August 15, 2026
Home » ତପୋବନ ଆଦର୍ଶ ବିଦ୍ୟାଳୟ ପରିସରରେ 80 ତମ ସ୍ୱାଧୀନତା ଦିବସ ପାଳିତ

ତପୋବନ ଆଦର୍ଶ ବିଦ୍ୟାଳୟ ପରିସରରେ 80 ତମ ସ୍ୱାଧୀନତା ଦିବସ ପାଳିତ

0
WhatsApp Image 2026-08-15 at 1.36.55 PM

ପୁରୀ ଦୋଳମଣ୍ଡପ ସାହି ସ୍ଥିତ ତପୋବନ ଆଦର୍ଶ ବିଦ୍ୟାଳୟ ପରିସରରେ 80 ତମ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି।
ଏହି ଉତ୍ସବ ରେ ମୁଖ୍ୟ ଅତିଥି ଭାବେ ଶ୍ରୀମନ୍ଦିର ପରିଚାଳନା କମିଟି ର ସଦସ୍ୟ ତଥା ପୂଜାପଣ୍ଡା ନିଯୋଗ ର ସଭାପତି ସାମନ୍ତ ଜଗନ୍ନାଥ ପୂଜାପଣ୍ଡା ଯୋଗଦାନ କରି ପତାକା ଉତ୍ତୋଳନ କରୁଥିଲେ।
ବିଦ୍ୟାଳୟ ର ପିଲାମାନଙ୍କ ଦ୍ଵାରା ବନ୍ଦେ ମାତରଂ,ଜାତୀୟ ସଙ୍ଗୀତ ଗାନ କରାଯାଇ ଥିଲା। ମୁଖ୍ୟଅତିଥି ପୂଜାପଣ୍ଡା ସାମନ୍ତ ତାଙ୍କ ଅଭିଭାଷଣରେ ଚତ୍ର ଛାତ୍ରୀ ମାନଙ୍କୁ ସ୍ୱାଧୀନ ଭାରତ ର ସୁରକ୍ଷା ଓ ଦେଶ ବିକାଶ ପାଇଁ ପ୍ରତ୍ୟେକ ଛାତ୍ର ଛାତ୍ରୀ ନିଜକୁ ଦେଶର ସେବାରେ ନିଜକୁ ନିୟୋଜିତ କରିବା ପାଇଁ କହିଥିଲେ, ସାମ୍ପ୍ରତିକ ସମୟରେ ଯୁବ ସମାଜ ଦୃଢ଼ତା ର ସହ ଦେଶ ର ବିକାଶ ପାଇଁ କାର୍ଯ୍ୟ କରିବାକୁ ଇଚ୍ଛା ପ୍ରକାଶ କରିଥିଲେ।
ଅନୁଷ୍ଠାନ ର ପ୍ରତିଷ୍ଠାତା ଡକ୍ଟର ପ୍ରମୋଦ କୁମାର ଆଚାର୍ଯ୍ୟ ପିଲାମାନଙ୍କୁ ଜଣେ ଜଣେ ବିର ସୈନିକ ଭାବେ ଦେଶର ସାର୍ବଭୌମ ଗଣତାନ୍ତ୍ରିକ ବ୍ୟବସ୍ଥା ର ରକ୍ଷା କରିବା ପାଇଁ କହିଥିଲେ, ଆଜି ବିଶ୍ୱ ଏକ ଘଡ଼ି ସନ୍ଧି ମୁହୂର୍ତ୍ତ ଦେଇ ଗତି କଲାବେଳେ ଭାରତ ସମ୍ପୂର୍ଣ୍ଣ ଭାବେ ସବୁ କ୍ଷେତ୍ରରେ ବିକାଶ ଲାଭ କରିଛି।ପରିବେଶ କୁ ସ୍ୱାସ୍ଥ୍ୟ ଅନୁକୂଳ ସ୍ୱଚ୍ଛ ସୁନ୍ଦର କରିବା ପାଇଁ ଉତ୍ସାହିତ କରିଥିଲେ ।
ପରେ ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନେ ସୁ ସଜ୍ଜିତ ବେଶ ରେ ତ୍ରିରଙ୍ଗା ପତାକା ଧରି ଶ୍ରୀମନ୍ଦିର ଚତୁପାର୍ଶ୍ୱରେ କରିକ୍ରମା କରିଥିଲେ।
ଏହି କାର୍ଯ୍ୟ କୁ ଅନୁଷ୍ଠାନ ର ଅଧ୍ୟକ୍ଷା ଅନ୍ନପୂର୍ଣ୍ଣା ପାଣି, ଦିନ ମଣି ବଳ,ପ୍ରଭାତୀ ପରିଡ଼ା, ପୂର୍ଣ୍ଣିମା ବାରିକ, ମଞ୍ଜୁ ମହାନ୍ତି, ପ୍ରକାଶ ଦାସ,ସୁମିତ୍ରା ରଥ ସମେତ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ପରିଚାଳନା କରୁଥିଲେ।
ମୁଖ୍ୟ ଅତିଥି ଦ୍ଵାରା ସମସ୍ତ ପିଲା ମାନଙ୍କୁ ମିଷ୍ଟାନ୍ନ ବଣ୍ଟନ କରାଯାଇଥିଲା।

Leave a Reply

Your email address will not be published. Required fields are marked *