November 20, 2025
Home » ଡାକ୍ତର ପ୍ରଦୀପ ରାଓ ଙ୍କ ବିୟୋଗ ରେ ଶୋକସଭା ଅନୁଷ୍ଠିତ l

ଡାକ୍ତର ପ୍ରଦୀପ ରାଓ ଙ୍କ ବିୟୋଗ ରେ ଶୋକସଭା ଅନୁଷ୍ଠିତ l

0
WhatsApp Image 2025-10-25 at 6.46.39 PM

ସୁବର୍ଣ୍ଣପୁର — ଖ୍ୟାତନାମା ହୋମିଓପ୍ୟାଥିକ ଚିକିତ୍ସକ ଡାକ୍ତର ପ୍ରଦୀପ ରାଓ (୮୨ ) ଙ୍କ ପରଲୋକ ଘଟିଛି l ତାଙ୍କ ବିୟୋଗ ରେ ହୋମିଓପ୍ୟାଥି ଚିକିତ୍ସକ ମହଲରେ ଶୋକପ୍ରକାଶ ପାଇଛି । ସେ ୧୯୭୧ ରୁ ୧୯୭୭ ମସିହା ପର୍ଯ୍ୟନ୍ତ ସରକାରୀ ହୋମିଓପ୍ୟାଥିକ ମେଡ଼ିକାଲ କଲେଜ, ଭୁବନେଶ୍ୱର ଡ଼େମୋଷ୍ଟ୍ରେଟର ଭାବେ କାର୍ଯ୍ୟ କରୁଥିଲେ । ୧୯୭୭ ମସିହାରେ ସେ ଚାକିରି ଛାଡ଼ି ରୋଗୀ ସେବାକୁ ଆଦରି ନେଇଥିଲେ । ସେ ମନୋନୀତ ସଭ୍ୟ ଭାବରେ ସେଣ୍ଟ୍ରାଲ କାଉନସିଲ ଅଫ ହୋମିଓପ୍ୟାଥିକ୍ ଗଭରମେଣ୍ଟ ଅଫ ଇଣ୍ଡିଆ ୧୯୮୯ ରୁ ୧୯୯୮ ପର୍ଯ୍ୟନ୍ତ କର୍ତ୍ତବ୍ୟରଥ ଥିଲେ l ସେ ପ୍ରାଇଭେଟ୍ ହୋମିଓପ୍ୟାଥି ପ୍ରାକ୍ସଟିସନର୍ ସଂଘ ର ଉପଦେଷ୍ଟା ଥିବାସହ ଷ୍ଟେଟ ବୋର୍ଡ ଅଫ୍ ହୋମିଓପ୍ୟାଥିକ ମେଡ଼ିସିନ ଓଡ଼ିଶା ଭାବେ ମଧ୍ୟ କାର୍ଯ୍ଯ କରିଥିଲେ l ଆଜୀବନ ସଦସ୍ଯ-ଇଣ୍ଡିୟନ ଇନଷ୍ଟିଚ୍ୟୁଟ୍ ଅଫ୍ ଫିଜିକ୍ସ୍ ସିଏନ ଆଣ୍ଡ ଆଡ଼ଭାଇଜର ଭାବେ ଦାୟିତ୍ୱରେ ଥିଲେ l ପରୀକ୍ଷକ ଭାବରେ ବିଭିନ୍ନ ହୋମିଓପ୍ୟାଥିକ ୟୁନଭରସିଟି ଓଡ଼ିଶା ଓ ଭାରତର ଅନ୍ୟାନ୍ୟ ରାଜ୍ୟରେ କାର୍ଯ୍ଯ କରିଥିଲେ l ୨୦୧୯ ମସିହାରେ ପ୍ରତିଭା ହୋମିଓ ପ୍ୟାଥିକ ଆସୋସିଏସନ୍ ଏବଂ ଆଲେନ୍ ହୋମିଓ ଓ ହର୍ବାଲ- ପ୍ରଡ଼କ୍ଟ ଲିମିଟେଡ ତେଲେଙ୍ଗାନା ପକ୍ଷରୁ ଜୀବନବ୍ୟାପି ସାଧନା ସମ୍ମାନ ଲାଭ କରିଥିଲେ. l ତାଙ୍କର ବିୟୋଗରେ ପ୍ରାଇଭେଟ ହୋମିଓ ପ୍ୟାଥିକ ପ୍ରାକ୍ଟିସନର ଆସୋସିଏସନ୍ ଓଡ଼ିଶା ର ଅପୂରଣୀୟ କ୍ଷତି ହୋଇଛି l ପ୍ରାଇଭେଟ ହୋମିଓ ପ୍ୟାଥିକ ପ୍ରାକ୍ଟିସନର ଆସୋସିଏସନ୍ ଓଡ଼ିଶା ର ଉପ-ସଭାପତି ଶ୍ରୀଯୁକ୍ତ ଜଗନ୍ନାଥ ଦାଶ ଙ୍କ ସଭାପତିତ୍ବରେ, ରାମଧୁନ କ୍ଳବ ଓ କାଳୀପୂଜା କମିଟିର ସମସ୍ତ ସଦସ୍ୟ ମାନଙ୍କ ମିଳିତ ସହଯୋଗରେ ଶ୍ରୀ ଶ୍ରୀ ରାମଜୀ ମନ୍ଦିର ,ମଝିପଡ଼ା , ସୋନପୁର ଠାରେ ଡାକ୍ତର ପ୍ରଦୀପ ରାଓ ଙ୍କ ଉଦ୍ଧେଶ୍ୟରେ ଶୋକ ସଭା ଅନୁଷ୍ଠିତ ହୋଇଛି l ଏହି ଶୋକ ସଭାରେ ପି.ଏଚ.ପି.ଏ ସୋନପୁର, ବଉଦ,ବଲାଙ୍ଗିର ସଭ୍ୟ ଜଗଦୀସ ମେହେର, ଟଙ୍କଧର ବାରିକ୍ ,ସୂର୍ଯ୍ୟ ନାରାୟଣ ବାଘ,ଦେବାନନ୍ଦ ବହିଦାର, ଜଗବନ୍ଧୁ ତ୍ରିପାଠୀ , ଅଭିମନ୍ୟୁ ରଣା ,ନରେନ୍ଦ୍ର ମିଶ୍ର,ଶଙ୍କର ମିଶ୍ର , ଧୃବଚ଼ରଣ ସାହୁ, ଦୃଷିକେଶ ଦାଶ, କୁନାରଥ ,ପୁରୁଷୋତ୍ତମ ବେଦବାକ ଯୋଗ ଦେଇ ଥିଲେ l ଶ୍ରୀ କଇଁରୁ ସ୍ୱାଇଁ ପୌର ପରିଷଦ ପ୍ରାକ୍ତନ ଅଧ୍ୟକ୍ଷ, ମନୋରଞ୍ଜନ ତ୍ରୀପାଠୀ, ବରିଷ୍ଠ ସାମ୍ବାଦିକ, ପୀୟୂଷ ପଣ୍ଡା ଶ୍ରୀ ରାଓ ଙ୍କ ଫଟୋ ଚିତ୍ର ରେ ଧୁପ, ଦୀପ ,ପୁସ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଥିଲେ | ରାମଧୁନ କ୍ଳବ ଓ କାଳୀପୂଜା କମିଟିର ସଦସ୍ୟ ଲଡ଼ୁ କିଶୋର ମଲ୍ଲିକ, ପୁରନ୍ଦର ଭାଇ, ସୁରଜ, ବୁବୁନ୍, ବିକାଶ,ମଦନ, ଜଗନ ,ଚନ୍ଦନ ଭାଇ, ସମସ୍ତ ସଦସ୍ୟ ଙ୍କ ଉପସ୍ତିତିରେ ଉପ-ସଭାପତି ଶ୍ରୀୟୁକ୍ତ ଜଗନ୍ନାଥ ଦାଶ ଡାକ୍ତର ପ୍ରଦୀପ ରାଓ ଙ୍କ ସୃତି ଚାରଣ କରିଥିଲେ । ଶେଷରେ ସମସ୍ତେ ଦିବଂଗତ ଆତ୍ମାର ସଦଗତି ପାଇଁ ଭଗବତୀ ଙ୍କ ଠାରେ ନିରବ ପ୍ରାର୍ଥନା କରାଯାଇଥିଲା l

 

ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ…

Leave a Reply

Your email address will not be published. Required fields are marked *