ଠକେଇ ଅଭିଯୋଗ ରେ ଆପ ଜିଲ୍ଲା ସଭାପତି ପୃଥୀରାଜ ଜଗଦଲା ଗିରଫ
ସୁବର୍ଣ୍ଣପୁର —-ସୁବର୍ଣ୍ଣପୁର ଜିଲ୍ଲା ଆମ ଆଦମି ପାର୍ଟି (ଆପ) ର ସଭାପତି ପୃଥୀରାଜ ଜଗଦଲା(୨୬) ଙ୍କୁ ଠକେଇ ମାମଲାରେ ଗିରଫ କରିଛି ସୋନପୁର ପୋଲିସ । ଏ ନେଇ ପୋଲିସ ମୁଖ୍ୟାଳୟରେ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଏସପି ନାରାୟଣ ନାୟକ । ସୂଚନା ଯୋଗ୍ୟ ଯେ ସୋନପୁର ଥାନା କୀର୍ତ୍ତିପୁର ଗ୍ରାମର ସରୋଜ ଭେସ୍ରା ପୃଥୀରାଜଙ୍କ ନାମରେ ସୋନପୁର ଥାନାରେ ଗତ ଏପ୍ରିଲ ୨୨ରେ ଏକ ଲିଖିତ ଅଭିଯୋଗ ଦାଖଲ କରିଥିଲେ । ସେଥିରେ ସରୋଜଙ୍କ ସ୍ତ୍ରୀଙ୍କୁ ପୋଷ୍ଟାଲ ଜିଡିଏସ୍ ଚାକିରି କରାଇ ଦେବା ପାଇଁ କହି କିସ୍ତି ହିସାବରେ ମୋଟ ୧ଲକ୍ଷ ୫୫ ହଜାର ଟଙ୍କା ଠକି ନେଇଥିଲେ ଶ୍ରୀ ଜଗଦଲା । ପରେ ଏକ ନିଯୁକ୍ତି ପତ୍ର ମଧ୍ଯ ଦେଇଥିଲେ କିନ୍ତୁ ପରେ ସେ ଜାଣିବାକୁ ପାଇଲେ ଯେ ପୃଥୀରାଜ ଦେଇଥିବା ନିଯୁକ୍ତିପତ୍ର ନକଲି । ସରୋଜ ଟଙ୍କା ଫେରାଇ ଦେବା ପାଇଁ କହିବାରୁ ପୁଣି ପୃଥୀରାଜ ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରକ୍ତ ଭଣ୍ଡାରରେ ଆଟେଣ୍ଡାଣ୍ଟ ଚାକିରି କରାଇ ଦେବି କହି ଗୋଟିଏ ନିଯୁକ୍ତିପତ୍ର ଦେଇଥିଲେ । ପରେ ଅଭିଯୋଗକାରୀ ଜାଣିବାକୁ ପାଇଲେ ଯେ ଉକ୍ତ ନିଯୁକ୍ତି ପତ୍ରଟି ମଧ୍ଯ ନକଲି I ପରବର୍ତ୍ତୀ ସମୟରେ ପୁଣି ତାଙ୍କ ସ୍ତ୍ରୀଙ୍କୁ ପୋଲିସ ଗୃହରକ୍ଷୀ ଭାବେ ଚାକିରି କରାଇଦେବି କହି ନଗଦ ଟଙ୍କା, ବ୍ୟାଙ୍କ ମାଧ୍ୟମ ରେ ଏବଂ ୟୁପିଆଇ ଇତ୍ୟାଦି ମାଧ୍ୟମ ରେ ସରୋଜ ଦେଇଥିବା ଟଙ୍କା ଠକି ନେଇଥିବା ଅଭିଯୋଗ ହୋଇଥିଲା । ଏ ନେଇ ସୋନପୁର ଥାନାରେ ୧୪୩/୨୦୨୬ ରେ ଏକ ମାମଲା ରୁଜୁ କରାଯାଇ ତଦନ୍ତ ସମୟରେ ପୃଥୀରାଜ ଆକାଉଣ୍ଟରେ ଓ ଫୋନ ପେ ଜରିଆରେ ଟଙ୍କା ନେଇଥିବାର ପ୍ରମାଣ ମିଳିଥିଲା । ପରେ ସୋନପୁର ପୋଲିସ ଟିମ୍ ପୃଥୀରାଜଙ୍କୁ ବୀରମହାରାଜପୁର ବ୍ଲକ କଳାପଥର ସ୍ଥିତ ଘରୁ ଗିରଫ କରି ଶନିବାର ଦିନ କୋର୍ଟ ଚାଲାଣ କରାଯାଇଥିବା ବେଳେ ଜାମିନ ଆବେଦନ ଖାରଜ ହେବାରୁ ତାଙ୍କୁ ସୋନପୁର ସବ୍ଜେଲ ହାଜତକୁ ପଠାଇ ଦିଆଯାଇଛି । ସୂଚନା ଅନୁଯାୟୀ ତାଙ୍କ ନାମରେ ସୁବର୍ଣ୍ଣପୁର ଜିଲାର ବୀରମହାରାଜପୁର ଓ ସୋନପୁର ଥାନାରେ ୬ ଗୋଟି ମାମଲା ରହିଥିବା ବେଳେ ଜିଲ୍ଲା ବାହାରେ ମଧ୍ୟ ପୃଥୀରାଜଙ୍କ ନାମରେ ଅନେକ ଠକେଇ ମାମଲା ଥିବା ଏସ୍ପି ନାରାୟଣ ନାୟକ ସାମ୍ୱାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି l
ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ…
