ଡି.ଏ.ଭି. ପବ୍ଲିକ୍ ସ୍କୁଲ୍, ପାରାଦ୍ଵୀପ ପୋର୍ଟରେ ଅନୁଷ୍ଠିତ ହୋଇଯାଇଛି ବାର୍ଷିକ ପ୍ରଦର୍ଶନୀ ମେଳା(ଜ୍ଞାନସ୍ରୋତ) ଏବଂ ରକ୍ତଦାନ ଶିବିର
ପାରାଦ୍ଵୀପ ପୌରପାଳିକାରେ ଅବସ୍ଥିତ ଡି.ଏ.ଭି. ପବ୍ଲିକ୍ ସ୍କୁଲ୍, ପାରାଦ୍ଵୀପ ପୋର୍ଟରେ ବାର୍ଷିକ ପ୍ରଦର୍ଶନୀ ମେଳା(ଜ୍ଞାନସ୍ରୋତ) ଏବଂ ରକ୍ତଦାନ ଶିବିର ତା-୨୪.୧୨.୨୦୨୪ ରିଖ ଦିନ ଅନୁଷ୍ଠିତ ହୋଇଯାଇଅଛି I ଏହି ପ୍ରଦର୍ଶନୀ ମେଳାକୁ ମୁଖ୍ୟ ଅତିଥି ଡ. କିଶୋର ଚନ୍ଦ୍ର ବେହେରା (ମେଡ଼ିକାଲ୍ ଅଫିସର, ସେଣ୍ଟ୍ରାଲ ରେଡ୍କ୍ରସ ବ୍ୟାଙ୍କ, କଟକ) ଉଦ୍ଘାଟନ କରିଥିଲେ I ଶ୍ରୀଯୁକ୍ତ ସମ୍ଵିତ ସୁକୁମାର ଚିନ୍ନାରା(ଅଧ୍ୟକ୍ଷ, ଡି.ଏ.ଭି. ପବ୍ଲିକ ସ୍କୁଲ,ଇଫ୍କୋ) ଏବଂ ଶ୍ରୀଯୁକ୍ତ ସଞ୍ଜିବ କୁମାର ସାହୁ(ଅଧ୍ୟକ୍ଷ, ଡି.ଏ.ଭି. ପିପିଏଲ୍) ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ I ସମ୍ମାନିତ ଅତିଥିଗଣ ପ୍ରଦୀପ ପ୍ରଜ୍ୱଳନ ସହିତ ପିଲାମାନଙ୍କୁ ଅନେକ ପ୍ରେରଣାଦାୟୀ ଶବ୍ଦ ପ୍ରଦାନ କରିଥିଲେ I ତତ୍ ସହିତ ବିଦ୍ୟାଳୟର ଅଧ୍ୟକ୍ଷା ଶ୍ରୀମତୀ ବିନ୍ଦୁଶ୍ରୀ ମହାନ୍ତି ମେଳାଟିକୁ ଆଗେଇ ନେବା ସହ ପିଲାମାନଙ୍କୁ ଉତ୍ସାହିତ କରିଥିଲେ I ଏହି ପ୍ରଦର୍ଶନୀ ମେଳାରେ ଗଣିତ,ବିଜ୍ଞାନ,ସାମାଜିକ ବିଜ୍ଞାନ,ସାହିତ୍ୟ,ହିନ୍ଦୀ,ସଂସ୍କୃତ,କମ୍ପ୍ୟୁଟର, କ୍ରୀଡ଼ା,କଳା,ସଙ୍ଗୀତ ଆଦି ବିଭିନ୍ନ ବିଭାଗରୁ ପ୍ରାୟ ୨୫୦ରୁ ଅଧିକ ପ୍ରକଳ୍ପ ଛାତ୍ରଛାତ୍ରୀମାନେ ପ୍ରସ୍ତୁତ କରିଥିଲେ I ଛାତ୍ରଛାତ୍ରୀମାନେ ସୁନ୍ଦର ଓ ସାବଲୀଳ ଢଙ୍ଗରେ ନିଜ ନିଜର ପ୍ରକଳ୍ପ ଉପସ୍ଥାପନ କରିଥିଲେ Iବିଭିନ୍ନ ଶିକ୍ଷଣୀୟ ଏବଂ ଭବିଷ୍ୟତପୋଯୋଗୀ ପ୍ରକଳ୍ପମାନ ପ୍ରସ୍ତୁତ କରିଥିଲେ I ଏଥି ସହିତ ଏକ ରକ୍ତଦାନ ଶିବିର ଆୟୋଜିତ ହୋଇଥିଲା l ଏହି ଶିବିରରେ ଅନେକ ଅଭିଭାବକ, ଶିକ୍ଷକ,ଶିକ୍ଷୟିତ୍ରୀ ରକ୍ତଦାନ ଭଳି ମହତ କାର୍ଯ୍ୟ କରିଥିଲେ ଏବଂ ସେମାନଙ୍କୁ ରକ୍ତଦାନର ପ୍ରମାଣ ପତ୍ର ପ୍ରଦାନ କରାଯାଇଥିଲା I ସେଣ୍ଟ୍ରାଲ ରେଡକ୍ରସ୍ ବ୍ଲଡ ବ୍ୟାଙ୍କ, କଟକ ର କର୍ମ କର୍ତ୍ତାମାନେ ଏହି ରକ୍ତଦାନ ଶିବିରକୁ ସଫଳ କରିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ l ସର୍ବଶେଷରେ ଶ୍ରୀ ହୃଷିକେଶ ପ୍ରଧାନଙ୍କ ଧନ୍ୟବାଦ ଅର୍ପଣ ସହ ଉତ୍ସବଟି ଉଦ୍ ଯାପିତ ହୋଇଥିଲା l
ପାରାଦୀପ ଇପିଏ ରୁ ପ୍ରଶାନ୍ତ ଦାଶ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )
