July 7, 2026
Home » ଡକ୍ଟର ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ଜୟନ୍ତୀ ଅବସରରେ ଶ୍ରଦ୍ଧାଞ୍ଜଳି

ଡକ୍ଟର ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ଜୟନ୍ତୀ ଅବସରରେ ଶ୍ରଦ୍ଧାଞ୍ଜଳି

0
WhatsApp Image 2026-07-06 at 6.09.01 PM

 

ଭୁବନେଶ୍ୱର: ସ୍ୱାଭିମାନୀ, ସୃଜନଶୀଳ ସଂପୂର୍ଣ୍ଣ ବ୍ୟକ୍ତିତ୍ୱ, ଜନନାୟକ ଓ ଦୂରଦ୍ରଷ୍ଟା ଡକ୍ଟର ଶ୍ୟାମା ପ୍ରସାଦ ମୁଖାର୍ଜୀ ୬ ଜୁଲାଇ ୧୯୦୧ ରେ ପଶ୍ଚିମବଙ୍ଗର କୋଲକାତାରେ ଜନ୍ମଗ୍ରହଣ କରିଥିଲେ । ସେ ସ୍ୱାଧୀନତା ପୂର୍ବ ଏବଂ ପରବର୍ତ୍ତୀ ଯୁଗରେ ଭାରତର ରାଜନୈତିକ ଏବଂ ଆଦର୍ଶଗତ ଦୃଶ୍ୟପଟ ଗଠନରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ ।

ସାର୍‌ ଆଶୁତୋଷ ମୁଖାର୍ଜୀଙ୍କ ପୁତ୍ର ଡ. ମୁଖାର୍ଜୀ ଜଣେ ମେଧାବୀ ଛାତ୍ର ଭାବରେ କଲିକତା ବିଶ୍ୱବିଦ୍ୟାଳୟରୁ ବି.ଏ. ଏବଂ ଏମ୍‌.ଏ. ସମାପ୍ତ କରିଥିଲେ ଏବଂ ପରେ ବାରିଷ୍ଟର ହେବା ପାଇଁ ଇଂଲଣ୍ଡ ଯାଇଥିଲେ । ତାଙ୍କର ତୀକ୍ଷଣ ବୁଦ୍ଧି ଏବଂ ନେତୃତ୍ୱ ଗୁଣ ତାଙ୍କୁ ଯୁବାବସ୍ଥାରୁ ଏକ ପ୍ରମୁଖ ବ୍ୟକ୍ତି ଭାବେ ପ୍ରତିପାଦିତ କରିଥିଲା ।

ଡକ୍ଟର ଶ୍ୟାମା ପ୍ରସାଦ ମୁଖାର୍ଜୀ କେବଳ ଜଣେ ରାଜନୈତିକ ନେତା ନଥିଲେ ବରଂ ଜଣେ ଜାତୀୟତାବାଦୀ ଚିନ୍ତକ ଏବଂ ସଂସ୍କାରକ ଥିଲେ । ‘ଦୋ ବିଧାନ, ଦୋ ପ୍ରଧାନ, ଦୋ ନିଶାନ, ନେହିଁ ଚଲେଗା’ ସ୍ଳୋଗାନ ଦେଇଥିବା ଡକ୍ଟର ମୁଖାର୍ଜୀ ଭାରତର ଅଖଣ୍ଡତା ପାଇଁ ନିଜ ଜୀବନକୁ ଉତ୍ସର୍ଗ କରିଥିଲେ । ତାଙ୍କର ଐତିହ୍ୟ ଆମକୁ ମନେ ପକାଇ ଦିଏ ଯେ ଜାତୀୟ ଏକତା, ସାଂସ୍କୃତିକ ଗର୍ବ ଏବଂ ନିର୍ଭୀକ ନେତୃତ୍ୱ ଏକ ରାଷ୍ଟ୍ରର ପ୍ରଗତି ପାଇଁ ଅତ୍ୟାବଶ୍ୟକ ।

ଆଜି ଡଃ ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କ ଜୟନ୍ତୀ ଅବସରରେ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଭୁବନେଶ୍ୱରର ସତ୍‌ସଙ୍ଗ ବିହାରସ୍ଥିତ ଡଃ ଶ୍ୟାମାପ୍ରସାଦ ମୁଖାର୍ଜୀ ପାର୍କରେ ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ, ବାଚସ୍ପତି ଶ୍ରୀମତୀ ସୁରମା ପାଢ଼ୀ, ରାଜ୍ୟସଭା ସାଂସଦ ଶ୍ରୀ ମନମୋହନ ସାମଲ, ବିଧାୟକ ଶ୍ରୀ ବାବୁ ସିଂ, ପୂର୍ବତନ ମନ୍ତ୍ରୀ ଶ୍ରୀ ଅରବିନ୍ଦ ଢାଲି, ପୂର୍ବତନ ବିଧାୟକ ଶ୍ରୀ ପ୍ରିୟଦର୍ଶୀ ମିଶ୍ର ଓ ବହୁ ବିଶିଷ୍ଟ ବ୍ୟକ୍ତି, ରାଜନୈତିକ, ସାମାଜିକ, ସାଂସ୍କୃତିକ ସଂଗଠନର କାର୍ଯ୍ୟକର୍ତ୍ତା ପ୍ରମୁଖ ଡଃ ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣପୂର୍ବକ ଶ୍ରଦ୍ଧାସୁମନ ଜ୍ଞାପନ କରିଥିଲେ ।

ଏହି ଅବସରରେ ସୂଚନା ଲୋକସମ୍ପର୍କ ବିଭାଗର ନିର୍ଦ୍ଦେଶକ ଶ୍ରୀ ଅନୁଜ କୁମାର ଦାସ ପଟ୍ଟନାୟକ, ନିର୍ଦ୍ଦେଶକ (ବୈଷୟିକ) ଶ୍ରୀ ଗୁର୍‌ବୀର୍‌ ସିଂହ, ଯୁଗ୍ମନିର୍ଦ୍ଦେଶକ ସୁଚେତା ପ୍ରିୟଦର୍ଶିନୀ ପ୍ରମୁଖ ଡଃ ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *