ଟ୍ରେନ୍ ଲାଇନ୍ କଡ଼ରୁ ଅପରିଚିତା ମହିଳାଙ୍କ ଶବ ଉଦ୍ଧାର
ଭଦ୍ରକ: ଜଣେ ଅପରିଚିତା ମହିଳାଙ୍କ ଶବ କେନ୍ଦୁଆପଦା–କପାଳି ରେଲୱେ ଷ୍ଟେସନ ମଧ୍ୟର ପଡ଼ିଥିବା ଭଦ୍ରକ ରେଳବାଇ ପକ୍ଷରୁ ଅଭିଯୋଗକୂ ପାଇ ଭଦ୍ରକ ଜିଆରପି ଘଟଣା ସ୍ଥଳରେ ପହଞ୍ଚି ଅନୁଧ୍ୟାନ ଆରମ୍ଭ କରିଥିବା ସୁଚନା ମିଳିଛି।
ଗତ ୦୨।୦୬|୨୦୨୭ ମଙ୍ଗଳବାର ଅପରାହ୍ନ ୪ଘଟିକା ସମୟରେ କେନ୍ଦୁଆପଦା–କପାଳି ରେଲୱେ ଷ୍ଟେସନ ମଧ୍ୟର ରେଲୱେ ପ୍ରାକ୍ ରୁ ଏକ ଅପରିଚିତା ମହିଳାଙ୍କ ଶବକୁ ଭଦ୍ରକ ରେଳବାଇ ପୁଲିସ(ଜିଆରପିଏସ) ଏ.ଏସ.ଆଇ ସନ୍ଧ୍ୟାରାଣୀ ଟୋପୋ ଜବତ କରି ଭଦ୍ରକ ଜିଆରପିଏସ ଥାନା କେଶ୍ ନଂ-୪୦ ରେ ଏକ ଅପମୃତ୍ୟୁ ମାମଲା ରୁଜ୍ଜୁ କରିଥିବା ସୁଚନା ମିଳିଛି। ଅପରିଚିତା ମହିଳାଙ୍କ ଶବ ବ୍ୟବଚ୍ଛେଦ ପାଇଁ ଭଦ୍ରକ ଜିଲ୍ଲା ମୂଖ୍ୟ ଚିକିତ୍ସାଳୟକୁ ପଠାଯାଇ ଅନୁସନ୍ଧାନ ଚଳାଇଥିବା ଭଦ୍ରକ ଜିଆରପି ଏ.ଏସ.ଆଇ ସନ୍ଧ୍ୟାରାଣୀ ଟୋପୋଙ୍କ ନିକଟରୁ ସୁଚନା ମିଳିଛି। କୈାଣସି ସଦୃଦୟ ବ୍ୟକ୍ତି ଯଦି ଉକ୍ତ ଅପରିଚିତା ମହିଳାଙ୍କ ପରିଚୟ ପାଆନ୍ତି ତାହାଲେ ଭଦ୍ରକ ଜିଆରପି ଥାନର 9438916894 ନମ୍ବରକୁ ଯୋଗାଯୋଗ କରିବାକୁ ଭଦ୍ରକ ଜିଆରପି ଏ.ଏସ.ଆଇ ସନ୍ଧ୍ୟାରାଣୀ ଟୋପୋ ଅନୁରୋଧ କରିଛନ୍ତି।
ଇପିଏରୁ ବିରଞ୍ଚିନାରାୟଣ ପତ୍ରୀ ଙ୍କ ରିପୋର୍ଟ, ଇଷ୍ଟଣ୍ଣ ପ୍ରେସ ଏଜେନ୍ସି, ଭୁବନେଶ୍ୱର
