ଢାବାରେ ରାତି ଅଧିଆ ପଶିଲେ ଦୁର୍ବୁତ୍ତ : ପୋଲିସ ତଦନ୍ତ ଜାରି
ସୁବର୍ଣ୍ଣପୁର —ମୁଖା ପିନ୍ଧି ଢ଼ାବା ରେ ରାତି ଅଧିଆ ପଶିଲେ ଦୁର୍ବୁତ୍ତ l 30ଲକ୍ଷ ରୁ ଉର୍ଦ୍ଧ୍ୱ ଟଙ୍କାର ଢ଼ାବା ର କାଚ ସୋକେଶ , ଟିଭି, ଫ୍ରିଜ, ଏସି, ହାର୍ଡିକ୍ସ,ଫ୍ରିଜର, ଚାରି ଚକିଆ ଓମିନି କାର, ଦୁଇଟି ସ୍କୁଟି, ଗ୍ରାନାଇଟ ଟେବୁଲ, ଚେୟାର, ଆସବାବ ପତ୍ର, ଫେନ ଅଫିସ ରୁମ, ରୋଷେଇ ଗୃହ ଢ଼ାବା ର ସମସ୍ତ କାଚ ଝରକା ଭଙ୍ଗା ରୁଜା,ସହ କେଶ କାଉଣ୍ଟର ରୁ ଖଣ୍ଡା, ଭୁଜାଲି, ପିସ୍ତଲ, ଲୁହା ଷ୍ଟିକ, ରଡ଼ ଦେଖାଇ 2 ଲକ୍ଷ ଟଙ୍କା ଲୁଟ ଓ 3 କର୍ମଚାରୀ ଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି l ଆହତ ମାନଙ୍କୁ ପ୍ରଥମେ ଆଡ଼େଣି ଗଡ଼ ପରେ ବୌଦ୍ଧ ମୁଖ୍ୟ ଡାକ୍ତରଖାନା ଓ ମୁଣ୍ଡ ରେ ଖଣ୍ଡା ରେ ଆକ୍ରମଣ କରିଥିବା 17 ଗୋଟି ଷ୍ଟିଜ ପଡ଼ିଥିବା ଗୁରୁତର କୁ ବ୍ରହ୍ମପୁର ବଡ଼ ମେଡିକାଲ ରେ ଭର୍ତ୍ତି ହୋଇଥିବା ଥାନାରେ ଅଭିଯୋଗ ହୋଇଛି l ଅଭିଯୋଗ ଅନୁସାରେ ଖୋର୍ଦ୍ଧା -ବଲାଙ୍ଗୀର 57 ନଂ. ଜାତୀୟ ରାଜପଥ କଡ଼ ବୌଦ୍ଧ ଜିଲ୍ଲା ପୁରୁଣାକଟକ ଥାନା ବଦଲା ଛକ ରେ ଗଣେଶ ଢ଼ାବା ରେ ଘଟିଛି ଏଭଳି ଘଟଣା l ବୌଦ୍ଧ ଜିଲ୍ଲା ଶାନ୍ତ ପ୍ରିୟ ଜିଲ୍ଲା ରେ ଅଶାନ୍ତି ଓ ରକ୍ତ ର ଛିଟା ବୁହାଇଲେ ପଡୋଶୀ କନ୍ଧମାଳ ଜିଲ୍ଲା ଖଜୁରୀପଡା ଥାନା ଗୁଦାରୀ ଓ ପାକାଲାଙ୍ଗ ର ଦୁର୍ବୁତ୍ତ l ଦୁର୍ବୁତ୍ତ 18ରୁ ଉର୍ଦ୍ଧ୍ୱ ଓ 3ଗୋଟି ଚାରି ଚକିଆ ଗାଡ଼ିରେ ମୁଖା ପିନ୍ଧି ଆସି ହଠାତ ଢ଼ାବା ବନ୍ଦ ସମୟରେ ସମସ୍ତ ମାରଣାସ୍ତ୍ର ରେ ରେ ହାଣିବା, ବାଡ଼ାଇବା ଆରମ୍ଭ କରି 20ମିନିଟ ଭିତରେ ଲୁଟ କରି ଚାଲି ଯାଇଥିଲେ l ଦୁର୍ବୁତ୍ତ ମାନଙ୍କ ଭିତରେ ରାଜ କୁମାର ଚୌଧୁରୀ, ରାଜେଶ କୁମାର ଚୌଧୁରୀ, ରାକେଶ ନାଏକ (ଚିଣ୍ଟୁ ) ଅତୁଳ, ପପୁ, ଚକା, ମିନା, ଗୌତମ, ଶିବା ଓ ବାପି ଥିବା ପୁରୁଣା କଟକ ଥାନା ରେ ଅଭିଯୋଗ ହୋଇଛି l ଅଭିଯୋଗ କୁ ଭିତ୍ତି କରି ସାଇଟିଫିକ ଟିମ ଓ ଥାନା ପକ୍ଷରୁ ମାମଲା ରୁଜୁ କରି ଅଧିକ ତଦନ୍ତ ଚାଲୁ ରହିଛି l
ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ…
