June 22, 2026
Home » ଡିଜିଟାଇଜେସନ କେନ୍ଦ୍ର ପରିଦର୍ଶନ କଲେ ମୁଖ୍ୟ ନିର୍ବାଚନ ଅଧିକାରୀ: ସ୍ୱତନ୍ତ୍ର ସଘନ ସଂଶୋଧନ କାର୍ଯ୍ୟର ସମୀକ୍ଷା

ଡିଜିଟାଇଜେସନ କେନ୍ଦ୍ର ପରିଦର୍ଶନ କଲେ ମୁଖ୍ୟ ନିର୍ବାଚନ ଅଧିକାରୀ: ସ୍ୱତନ୍ତ୍ର ସଘନ ସଂଶୋଧନ କାର୍ଯ୍ୟର ସମୀକ୍ଷା

0
WhatsApp Image 2026-06-21 at 9.58.48 PM

 

ଭୁବନେଶ୍ୱର:ରାଜ୍ୟରେ ଚାଲିଥିବା ମତଦାତା ସୂଚୀର ସ୍ୱତନ୍ତ୍ର ସଘନ ସଂଶୋଧନ ପ୍ରକ୍ରିୟା ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ ଆଜି ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ଆର ଏସ ଗୋପଲନ  ଭୁବନେଶ୍ୱର ମହାନଗର ନିଗମ  ଅନ୍ତର୍ଗତ ବିଭିନ୍ନ ଡିଜିଟାଇଜେସନ କେନ୍ଦ୍ର ପରିଦର୍ଶନ କରିଛନ୍ତି। କ୍ଷେତ୍ର ସ୍ତରରେ ଚାଲିଥିବା ତଥ୍ୟ ସଂଗ୍ରହ ଓ ଏହାର କମ୍ପ୍ୟୁଟରୀକରଣ କାର୍ଯ୍ୟର ଅଗ୍ରଗତି ନେଇ ସମୀକ୍ଷା କରିବା ସହ ବାକି ରହିଥିବା କାର୍ଯ୍ୟକୁ ଧାର୍ଯ୍ୟ ସମୟ ମଧ୍ୟରେ ଶେଷ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।ସମୀକ୍ଷା ସମୟରେ ମିଳିଥିବା ସୂଚନା ଅନୁଯାୟୀ, ରାଜ୍ୟରେ ଚାଲିଥିବା ଏହି ସଂଶୋଧନ ପ୍ରକ୍ରିୟା ଏକ ସକାରାତ୍ମକ ଦିଗରେ ଗତି କରୁଛି। ଆଜି ସୁଦ୍ଧା ରାଜ୍ୟରେ ସର୍ବମୋଟ ୯୯.୭୫ ପ୍ରତିଶତ ଅର୍ଥାତ ୩କୋଟି ୩୩ଲକ୍ଷ ୧୫ହଜାର ୮୯୭ ଭୋଟର ଙ୍କୁ ପରିଗଣନା ଫର୍ମ ବଣ୍ଟନ କାର୍ଯ୍ୟ ସଫଳତାର ସହ ଶେଷ ହୋଇଛି।

ସଂଗୃହିତ ହୋଇଥିବା ମୋଟ ଫର୍ମ ମଧ୍ୟରୁ ୮୧.୨୩ ପ୍ରତିଶତ ଅର୍ଥାତ ୨କୋଟି ୭୧ଲକ୍ଷ ୩୧ହଜାର  ୩୧୨ ଭୋଟରଙ୍କ ଫର୍ମର ଡିଜିଟାଇଜେସନ (ଅନଲାଇନ୍ ଏଣ୍ଟ୍ରି) କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇସାରିଛି। ବାକି ଥିବା ଫର୍ମଗୁଡ଼ିକର ଡିଜିଟାଇଜେସନ ପ୍ରକ୍ରିୟାକୁ ଯୁଦ୍ଧକାଳୀନ ଭିତ୍ତିରେ ଚଳାଇବା ପାଇଁ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି।ପରିଦର୍ଶନ ସମୟରେ ଶ୍ରୀ ଗୋପଲନ ସ୍ଥାନୀୟ ବ୍ୟବସ୍ଥାର ତଦାରଖ କରିବା ସହ ଏକ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଦେଇଥିଲେ। ସେ କହିଥିଲେ ଯେ, ସୁସ୍ଥ ଗଣତାନ୍ତ୍ରିକ ପ୍ରକ୍ରିୟା ପାଇଁ ପ୍ରତ୍ୟେକ ଯୋଗ୍ୟ ଭୋଟରଙ୍କ ଅଂଶଗ୍ରହଣ ଅପରିହାର୍ଯ୍ୟ,ସମସ୍ତ ଯୋଗ୍ୟ ଭୋଟଙ୍କର ନାମ ଯେପରି ଭୋଟର ତାଲିକାରେ  ସ୍ଥାନ ପାଇବ, ତାହା ନିଶ୍ଚିତ କରିବା କୁ ନିୟୋଜିତ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ।ଏହି ସ୍ୱତନ୍ତ୍ର ସଘନ ସଂଶୋଧନ ପ୍ରକ୍ରିୟାର ସମସ୍ତ କାର୍ଯ୍ୟ ଶେଷ କରିବାର ସମୟସୀମା ଚଳିତ ମାସ ଜୁନ ୨୮ ତାରିଖ ଧାର୍ଯ୍ୟ କରାଯାଇଛି। ସୂଚୀକୁ ସମ୍ପୂର୍ଣ୍ଣ ସ୍ୱଚ୍ଛ, ସତ୍ୟ ଏବଂ ତ୍ରୁଟିଶୂନ୍ୟ କରିବା ପାଇଁ ବାକି ଥିବା ସମସ୍ତ କାର୍ଯ୍ୟକୁ ନିର୍ଦ୍ଧାରିତ ଶେଷ ତାରିଖ ପୂର୍ବରୁ ସମାପ୍ତ କରିବାକୁ ମୁଖ୍ୟ ନିର୍ବାଚନ ଅଧିକାରୀ ଗୁରୁତ୍ୱାରୋପ କରିଛନ୍ତି।
ଏହି ପରିଦର୍ଶନ ସମୟରେ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ସହ ମୁଖ୍ୟ ନିର୍ବାଚନ ଅଧିକାରୀ ଙ୍କ କାର୍ଯ୍ୟାଳୟ ଓ ଭୁବନେଶ୍ୱର ମହାନଗର ନିଗମର ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *