଣ, ରାଜସ୍ୱ, ଶ୍ରମ, ବୈବାହିକ (ଛାଡ଼ପତ୍ର ବ୍ୟତୀତ), ଜମି ଅଧିଗ୍ରହଣ, ମୋଟର ଦୁର୍ଘଟଣା, ଜମିଜମା ମୋକଦ୍ଦମା ଇତ୍ୟାଦିର ଆପୋଷ ସହମତିରେ ସମାଧାନ କରାଯାଇପାରିବ । କେବଳ ବିଚାରାଧିନ ମାମଲା ନୁହେଁ, ଅଦାଲତରେ ମାମଲା ଦାୟର ହୋଇ ନଥାଇ ମଧ୍ୟ ପ୍ରାକ୍‌ ମୋକଦ୍ଦମାସ୍ତରୀୟ ବିବାଦ ଯଥା-ବାଙ୍କ ଋଣ ଅନାଦେୟ, ଟେଲିଫୋନ୍‌, ବିଦ୍ୟୁତ, ପାନୀୟ ଜଳ ବିଲ୍‌ ଅନାଦେୟ ମାମଲା ଗୁଡିକର ମଧ୍ୟ ପ୍ରାଧିକରଣଙ୍କ କାର୍ଯ୍ୟାଳୟରେ ଆପୋଷ ସହମତି ଭିତ୍ତିରେ ସମାଧାନ ହୋଇପାରିବ । ଉକ୍ତ ମାମଲାର ସମାଧାନ ପାଇଁ କୌଣସି ଆର୍ଥିକ ଖର୍ଚ୍ଚ ହିତାଧିକାରୀମାନଙ୍କୁ ଦେବାକୁ ପଡ଼ିବ ନାହିଁ ଏବଂ ଲୋକ ଅଦାଲତର ରାୟ ଚୂଡ଼ାନ୍ତ, ବୈଧ ତଥା ଅମଳଯୋଗ୍ୟ ଅଟେ । ଯଦି କୌଣସି ବିଚାରାଧିନ ମାମଲାର ସମାଧାନ ଲୋକ ଅଦାଲତରେ ହୋଇଥାଏ ତେବେ ଆଗରୁ ପୈଠ ହୋଇଥିବା କୋର୍ଟ ଫି ଫେରସ୍ତ ହୋଇପାରିବ । ଏଣୁ ଦୀର୍ଘ ଦିନ ଧରି ଚାଲୁ ରହିଥିବା ମୋକଦ୍ଦମାର ସହଜ ଓ ସରଳ ସମାଧାନ ପାଇଁ ଓ ଆର୍ଥିକ ଖର୍ଚ୍ଚ ଓ ସମୟ ଅପଚୟରୁ ନିସ୍ତାର ପାଇଁ ଏହି ସୁଯୋଗର ସଦୁପଯୋଗ କରନ୍ତୁ ଓ ସବିଶେଷ ବିବରଣୀୟ ପାଇଁ ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଭୁବନେଶ୍ୱର କିମ୍ବା ନିକଟସ୍ଥ ଅଦାଲତ ପରିସରରେ ଥିବା ଆଇନ ସେବା କମିଟି/ ଅଦାଲତଙ୍କ ସହ ଯୋଗାଯୋଗ କରିବାକୁ ପ୍ରାଧିକରଣଙ୍କ ପକ୍ଷରୁ ଅନୁରୋଧ କରାଯାଇଛି ।